Categories
ଖେଳ ବିଶେଷ ଖବର

ଅଧିନାୟକ ବିରାଟ କୋହଲିଙ୍କ ବିଶ୍ଵ ରେକର୍ଡ : ଆଇସିସି ବିଶ୍ଵକପ କ୍ରିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ଭାରତର ବିପୁଳ ବିଜୟ

ସମୀକ୍ଷା ବ୍ୟୁରୋ

୨୦୧୯ ଆଇସିସି ବିଶ୍ଵକପ କ୍ରିକେଟର ୩୪ତମ ମ୍ୟାଚରେ ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ମଞ୍ଚେଷ୍ଟର ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ  ୧୨୫ ରନରେ ବିଜୟ ହାସଲ କରିଛି। ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୬୮ ରନ କରିବାରେ ସକ୍ଷମ ହୋଇଥିଲା।

କିନ୍ତୁ  ୱେଷ୍ଟଇଣ୍ଡିଜ ଦଳ ୨୬୯ ରନ ଲକ୍ଷ୍ୟକୁ ପିଛାକରି ମାତ୍ର ୧୪୩ ରନରେ ସମସ୍ତ ୱିକେଟ ହରାଇଥିଲା। ଭାରତ ପକ୍ଷରୁ ମହମ୍ମଦ ଶମି ୬.୨ ଓଭରରେ ୧୬ ରନ ବ୍ୟୟ କରି ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ। ସେହିପରି ବୁମରାହ ଏବଂ ଚହଲ ୨ଟି ଲେଖାଏଁ, ପାଣ୍ଡ୍ୟା ଏବଂ କୁଳଦୀପ ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଏହି ବିଜୟ ସହ ଅଧିନାୟକ ବିରାଟ ଆଜି ଆଉ ଏକ ବ୍ୟକ୍ତିଗତ ବିଶ୍ଵ ରେକର୍ଡ ଲାଭ କରିଛନ୍ତି।  ଦ୍ରୁତତମ କୋଡିଏ ହଜାର ରନ କରିବାରେ କୋହିଲି ବିଶ୍ଵର ପ୍ରଥମ ଖେଳାଳି। ସେ ମାତ୍ର ୪୧୭ଟି ମ୍ୟାଚ ଖେଳି ଏହି ରେକର୍ଡ କରିବାରେ ସମର୍ଥ ହୋଇଛନ୍ତି। ଏହା ପୂର୍ବରୁ ଉଭୟ ବ୍ରାଏନ ଲାରା ଏବଂ ସଚିନ ତେନ୍ଦୁଲକର  ସମାନ ସଂଖ୍ୟକ ମ୍ୟାଚ (୪୫୩ଟି) ଖେଳି ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସଫଳ ହୋଇଥିଲେ।

MANCHESTER, JUNE 27 (UNI):- Indian bowler Jasprit Bumrah in action during a match between India and West Indies at ICC Cricket World Cup 2019, in Manchester on Thursday. UNI PHOTO BY SESHADRI SUKUMAR-14C

ଭାରତର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳର ପ୍ରାରମ୍ଭିକ ଯୋଡି ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ବ୍ୟାଟିଂ ଆରମ୍ଭ କରିଥିଲେ। କିନ୍ତୁ ରୋହିତ ୨୩ ବଲ ସାମ୍ନା କରି ମାତ୍ର ୧୯ ରନରେ କିମା ରୋଚଙ୍କ ବଲରେ ଆଉଟ ହୋଇଯାଇଥିଲେ। ସେତେବେଳକୁ ଭାରତର ସ୍କୋର ଥିଲା ୨୯ ରନ। ପ୍ରଥମ ୱିକେଟର ପତନ ପରେ ଅଧିନାୟକ ବିରାଟ ବ୍ୟାଟିଂକରିବାକୁ ପଡ଼ିଆ ମଧ୍ୟକୁ ଆସିଥିଲେ। କିନ୍ତୁ ଦଳୀୟ ସ୍କୋର ୯୮ ରନ ଥିବାବେଳେ ରାହୁଲ ବୋଲ୍ଡ ଆଉଟ ହୋଇଯାଇଥିଲେ। ସେ ଅର୍ଦ୍ଧଶତକରୁ ମାତ୍ର ୨ ରନ ଦୂରରେ ରହି ୪୮ ରନରେ ହୋଲ୍ଡରଙ୍କ ବଲରେ ବୋଲ୍ଡ ଆଉଟ ହୋଇଥିଲେ।

ତାପରେ ଚତୁର୍ଥ ସ୍ଥାନରେ ଖେଳିବା ପାଇଁ ବିଜୟ ଶଙ୍କର ଆସିଥିଲେ। ବିଜୟ ପୁଣି ଦଳକୁ ନିରାଶ କରିଥିଲେ। ସେ ମାତ୍ର ୧୪ ରନ କରି ରୋଚଙ୍କ ବଲରେ କ୍ୟାଚ ଆଉଟ ହୋଇ ପ୍ୟାଭିଲିଅନ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବା ପାଇଁ କେଦାର ଯାଦବ ଆସିଥିଲେ। କେଦାର ମଧ୍ୟ ବ୍ୟାଟିଂରେ ବିଫଳ ହୋଇଥିଲେ। ସେ କେବଳ ୭ ରନ କରି ପୁନର୍ବାର ରୋଚଙ୍କ ବଲରେ ଆଉଟ ହୋଇଥିଲେ। ଭାରତ ୨୮.୫ ଓଭରରେ ଚାରୋଟି ମୁଲ୍ୟବାନ ୱିକେଟ ହରାଇ ୧୪୦ରନ କରି ବିପଦରେ ଥିବାବେଳେ ମହେନ୍ଦ୍ର ସିଂହ ଧୋନୀ ବ୍ୟାଟିଂ କରିବା ପାଇଁ ପଡ଼ିଆ ମଧ୍ୟକୁ ଆସିଥିଲେ।

MANCHESTER, JUNE 27 (UNI):- Indian cricket fans cheering during a match between India and West Indies at ICC Cricket World Cup 2019, in Manchester on Thursday. UNI PHOTO BY SESHADRI SUKUMAR-10C

କୋହିଲି, ଧୋନୀ ଏବଂ ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଏକ ଭଲ ଟାର୍ଗେଟ ୱେଷ୍ଟଇଣ୍ଡିଜି ସାମ୍ନାରେ ରଖିଥିଲା। କୋହିଲି ୮୨ ବଲରେ ୭୨ ରନ, ପାଣ୍ଡ୍ୟା ୩୮ ବଲରେ ୪୬ ରନ ଏବଂ ଧୋନୀ ଅପରାଜିତ ୬୧ ବଲରେ ୫୬ ରନର ସୁନ୍ଦର ପାଳି ଖେଳିଥିଲେ। ୱେଷ୍ଟଇଣ୍ଡିଜି ପକ୍ଷରୁ କିମା ରୋଚ ୧୦ ଓଭରରେ ମାତ୍ର ୩୬ ରନ ବ୍ୟୟକରି ୩ ଟି ୱିକେଟ ଅକ୍ତିଆର କରିଥିଲେ।

Categories
ଆଜିର ଖବର

ମୋର୍ଗାନଙ୍କ ରେକର୍ଡ ସଂଖ୍ୟକ ଛକ୍କା : ଆଫଗାନିସ୍ତାନକୁ ହରାଇଲା ଇଂଲଣ୍ଡ

ଇଂଲଣ୍ଡ ଅଧିନାୟକ ଇୟୋନ୍‌ ମୋର୍ଗାନ୍‌ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଛକ୍କା ମାରିବାର ବିଶ୍ବ ରେକର୍ଡ କରିଛନ୍ତି। ଗତକାଲି ଆଫଗାନିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ମୋର୍ଗାନ ୧୭ଟି ଛକ୍କା ମାରିଥିଲେ। ମୋର୍ଗାନଙ୍କ ଏହି ଇନିଂସ ବଳରେ ଇଂଲଣ୍ଡ ୩୯୭/୬ର ବିଶାଳ ସ୍କୋର ହାସଲ କରିଥିଲା। ପୂର୍ବରୁ ଗୋଟିଏ ଇନିଂସରେ ୧୬ଟି ଲେଖାଏଁ ଛକ୍କା ମାରିଥିବା ରୋହିତ ଶର୍ମା, ଏବି ଡିଭିଲିୟର୍ସ ଏବଂ କ୍ରିସ୍‌ ଗେଲଙ୍କୁ ଏହି ଇିନଂସ ବଳରେ ଅତିକ୍ରମ କରିଥିଲେ ଇୟୋନ୍‌ ମୋର୍ଗାନ। ରୋହିତ ଏବଂ ଡିଭିଲିୟର୍ସ ଦିନିକିଆ ମ୍ୟାଚ୍‌ରେ ଏହି ରେକର୍ଡ ହାସଲ କରିଥିବା ବେଳେ ଜିମ୍ବାଓ୍ବେ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ ଗେଲ୍‌। ଏହି ମ୍ୟାଚ୍‌ରେ ୨୫ଟି ଛକ୍କା ସହିତ ଦିନିକିଆରେ ୨୪ଟି ଛକ୍କାର ନିଜ ରେକର୍ଡକୁ ଭାଙ୍ଗିଛି ଇଂଲଣ୍ଡ।

Categories
ଆଜିର ଖବର

କୋପା ଆମେରିକା ଉଦ୍‌ଘାଟନୀ ମ୍ୟାଚ୍‌ : ବ୍ରାଜିଲ୍‌କୁ ବିଜୟୀ କରାଇଲେ କୋଟିନୋ

ଶୁକ୍ରବାର ଆରମ୍ଭ ହୋଇଛି କୋପା ଆମେରିକା ଫୁଟବଲ୍‌। ଉଦ୍‌ଘମାଟନୀ ମ୍ୟାଚ୍‌ରେ ବ୍ରାଜିଲ୍‌ ୩-୦ ଗୋଲ୍‌ରେ ବଲିଭିଆକୁ ପରାସ୍ତ କରିଛି। ଦ୍ବିତୀୟାର୍ଦ୍ଧରେ ବ୍ରାଜିଲ୍‌ ପକ୍ଷରୁ ବାର୍ସେଲୋନା ଫରଓ୍ବାର୍ଡ ଫିଲିପ୍‌ କୋଟିନୋ ଦୁଇଟି ଗୋଲ୍‌ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ। ସାଓପାଓଲୋର ମୋରୁମ୍ବି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପାଞ୍ଚ ଥର ବିଶ୍ବଚାମ୍ପିୟନ୍‌ ଅନାୟାସରେ ବିଜୟୀ ହୋଇଥିଲା। କୋଟିନୋଙ୍କ ବ୍ୟତିତ ବଦଳ ଖେଳାଳି ଏଭରଟନ୍‌ ସୋରସ୍‌ ଅନ୍ତିମ ଗୋଲ ସ୍କୋର କରିଥିଲେ। ମ୍ୟାଚ୍‌ର ୫୦ ଏବଂ ୫୩ ତମ ମିନିଟ୍‌ରେ କୋଟିନୋ ଗୋଲ୍‌ ସ୍କୋର କରିଥିବା ବେଳେ ସୋର୍‌ସ୍‌ ମ୍ୟାଚ୍‌ର ୮୫ ତମ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ।

Categories
ଆଜିର ଖବର

ତେଲେଙ୍ଗାନା ଉପ ନିର୍ବାଚନରେ ଟିଆର୍‌ଏସ୍‌ ବିଜୟୀ

ତେଲେଙ୍ଗାନାରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ତିନୋଟି ଉପ ନିର୍ବାଚନରେ ବିଜୟୀ ହୋଇଛି। ସୋମବାର ତିନି ଆସନର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବା ବେଳେ ତିନି ଆସନରେ ଟିଆରଏସ୍‌ ବିଜୟୀ ହୋଇଛି। ନାଲଗୋଣ୍ଡା, ଓ୍ବାରାଙ୍ଗଲ ଏବଂ ରଙ୍ଗା ରେଡ୍ଡୀରେ ଟିଆରଏସ୍‌ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ନାଲଗୋଣ୍ଡାରୁ ଟେରା ଚିନ୍ନାପା ରେଡ୍ଡୀ, ଓ୍ବାରାଙ୍ଗଲରୁ ପୋଚମ ପଲ୍ଳୀ ଶ୍ରୀନିବାସ ରେଡ୍ଡୀ ଏବଂ ରଙ୍ଗାରେଡ୍ହୀରୁ ପି ମହେନ୍ଦ୍ର ରେଡ୍ହୀ ବିଜୟୀ ହୋଇଛନ୍ତି। ଲୋକସଭା ନିର୍ବାଚନର ଫଳାଫଳ ପରେ ଏହା ଟିଆରଏସ୍‌ ପାଇଁ ଖୁସି ଖବର। ଲୋକ ସଭାରେ ଟିଆରଏସ୍‌ ୧୩-୧୪ ଆସନରେ ବିଜୟୀ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଦଳ ମାତ୍ର ୯ଟି ଆସନରେ ବିଜୟୀ ହୋଇଥିଲା। ଉପ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର

ଚାମ୍ପିୟନ୍ସ ଲିଗ୍‌ ୨୦୧୯ : ଲିଭର୍‌ପୁଲ୍‌କୁ ଷଷ୍ଠ ୟୁରୋପିଆନ୍‌ ଲିଗ୍‌ ଟାଇଟଲ୍‌

ଗତବର୍ଷର ଚାମ୍ପିୟନ୍ସ ଲିଗ୍‌ ପରାଜୟକୁ ପଛରେ ପକାଇ ନିଜର ଷଷ୍ଠ ୟୁରୋ ଲିଗ୍‌ ଟ୍ରଫି ହାସଲ କରିଛି ଲିଭର ପୁଲ୍‌। ଟଟ୍ଟେନ୍‌ହାମ୍‌କୁ ୨-୦ ରେ ପରାସ୍ତ କରି ଦଳ ନିଜର ଷଷ୍ଠ ଟାଇଟଲ୍‌ ହାସଲ କରିଛି। ମ୍ୟାନେଜର ଭାବରେ ଜର୍ଗନ୍‌ କ୍ଲପ୍‌ଙ୍କର ମଧ୍ୟ ଏହା ପ୍ରଥମ ଟାଇଟଲ୍‌। ସେହିପରି ବିଫଳତା ପାଇଁ କ୍ରମାଗତ ସମାଲଗୋଚିତ ହେଉଥିବା ମୋ ସଲାହ ମଧ୍ୟ ଦଳକୁ ବିଜୟୀ କରାଇବା ସହିତ ଫର୍ମକୁ ଫେରିଛନ୍ତି। ଗତବର୍ଷ ସଲାହଙ୍କ କାନ୍ଧରେ ଆଘାତ ଯୋଗୁଁ ଦଳ ରିଅଲ ମାଦ୍ରିଦ୍‌ ନିକଟରୁ ପରାଜିତ ହୋଇଥିଲେ ମଧ୍ୟ ସଲାହଙ୍କ ଗୋଲ ବଳରେ ଚଳିତ ବର୍ଷ ଟ୍ରଫି ଉପରେ କବ୍‌ଜା କରି ନେଇଛି ଦଳ। ଶେଷ ୨୦ ମିନିଟ୍‌ରେ ଟଟ୍ଟେନହାମ୍‌ ପ୍ରତ୍ୟାବର୍ତ୍ତନର ଚେଷ୍ଟା କରିଥିଲେ ମଧ୍ୟ ଲିଭରପୁଲ୍‌ ରକ୍ଷଣଭାଗ ଚମତ୍କାର ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ ଶେଷ ହେବାର ୧୦୮ ସେକେଣ୍ଡ ପୂର୍ବରୁ ସଲାହ୍‌ ପେନାଲ୍‌ଟି କିକ୍‌ରୁ ଗୋଲ୍ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ।

Categories
ଆଜିର ଖବର

ଚାମ୍ପିୟନ୍ସ ଲିଗ୍‌ ସେମି ଫାଇନାଲ୍‌ : ଲିଭରପୁଲ୍‌ ବିପକ୍ଷରେ ବାର୍ସେଲୋନା ବିଜୟୀ, ମେସିଙ୍କ ୬୦୦ ତମ ଗୋଲ୍‌

ଚାମ୍ପିୟନ୍ସ ଲିଗ୍‌ ସେମି ଫାଇନାଲ୍‌ରେ ଲିଓନେଲ୍‌ ମେସିଙ୍କ ନେତୃତ୍ବାଧୀନ ବାର୍ସେଲୋନା ୩-୦ ଗୋଲ୍‌ରେ ଲିଭରପୁଲ୍‌କୁ ପରାସ୍ତ କରିଛି। ସେମିଫାଇନାଲ୍‌ର ପ୍ରଥମ ଚରଣରେ ମେସିଙ୍କ ଡବଲ୍‌ ଗୋଲ୍‌ ବଳରେ ୩-୦ର ଅଗ୍ରଣୀ ହାସଲ କରିଛି। ଲୁଇସ୍‌ ସୁଆରେଜ୍‌ ମ୍ୟାଚ୍‌ର ୨୬ ତମ ମିନିଟ୍‌ରେ ଦଳ ତରଫରୁ ପ୍ରଥମ ଗୋଲ୍‌ ସ୍କୋର କରିଥିବା ବେଳେ ମ୍ୟାଚ୍‌ର ୭୫ ମିନିଟ୍‌ ଏବଂ ୮୨ ତମ ମିନିଟ୍‌ରେ ଅଧିନାୟକ ମେସି ଅନ୍ୟ ଦୁଇ ଗୋଲ ସ୍କୋର କରିଥିଲେ। ଏହା ସହିତ ଏହି ମ୍ୟାଚ୍‌ରେ ବାର୍ସେଲୋନା ପାଇଁ ମେସି ୬୦୦ ତମ ଗୋଲ ସ୍କୋର କରିଛନ୍ତି। ମ୍ୟାଚ୍‌ ପୂର୍ବରୁ ୫୯୮ ତମ ଗୋଲ ସ୍କୋର କରିଥିବା ମେସି ଏକ ଜବରଦସ୍ତ ଫ୍ରି କିକ୍‌ ଜରିଆରେ ନିଜର ୬୦୦ ତମ ଗୋଲ ସ୍କୋର କରିବା ସହିତ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ଆସନ୍ତା ୮ ତାରିଖରେ ଏହି ସେମି ଫାଇନାଲ୍‌ର ଦ୍ବିତୀୟ ଚରଣ ଅନୁଷ୍ଠିତ ହେବ।

Categories
ଆଜିର ଖବର

ମେସିଙ୍କ ଗୋଲ୍‌ରେ ବାର୍ସେଲୋନାକୁ ୨୬ ତମ ଲା ଲିଗା ଟାଇଟଲ

ଅଧିନାୟକ ଲିଓନେଲ୍‌ ମେସିଙ୍କ ଗୋଲ୍‌ ବଳରେ ବାର୍ସେଲୋନା ନିଜର ୨୬ ତମ ଲା ଲିଗା ଟାଇଟଲ ହାସଲ କରିଛି। ଶନିବାର ରାତିରେ ଖେଳା ଯାଇଥିବା ମ୍ୟାଚ୍‌ରେ ୧-୦ ରେ ଲେଭାଣ୍ଟେକୁ ପରାସ୍ତ କରି ୨୬ ତମ ଟାଇଟଲ ହାସଲ କରିଛି ବାର୍ସଲୋନା। ସେହିପରି ମେସି ବାର୍ସେଲୋନା ସହିତ ୧୧ ଟି ସିଜିନ୍‌ ଖେଳିଥିବା ବେଳେ ଅଧିନାୟକ ଭାବରେ ଏହା ତାଙ୍କର ଅଷ୍ଟମ ଟାଇଟଲ। ମ୍ୟାଚ୍‌ର ୬୧ ତମ ମିନିଟ୍‌ରେ ଅର୍ଟୁରେ ଭାଇଡାଲ୍‌ଙ୍କ ହେଡରକୁ ଗୋଲ୍‌ରେ ପରିଣତ କରିଥିଲେ ମେସି। ମେସି ବୁଧବାର ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଲିଗ୍‌ ସେମିଫାଇନାଲ୍‌ ପାଇଁ ଅଧିକ ସମୟ ବେଞ୍ଚରେ ନଜର ଆସିଥିଲେ। ମେସିଙ୍କ ଅନୁପସ୍ଥିତିରେ ଫିଲିପ୍‌ କୁଟିନୋ ଗୋଲ୍‌ କରିବାର ଚେଷ୍ଟା କରିଥିଲେ ମଧ୍ୟ ଦୁଇଟି ସଟ୍‌ ବାର୍‌ରେ ବାଜିବାରୁ ଗୋଲ୍‌ରୁ ବଞ୍ଚିତ ହୋଇଥିଲେ କୁଟିନୋ। ସେହିପରି ବାର୍ସା ସହିତ ନିଜର ୧୧ ସିଜିନ୍‌ରୁ ୧୦ ଥର ଦଳକୁ ଚାମ୍ପିୟନ୍‌ କରାଇବାରେ ସକ୍ଷମ ରହିଛନ୍ତି ୩୧ ବର୍ଷୀୟ ଆର୍ଜେଣ୍ଟିନା ଫରଓ୍ବାର୍ଡ ମେସି। ଏହି ବିଜୟ ପରେ ଟ୍ରଫି ସହିତ ସମସ୍ତ ଖେଳାଳିଙ୍କ ସନ୍ତାନଙ୍କ ସହ ଫଟୋ ଉଠାଇଥିଲେ। ବୁଧବାର ବାର୍ସେଲୋନା ଚାମ୍ପିୟନ୍ସ ଲିଗ୍‌ ସେମି ଫାଇନାଲରେ ଲିଭରପୁଲ୍‌ର ମୁକାବିଲା କରିବ।

Categories
ଆଜିର ଖବର

ଟାଇଗରଙ୍କୁ କ୍ୟାରିୟରର ୧୫ତମ ଟାଇଟଲ

ବିଶ୍ବର ପୂର୍ବତନ ଏକ ନମ୍ବର ଗଲ୍ଫ ଖେଳାଳି ଟାଇଗର ଉଡ୍ସ ନିଜ କ୍ୟାରିୟରର ୧୫ତମ ଟାଇଟଲ ହାସଲ କରିଛନ୍ତି। ଦୀର୍ଘ ୧୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି ଏହି ପେସାଦାର ଗଲ୍ଫର। ଅଗଷ୍ଟା ନ୍ୟାସନାଲ୍‌ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇ ଉଡ୍ସ ଏହି କୃତିତ୍ବ ହାସଲ କରିଛନ୍ତି। ୨ ଅଣ୍ଡର ୭୦ ସ୍କୋର ସହିତ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍‌ ହୋଇଥିଲେ ଉଡ୍ସ। ଉଡ୍ସଙ୍କ କ୍ୟାରିୟରର ଏହା ୮୧ ତମ ପିଜିଏ ଟୁର୍‌ ବିଜୟ ଯାହାକି ଆନ୍ତର୍ଜାତୀୟ ରେକର୍ଡ ଠାରୁ ମାତ୍ର ଗୋଟିଏ ବିଜୟ ପଛରେ ରହିଛି। ୮୨ ପିଜିଏ ଟୁର୍‌ର ବିଜୟ ରେକର୍ଡ ସାମ୍‌ ସ୍ନିଡ୍‌ଙ୍କ ନାମରେ ରହିଛି।

Categories
ଆଜିର ଖବର

ଟାଇ ଜୁ ୟିଙ୍ଗଙ୍କୁ ସିଙ୍ଗାପୁର ଓପନ୍‌ ଟାଇଟଲ୍‌

ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ତାଇଓ୍ବାନର ଟାଇ ଜୁ ୟିଙ୍ଗ ସିଙ୍ଗାପୁର ଓପନ୍‌ ବ୍ୟାଡମିଣ୍ଟନ୍‌ର ଟାଇଟଲ୍‌ ମୁକାବିଲାରେ ବିଜୟୀ ହୋଇଛନ୍ତି। ଫାଇନାଲ୍‌ ମୁକାବିଲାରେ ୨୧-୧୯ ଏବଂ ୨୧-୧୫ରେ ବିଶ୍ବ ମାନ୍ୟତାର ତିନି ନମ୍ବର ସ୍ଥାନରେ ରହିଥିବା ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରି ଟାଇଟଲ୍‌ ହାସଲ କରିଛନ୍ତି। ୨୦୧୭ରେ ଟାଇ ସିଙ୍ଗାପୁର ଓପନ ହାସଲ କରିଥିବା ବେଳେ ପୂର୍ବ ସପ୍ତାହରେ ମାଲେସିଆ ଓପନରେ ମଧ୍ୟ ଚାମ୍ପିୟନ୍‌ ହୋଇଥିଲେ। ପ୍ରଥମ ସେଟ୍‌ରେ ଟାଇ ଏକଦା ୧୩-୮ର ଅଗ୍ରଣୀ ହାସଲ କରିଥିବା ବେଳେ ଓକୁହାରା ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌କୁ ୧୮-୧୮କୁ ନେଇ ଆସିଥିଲେ। ମାତ୍ର ୨୪ ବର୍ଷୀୟା ଟାଇ ମ୍ୟାଚ୍‌କୁ ୨୧-୧୯ରେ ଜିତି ନେଇଥିଲେ। ଦ୍ବିତୀୟ ସେଟ୍‌ରେ ଓକୁହାରା ସଂଘର୍ଷ କରିଥିଲେ ମଧ୍ୟ ଟାଇଙ୍କ ଶକ୍ତଶାଳୀ ସର୍ଭିସ୍‌ ଏବଂ ସ୍ମାସ୍‌ ସମ୍ନାରେ ତିଷ୍ଠି ପାରି ନଥିଲେ ଏବଂ ୨୧-୧୫ରେ ପରାଜିତ ହୋଇ ରନର୍ସ ଅପ୍‌ରେ ସନ୍ତୁଷ୍ଟ ରହିଥିଲେ। ଏହି ବିଜୟ ସହିତ ଓକୁହାରାଙ୍କ ବିପକ୍ଷରେ ନିଜର ବିଜୟ ବ୍ୟବଧାନକୁ ୫-୪ରେ ପହଞ୍ଚାଇଛନ୍ତି ଟାଇ।

Categories
ଆଜିର ଖବର

ଚାଇନିଜ୍‌ ଗ୍ରାଣ୍ଡ ପ୍ରିକ୍ସ : ହାମିଲ୍‌ଟନ୍‌ଙ୍କ ୧୦୦୦ ତମ ଫର୍ମୁଲା ଓ୍ବାନ୍‌ ରେସ୍‌ ବିଜୟ

ଲୁଇସ୍‌ ହାମିଲ୍‌ଟନ୍‌ ଚାଇନିଜ୍‌ ଗ୍ରାଣ୍ଡପ୍ରିକ୍ସରେ ବିଜୟୀ ହେବା ସହିତ ନିଜ କ୍ୟାରିୟରର ୧୦୦୦ ତମ ଫର୍ମୁଲା ଓ୍ବାନ୍‌ ରେସ୍‌ରେ ବିଜୟ ଲାଭ କରିଛନ୍ତି। ମର୍ସିଡେସ୍‌ ପକ୍ଷରୁ ଚଳିତ ସିଜିନ୍‌ରେ ରେସ୍‌ କରୁଥିବା ହାମିଲଟନ୍‌ଙ୍କ ଦଳୀୟ ସାଥୀ ଭାଲ୍‌ଟ୍ଟେରୀ ବୋଟ୍ଟାସ୍‌ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଫେରାରୀର ସେବାଷ୍ଟିଆନ୍‌ ଭେଟେଲ ତୃତୀୟ ସ୍ଥାନରେ ରେସ୍‌ ଶେଷ କରିଛନ୍ତି। ଚଳିତ ସିଜିନ୍‌ରେ ଭେଟେଲଙ୍କର ଏହା ପ୍ରଥମ ପୋଡିୟମ୍‌ ଥିଲା। ସିଜିନ୍‌ରେ ଆଉ ୧୬ଟି ରେସ୍‌ରେ ବିଜୟୀ ହେଲେ ୧୯୯୧ ମସିହାରେ ମାଇକେଲ ସୁମାକରଙ୍କ ପ୍ରତିଷ୍ଠିତ ରେକର୍ଡ ଭଙ୍ଗ କରି ପାରିବେ ହାମିଲଟନ୍‌। ହାମିଲଟନ୍‌ ୧.୩୨.୦୬ ମିନିଟ୍‌ ସମୟ ନେଇଥିବା ବେଳେ ବୋଟ୍ଟାସ୍‌ ୧.୩୯.୦୧ ମିନିଟ୍‌ର ସମୟ ନେଇଥିଲେ। ସେବାଷ୍ଟିଆନ୍‌ ଭେଟେଲ୍‌ ୧.୪୫.୦୦ ମିନିଟ୍‌ର ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ।

Categories
Uncategorized

ଆଜଲାନ ଶାହ କପ୍‌ ହକି : ମାଲେସିଆକୁ ପରାସ୍ତ କଲା ଭାରତ

ସୁଲତାନ ଆଜଲାନ୍ ସାହ କପ୍‌ ହକି ପ୍ରତିଯୋଗିତାରେ ଭାରତ ଆୟୋଜକ ମାଲେସିଆକୁ ୪-୨ ଗୋଲ୍‌ରେ ହରାଇ ଦେଇଛି। ଏଥି ସହିତ ଭାରତ ମଧ୍ୟ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହିତ ଫାଇନାଲ୍ ଖେଳିବା ସମ୍ଭାବନାକୁ ବଢ଼ାଇଛି। ପ୍ରଥମ ମ୍ୟାଚ୍‌ରେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଜାପାନକୁ ହରାଇଥିବା ଭାରତ ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଶେଷ ମିନିଟରେ‌ ଗୋଲ୍ ବରଣ କରି କୋରିଆ ସହ ପଏଣ୍ଟ ଭାଗ କରିଥିଲା। ମଙ୍ଗଳବାରର ବିଜୟ ପରେ କୋରିଆ ଏବଂ ଭାରତ ସମାନ ୭ ପଏଣ୍ଟ୍ ପାଇ ଟେବୁଲ୍‌ର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଭାରତ ଏହି ମ୍ୟାଚ୍‌ରେ ମୋଟ ୯ ପେନାଲଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଗୋଟିଏ ଗୋଲ୍ ପାଇନଥିଲା। ମାତ୍ର ଭାରତୀୟ ଖେଳାଳି ଆକ୍ରମଣାତ୍ମକ ହକି ଖେଳିବା ସହ ସମସ୍ତ ଗୋଲ୍‌କୁ ଫିଲଡ୍ ଗୋଲରୁ ଦେଇଥିଲା। ଅନ୍ୟପକ୍ଷରେ ମାଲେସିଆ ନିଜର ଉଭୟ ଗୋଲ୍ ପେନାଲଟି କର୍ନରରୁ ଦେଇଥିଲା। ପ୍ରଥମ କ୍ବାର୍ଟର‌ ଗୋଲଶୂନ୍ୟ ବିତିବା ପରେ ଦ୍ବିତୀୟ କ୍ବାର୍ଟର ପ୍ରାରମ୍ଭରୁ ସୁମିତ (୧୭ ମିନିଟ) ଭାରତକୁ ପ୍ରଥମ ଅଗ୍ରଣୀ ଦେଇଥିଲେ। ୪ ମିନିଟ୍ ପରେ ମାଲେସିଆର ଅଧିନାୟକ ରାଜି ରହିମ୍‌ (୨୧) ପେନାଲଟି କର୍ଣ୍ଣର ଜରିଆରେ ଗୋଲଟିକୁ ପରିଶୋଧ କରି‌ ଦେଇଥିଲେ। ଭାରତୀୟ ଦଳର ବି ସୁମିତ୍‌ କୁମାର (୨୭)ତମ ମିନିଟ୍‌ରେ ଭାରତକୁ ପୁଣି ଥରେ ଆଗୁଆ (୨-୧) କରାଇ ଦେଇଥିଲେ। ଏଥି ସହିତ ଭାରତ ମଧ୍ୟ ଦ୍ବିତୀୟ କ୍ବାର୍ଟରକୁ ନିଜ ସପକ୍ଷରେ ରଖିଥିଲା। ତୃତୀୟ କ୍ବାର୍ଟରରେ ବରୁଣ କୁମାର ୩୬ତମ ମିନିଟ୍‌ରେ ଆଉ ଏକ ଫିଲଡ୍ ଗୋଲ୍ ଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ‌ ଗୋଲ୍ ଦେଇଥିଲେ। ‌ତେଙ୍ଗକୁ ତାଜୁଦ୍ଦିନ୍‌ ୫୭ତମ ମିନିଟ୍‌ରେ ପେନାଲଟି କର୍ନରରୁ‌ ଗୋଲ୍‌ ଦେଇ ଭାରତକୁ ଚାପରେ ପକାଇଥିଲେ।ମନଦୀପ୍ ସିଂହ ୫୮ ମିନିଟ୍‌ରେ ଏକ ସୁନ୍ଦର ଫିଲଡ୍ ଗୋଲ୍‌ ଦେଇ ଭାରତର ବିଜୟକୁ ନିଶ୍ଚିତ କରିଥିଲେ। ଭାରତ ଏବଂ କୋରିଆ ସମାନ ୭ ପଏଣ୍ଟ୍‌ ଲେଖାଏଁ ପାଇଥିବା ବେଳେ ମାଲେସିଆ ଏବଂ କାନାଡ଼ା ସମାନ ୬ ପଏଣ୍ଟ୍‌ ଲେଖାଏଁ ପାଇଛନ୍ତି।

Categories
ଆଜିର ଖବର

ଆଜଲାନ ଶାହ କପ୍‌ ହକି ୨୦୧୯ : ଜାପାନକୁ ୨-୦ରେ ହରାଇଲା ଭାରତ

ସୁଲତାନ ଆଜଲାନ ଶାହ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ମୁକାବିଲା ବିଜୟ ସହିତ ଆରମ୍ଭ କରିଛି। ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଜାପାନକୁ ୨-୦ରେ ପରାସ୍ତ କରି ଭାରତ ନିଜର ଅଭିଯାନ ଆରମ୍ଭ କରିଛି। ମାଲେସିଆରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମଣ୍ଟରେ ଭାରତ ପକ୍ଷରୁ ମ୍ୟାଚ୍‌ର ୨୪ ତମ ମିନିଟ୍‌ରେ ପ୍ରଥମ ଗାେଲ୍‌ ସ୍କାେର କରିଥିଲେ ବରୁଣ କୁମାର। ପେନାଲ୍‌ଟି କର୍ଣ୍ଣରରୁ ଭାରତକୁ ଏହି ଗୋଲ୍‌ ମିଳିଥିଲା। ମ୍ୟାଚ୍‌ର ୫୬ ତମ ମିନିଟ୍‌ରେ ସିମ୍‌ରନ୍‌ଜିତ୍‌ ସିଂ ଦ୍ବିତୀୟ ଗାେଲ୍‌ ସ୍କାେର କରିବା ସହିତ ଦଳର ଅଗ୍ରଣୀକୁ ୨-୦କୁ ବଢାଇଥିଲେ। ଜାପାନ ପକ୍ଷରୁ ଗୋଲ ଶୁଝିବା ନିମନ୍ତେ ଆପ୍ରାଣ ଉଦ୍ୟମ କରାଯାଇଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ସମସ୍ତ ଉଦ୍ୟମ ପଣ୍ଡ କରି ଦେଇଥିଲେ। ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ମନ୍‌ପ୍ରୀତ୍‌ ସିଂ ଦଳର ନେତୃତ୍ବ ନେଉଛନ୍ତି।  ବରୁଣ କୁମାରଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା। ରବିବାର ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ଭେଟିବ। ରାଉଣ୍ଡ ରବିନ୍‌ଲିଗ୍‌ରେ ଖେଳାଯାଉଥିବା ଏହି ମୁକାବିଲାର ଫାଇନାଲ୍‌ ମାର୍ଚ୍ଚ ୩୦ରେ ଖେଳାଯିବ।

Categories
ଆଜିର ଖବର

ଇସ୍‌ଲାମିକ୍‌ ଷ୍ଟେଟ୍‌ ବିପକ୍ଷରେ ଏସ୍‌ଡିଏଫ୍‌ର ବିଜୟ

ସିରିଆରେ ଇସ୍‌ଲାମିକ୍‌ ଷ୍ଟେଟ୍‌ ବିପକ୍ଷରେ ବିଜୟ ଘୋଷଣା କରିଛି ସିରିଆନ୍‌ ଡେମେକ୍ରାଟିକ୍‌ ଫୋର୍ସ। ଆମେରିକା ସହାୟତାରେ ଯୁଦ୍ଧ ଲଢୁଥିବା ଏହି ବାହିନୀ ଦୀର୍ଘ ୪ ବର୍ଷର ଲଢେଇ ପରେ ବିଜୟ ହାସଲ କରିବା ନେଇ ସୂଚନା ମିଳିଛି। ସିରିଆ ଏବଂ ଇରାକ୍‌ର ଏକ ତୃତୀୟଂଶ ଅଞ୍ଚଳ ଅଧିକାର କରିଥିବା ଇସ୍‌ଲାମିକ୍‌ ଷ୍ଟେଟ୍‌ ଅଫ୍‌ ଇରାକ୍‌ ଆଣ୍ଡ ଦ ଲେଭାଣ୍ଟ (ଆଇଏସ୍‌ଆଇଏଲ୍‌) ପରାଜୟ ବରଣ କରିବା ସହିତ ଏହି ଅଞ୍ଚଳ ଆତଙ୍କବାଦ ମୁକ୍ତ ହୋଇଥିବା ଏସ୍‌ଡିଏଫ୍‌ ପକ୍ଷରୁ କୁହାଯାଇଛି। ଏସ୍‌ଡିଏଫ୍‌ର ମୁଖପାତ୍ର ମୁସ୍ତାଫା ବାଲି ଟ୍ବିଟ୍ଟର ଜରିଆରେ ଏହି ଘୋଷଣା କରିବା ସହିତ ଏହି ସଂଗ୍ରାମରେ ପ୍ରାଣବଳି ଦେଇଥିବା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଇସ୍‌ଲାମିକ୍‌ ଷ୍ଟେଟ୍‌ ବିପକ୍ଷରେ ଏହା ଦଳର ଦ୍ବିତୀୟ ବିଜୟ। ପୂର୍ବରୁ ଦକ୍ଷିଣ ପୂର୍ବ ଇଲାକାର ବାଘୌଜ୍‌ରେ ମଧ୍ୟ ଏସ୍‌ଡିଏଫ୍‌ ବିଜୟ ହାସଲ କରିଥିଲା।