ଇସ୍‌ଲାମିକ୍‌ ଷ୍ଟେଟ୍‌ ବିପକ୍ଷରେ ଏସ୍‌ଡିଏଫ୍‌ର ବିଜୟ

Published: Mar 23, 2019, 3:35 pm IST

ସିରିଆରେ ଇସ୍‌ଲାମିକ୍‌ ଷ୍ଟେଟ୍‌ ବିପକ୍ଷରେ ବିଜୟ ଘୋଷଣା କରିଛି ସିରିଆନ୍‌ ଡେମେକ୍ରାଟିକ୍‌ ଫୋର୍ସ। ଆମେରିକା ସହାୟତାରେ ଯୁଦ୍ଧ ଲଢୁଥିବା ଏହି ବାହିନୀ ଦୀର୍ଘ ୪ ବର୍ଷର ଲଢେଇ ପରେ ବିଜୟ ହାସଲ କରିବା ନେଇ ସୂଚନା ମିଳିଛି। ସିରିଆ ଏବଂ ଇରାକ୍‌ର ଏକ ତୃତୀୟଂଶ ଅଞ୍ଚଳ ଅଧିକାର କରିଥିବା ଇସ୍‌ଲାମିକ୍‌ ଷ୍ଟେଟ୍‌ ଅଫ୍‌ ଇରାକ୍‌ ଆଣ୍ଡ ଦ ଲେଭାଣ୍ଟ (ଆଇଏସ୍‌ଆଇଏଲ୍‌) ପରାଜୟ ବରଣ କରିବା ସହିତ ଏହି ଅଞ୍ଚଳ ଆତଙ୍କବାଦ ମୁକ୍ତ ହୋଇଥିବା ଏସ୍‌ଡିଏଫ୍‌ ପକ୍ଷରୁ କୁହାଯାଇଛି। ଏସ୍‌ଡିଏଫ୍‌ର ମୁଖପାତ୍ର ମୁସ୍ତାଫା ବାଲି ଟ୍ବିଟ୍ଟର ଜରିଆରେ ଏହି ଘୋଷଣା କରିବା ସହିତ ଏହି ସଂଗ୍ରାମରେ ପ୍ରାଣବଳି ଦେଇଥିବା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଇସ୍‌ଲାମିକ୍‌ ଷ୍ଟେଟ୍‌ ବିପକ୍ଷରେ ଏହା ଦଳର ଦ୍ବିତୀୟ ବିଜୟ। ପୂର୍ବରୁ ଦକ୍ଷିଣ ପୂର୍ବ ଇଲାକାର ବାଘୌଜ୍‌ରେ ମଧ୍ୟ ଏସ୍‌ଡିଏଫ୍‌ ବିଜୟ ହାସଲ କରିଥିଲା।

Related posts