ଚାମ୍ପିୟନ୍ସ ଲିଗ୍‌ ସେମି ଫାଇନାଲ୍‌ : ଲିଭରପୁଲ୍‌ ବିପକ୍ଷରେ ବାର୍ସେଲୋନା ବିଜୟୀ, ମେସିଙ୍କ ୬୦୦ ତମ ଗୋଲ୍‌

Published: May 2, 2019, 12:11 pm IST
messi scores 600 goals for barselona

ଚାମ୍ପିୟନ୍ସ ଲିଗ୍‌ ସେମି ଫାଇନାଲ୍‌ରେ ଲିଓନେଲ୍‌ ମେସିଙ୍କ ନେତୃତ୍ବାଧୀନ ବାର୍ସେଲୋନା ୩-୦ ଗୋଲ୍‌ରେ ଲିଭରପୁଲ୍‌କୁ ପରାସ୍ତ କରିଛି। ସେମିଫାଇନାଲ୍‌ର ପ୍ରଥମ ଚରଣରେ ମେସିଙ୍କ ଡବଲ୍‌ ଗୋଲ୍‌ ବଳରେ ୩-୦ର ଅଗ୍ରଣୀ ହାସଲ କରିଛି। ଲୁଇସ୍‌ ସୁଆରେଜ୍‌ ମ୍ୟାଚ୍‌ର ୨୬ ତମ ମିନିଟ୍‌ରେ ଦଳ ତରଫରୁ ପ୍ରଥମ ଗୋଲ୍‌ ସ୍କୋର କରିଥିବା ବେଳେ ମ୍ୟାଚ୍‌ର ୭୫ ମିନିଟ୍‌ ଏବଂ ୮୨ ତମ ମିନିଟ୍‌ରେ ଅଧିନାୟକ ମେସି ଅନ୍ୟ ଦୁଇ ଗୋଲ ସ୍କୋର କରିଥିଲେ। ଏହା ସହିତ ଏହି ମ୍ୟାଚ୍‌ରେ ବାର୍ସେଲୋନା ପାଇଁ ମେସି ୬୦୦ ତମ ଗୋଲ ସ୍କୋର କରିଛନ୍ତି। ମ୍ୟାଚ୍‌ ପୂର୍ବରୁ ୫୯୮ ତମ ଗୋଲ ସ୍କୋର କରିଥିବା ମେସି ଏକ ଜବରଦସ୍ତ ଫ୍ରି କିକ୍‌ ଜରିଆରେ ନିଜର ୬୦୦ ତମ ଗୋଲ ସ୍କୋର କରିବା ସହିତ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ଆସନ୍ତା ୮ ତାରିଖରେ ଏହି ସେମି ଫାଇନାଲ୍‌ର ଦ୍ବିତୀୟ ଚରଣ ଅନୁଷ୍ଠିତ ହେବ।

Related posts