Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେଗା ଶିଳ୍ପାୟନ ବିକାଶ ପାଇଁ ଖୋର୍ଦ୍ଧାଠାରେ ପ୍ରାୟ ୫ ହଜାର ଏକର ଜମି ଚିହ୍ନଟ
ଆଜିର ଖବର

ମେଗା ଶିଳ୍ପାୟନ ବିକାଶ ପାଇଁ ଖୋର୍ଦ୍ଧାଠାରେ ପ୍ରାୟ ୫ ହଜାର ଏକର ଜମି ଚିହ୍ନଟ

April 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ମେଗା ଶିଳ୍ପାୟନ ବିକାଶ ପାଇଁ ଖୋର୍ଦ୍ଧାଠାରେ ପ୍ରାୟ ୫ ହଜାର ଏକର ଜମି ଚିହ୍ନଟ

ଭୁବନେଶ୍ୱର : ଶିଳ୍ପାୟନର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଯୁବବର୍ଗଙ୍କ ପାଇଁ କର୍ମନିଯୁକ୍ତି ଉପରେ ଓଡ଼ିଶା ସରକାର ପ୍ରାଧାନ୍ୟ ଦେଉଛନ୍ତି । ଏ ଦିଗରେ ଶିଳ୍ପାୟନ ହିଁ ସର୍ବଶ୍ରେଷ୍ଠ ମାର୍ଗ ।

ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଭିତ୍ତିଭୂମିକୁ ସୁଦୃଢ଼ କରାଗଲେ ପୁଞ୍ଜିନିବେଶକମାନେ ଓଡ଼ିଶାକୁ ଆକର୍ଷିତ ହେବେ । ଜମି ଅଧିଗ୍ରହଣ ନିମନ୍ତେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାକୁ ପ୍ରାଥମିକତା ଦିଆଯାଇ ଯୋଜନା ପ୍ରସ୍ତୁତି ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା।

ଶିଳ୍ପ ବିଭାଗ, ଇଡ୍‌କୋ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏକ ଟାସ୍କଫୋର୍ସ ଗଠନ କରାଯାଇ ଏ କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ସମାଧାନ ନିମେନ୍ତ ଯୋଜନା ପ୍ରସ୍ତୁତ କରାଯିବ । ମେଗା ଶିଳ୍ପାୟନ ବିକାଶ ପାଇଁ ଖୋର୍ଦ୍ଧାଠାରେ ପ୍ରାୟ ୫ ହଜାର ଏକର ଜମି ଚିହ୍ନଟ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କ୍ଷେତ୍ର ଅଧିକାରୀମାନଙ୍କର ଶିଳ୍ପାୟନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ନିମନ୍ତେ ଶିଳ୍ପ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।

ଏସବୁ କାର୍ଯ୍ୟର ଅଗ୍ରଗତିର ତଦାରଖ ପାଇଁ ସଂପୃକ୍ତ ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ଅଂଶୀଦାରମାନଙ୍କ ସହଯୋଗରେ ପ୍ରତି ୧୫ ଦିନରେ ବୈଠକ ଅନୁଷ୍ଠିତ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦର ସିଂ ପୁନିଆ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ତଥା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବାସୀ ଓଡ଼ିଆଙ୍କ ଗୁଜୁରାଟର ଅଙ୍କଲେଶ୍ୱରରେ ଓଡ଼ିଆ ନୂତନ ବର୍ଷ ପାଳିତ

April 23, 2026

ଭିଡିଓ ଭାଇରାଲ କରି ୫ ଗିରଫ

April 23, 2026

୪, ୬୨୩ ଜଣଙ୍କୁ ମିଳିଲା ନିଯୁକ୍ତି

April 23, 2026

ପିକଅପ ଭ୍ୟାନ – ବାଇକ ମୁହାଁମୁହିଁ ଧକ୍କା – ଜଣେ ମୃତ

April 23, 2026
Latest News

ପ୍ରବାସୀ ଓଡ଼ିଆଙ୍କ ଗୁଜୁରାଟର ଅଙ୍କଲେଶ୍ୱରରେ ଓଡ଼ିଆ ନୂତନ ବର୍ଷ ପାଳିତ

April 23, 2026

ଭିଡିଓ ଭାଇରାଲ କରି ୫ ଗିରଫ

April 23, 2026

୪, ୬୨୩ ଜଣଙ୍କୁ ମିଳିଲା ନିଯୁକ୍ତି

April 23, 2026

ପିକଅପ ଭ୍ୟାନ – ବାଇକ ମୁହାଁମୁହିଁ ଧକ୍କା – ଜଣେ ମୃତ

April 23, 2026

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.