Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉନ୍ନତ ନିରାପଦ ରୋଗୀ ସେବା ପାଇଁ ଏମ୍ସ ଭୁବନେଶ୍ୱରକୁ ସମ୍ମାନଜନକ ସ୍ୱାସ୍ଥ୍ୟ ଉତ୍କର୍ଷ ପୁରସ୍କାର
ଆଜିର ଖବର

ଉନ୍ନତ ନିରାପଦ ରୋଗୀ ସେବା ପାଇଁ ଏମ୍ସ ଭୁବନେଶ୍ୱରକୁ ସମ୍ମାନଜନକ ସ୍ୱାସ୍ଥ୍ୟ ଉତ୍କର୍ଷ ପୁରସ୍କାର

April 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଉନ୍ନତ ନିରାପଦ ରୋଗୀ ସେବା ପାଇଁ ଏମ୍ସ ଭୁବନେଶ୍ୱରକୁ ସମ୍ମାନଜନକ ସ୍ୱାସ୍ଥ୍ୟ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। କେରଳର କୋଚିରେ ଅନୁଷ୍ଠିତ ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନସମୂହଙ୍କ ମଧ୍ୟରେ ସଚେତନତା ସମ୍ମତି ଓ ଉତ୍କର୍ଷ(ସିଏଏଚ୍ଓ-ଏସ୍)ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱରର କେନ୍ଦ୍ରୀୟ ଷ୍ଟେରାଇଲ୍ ସେବା ବିଭାଗ (ସିଏସଏସଡି)କୁ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ବର୍ଗରେ ଜାତୀୟସ୍ତରରେ ୨ୟ ପୁରସ୍କାର ମିଳିଛି।

ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ଏମ୍ସର ଅତ୍ୟାଧୁନିକ ସେଣ୍ଟ୍ରାଲ୍ ଷ୍ଟେରାଇଲ୍ ସେବା ବିଭାଗକୁ ମିଳିଥିବା ଏହି ପ୍ରତିଷ୍ଠିତ ପୁରସ୍କାରକୁ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି ଏବଂ ସିଏସଏସଡି ବିଭାଗ ମୁଖ୍ୟ ଡ. ଅଶୋକ କୁମାର ଜେନା କୋଚିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରହଣ କରିଥିଲେ। ଏହା ଏମ୍ସ ଭୁବନେଶ୍ୱର ପାଇଁ ଏକ ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ପ୍ରକାଶ କରିଛନ୍ତି। ଏମ୍ସ ସର୍ବଦା ରୋଗୀସେବା କ୍ଷେତ୍ରରେ ନିରାପତ୍ତାକୁ ପ୍ରାଥମିକତା ଦେଇଆସିଛି ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି।
ଏକାଧିକ ପର୍ଯ୍ୟାୟର କଠିନ ଚୟନ ପ୍ରକ୍ରିୟା ପରେ ପ୍ରଥମ ଥର ପାଇଁ ଏମ୍ସ ଭୁବନେଶ୍ୱର ଏହି ସମ୍ମାନ ପାଇଁ ମନୋନୀତ ହୋଇଛି। ଏହି ଉତ୍କର୍ଷ ପୁରସ୍କାର ରୋଗୀର ନିରାପତ୍ତାକୁ ସୁନିଶ୍ଚିତ କରିବା ସହିତ ପୁନଃବ୍ୟବହାର ଯୋଗ୍ୟ ବସ୍ତୁଗୁଡ଼ିକର ପୁନଃପ୍ରକ୍ରିୟାକରଣରେ ଉନ୍ନତ ପ୍ରକ୍ରିୟା ଅନୁପାଳନକୁ ଗଭୀରତାର ସହିତ ଅନୁଧ୍ୟାନ କରିଥାଏ। ରୋଗୀସେବା କ୍ଷେତ୍ରରେ ଉନ୍ନତ ନିରାପତ୍ତା ପ୍ରକ୍ରିୟା ଅବଲମ୍ବନ କରୁଥିବା ଦେଶର ମାତ୍ର ଦୁଇଟି ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନକୁ ଏହି ପୁରସ୍କାର ବର୍ଷକୁ ଥରେ ପ୍ରଦାନ କରାଯାଇଥାଏ।

ଉଲ୍ଲେଖଯୋଗ୍ୟ ଯେ, ଏମ୍ସରେ ଏହି ଅତ୍ୟାଧୁନିକ ୟୁନିଟ୍ ୨୫ ମାର୍ଚ୍ଚ ୨୦୧୯ ରେ ରୋଗୀସେବା ନିମନ୍ତେ ଉଦ୍ଘାଟିତ ହୋଇଥିଲା। ଏମ୍ସ ଭୁବନେଶ୍ୱରର ବିଶୋଧନ ପ୍ରକ୍ରିୟାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହି ବିଶୋଧନ ୟୁନିଟ୍ ବିଭିନ୍ନ ସର୍ଜିକାଲ୍ ଏବଂ ମେଡିକାଲ୍ ଯନ୍ତ୍ରପାତିର ନିରାପଦ ପୁନଃପ୍ରକ୍ରିୟାକରଣକୁ ସୁନିଶ୍ଚିତ କରିଥାଏ। ସେହିପରି ରୋଗୀସେବା କ୍ଷେତ୍ରରେ ମାତ୍ର ଥରକ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣକୁ ଦକ୍ଷ, ପ୍ରଭାବଶାଳୀ ଏବଂ ନିର୍ଭରଯୋଗ୍ୟ ପ୍ରଣାଳୀ ମାଧ୍ୟମରେ ପ୍ରକ୍ରିୟାକରଣ କରାଯାଇଥାଏ। ସଂକ୍ରମଣକୁ ପ୍ରତିହତ କରିବାନେଇ ରହିଥିବା ସମସ୍ତ ବ୍ୟବସ୍ଥା, ବିଶୋଧନ, ପରିଷ୍କାର ପରିଚ୍ଛନ୍ନତା, ପ୍ୟାକେଜିଂ, ନିରୂପଣ ଏବଂ ବିଶୋଧିତ ପଦାର୍ଥର ସଂରକ୍ଷଣ ସହିତ ଜଡ଼ିତ ସମସ୍ତ ପ୍ରକ୍ରିୟାକୁ ସିଏସଏସଡି ୟୁନିଟ୍ ପରିଚାଳନା କରିଥାଏ। ପ୍ରମୁଖ ଅସ୍ତ୍ରୋପଚାର ଗୃହ(ଓଟି), ଆଇସିୟୁ, ମାଇନର୍ ଓଟି, ଆଇପିଡି, ଓପିଡି, ଜରୁରୀକାଳୀନ ଚିକିତ୍ସା କେନ୍ଦ୍ର ଆଦିକୁ ଏହି ୟୁନିଟ୍ ସମସ୍ତ ବିଶୋଧିତ ସାମଗ୍ରୀ ଯୋଗାଣ କରିଥାଏ।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026
Latest News

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.