Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ଦୋଳନକୁ ଓହ୍ଲାଇବ ମିଳିତ ସାମ୍ବାଦିକ ସଂଘ ମହାମଞ୍ଚ
ଆଜିର ଖବର

ଆନ୍ଦୋଳନକୁ ଓହ୍ଲାଇବ ମିଳିତ ସାମ୍ବାଦିକ ସଂଘ ମହାମଞ୍ଚ

April 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନାରେ କର୍ତ୍ତବ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ନାମରେ ମିଥ୍ୟା ମାମଲା ରୁଜୁ ସହିତ ତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରାଯାଇ ଥାନାରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଛି। ପୋଲିସ୍ ନିର୍ଯ୍ୟାତନା ଯୋଗୁ ଅସୁସ୍ଥ ହୋଇପଡ଼ିଥିବା ଲୋକନାଥଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ତଳେ ଶୁଆଇ ଗୋଡ଼ରେ ବେଡ଼ି ପକାଇ ଦିଆଯାଇଥିବା ଘଟଣା ଅତ୍ୟନ୍ତ ବର୍ବୋରଚିତ। ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ନୀଳଗିରି ଥାନା ଅଧିକାରୀ ଓ ତଦନ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ପୂର୍ବକ ସମଗ୍ର ରାଜ୍ୟରେ ସାମ୍ବାଦିକମାନେ ତୀବ୍ର ପ୍ରତିବାଦ ଜଣାଇଥିଲେ।

ଏଥିସହିତ ସାମ୍ବାଦିକ ସଂଗଠନ ମାନଙ୍କ ପକ୍ଷରୁ ଥାନା ଅଧିକାରୀ ଓ ତଦନ୍ତ ଅଧିକାରୀଙ୍କ ନିଲମ୍ବନ ଦାବିରେ ମୁଖ୍ୟମନ୍ତ୍ରୀ ଓ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଡ଼ିଜିଙ୍କ ସହିତ ଆଲୋଚନା କାଳରେ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଯଥାଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼ିଜି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ସମ୍ପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ବଦଳି ବ୍ୟତିରକେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଏହି ପରିପ୍ରେକ୍ଷୀରେ ମିଳିତ ସାମ୍ବାଦିକ ସଂଘ ମହାମଞ୍ଚ ପକ୍ଷରୁ ରାଜ୍ୟର ୯ଗୋଟି ସାମ୍ବାଦିକ ସଂଘ ଏକ ବୈଠକରେ ସମ୍ମିଳିତ ହୋଇ ଘଟଣାର କ୍ଷୋଭ ପ୍ରକାଶ କରିଛନ୍ତି।

ଆଲୋଚନାକାଳରେ ନିଷ୍ପତ୍ତି ନିଆଯାଇଥିଲା କି ସମ୍ପୃକ୍ତ ଅଧିକାରୀଦ୍ୱୟଙ୍କୁ ଆଗାମୀ ୭ ଦିନ ମଧ୍ୟରେ ନିଲମ୍ବନ, ଲୋକନାଥଙ୍କ ବିରୁଦ୍ଧରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଓ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ କ୍ରମାଗତଭାବେ ବୃଦ୍ଧି ପାଉଥିବା ସମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇବା ସହିତ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ପାଇଁ ମହାମଞ୍ଚ ପକ୍ଷରୁ ଦୃଢ ଦାବି କରାଯାଇଛି। ତେବେ ଦାବି ପ୍ରତି ବିଭାଗୀୟ ମୁଖ୍ୟ ଯଦି ଉଦାସୀନ ମନୋଭାବ ପୋଷଣ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ସଂଘ ଗୁଡ଼ିକ ସମ୍ମିଳିତ ଭାବେ ଜିଲ୍ଲା ସଦର ମହକୁମା ଠାରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଘୋଷଣା କରିଛନ୍ତି।

ମହାମଞ୍ଚର ଆବାହକ ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ୟୁଜେର ସାଧାରଣ ସମ୍ପାଦକ କୈଳସ ଚନ୍ଦ୍ର ନାୟକ, ଓୟୁଡବ୍ଲୁଜେର ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ, ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର, ଓୟୁଜେର ସଭାପତି ଶିଶୁଭୂଷଣ ଗ୍ରହରାଜ, ଓଡ଼ିଶା ୟୁନିୟନ ଅଫ ୱାର୍କିଂ ଜର୍ଣ୍ଣାଲିଷ୍ଟର ସଭାପତି ସୁଜ୍ଞାନ ଚୌଧୁରୀ, ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, ଓୟୁଡବ୍ଲୁଜେର ସଭାପତି ସଞ୍ଜୟ ଦାସ, ଆଇଓୟୁଡବ୍ଲୁଜେର ସଭାପତି ଭାଗବତ ତ୍ରିପାଠୀ, କଳିଙ୍ଗ ସାମ୍ବାଦିକ ସଂଘର ସମ୍ପାଦକ ନିରଞ୍ଜନ ରେଡି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ଆନ୍ଦୋଳନ
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026
Latest News

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.