ପ୍ରିୟଙ୍କାଙ୍କ ପଥରେ ପରିଣୀତି : ଅମାଲ୍‌ଙ୍କ ସହିତ କରିବେ ମ୍ୟୁଜିକ୍‌ ଭିଡିଓ

Published: Apr 28, 2019, 2:53 pm IST
parineeti make a music video with amal malick

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ନିଜର ପ୍ରଥମ ସିଙ୍ଗିଲ ମ୍ୟୁଜିକ୍‌ ଆଲବମ୍‌ର କାମ ଆରମ୍ଭ କରିବାକୁ ଯାଉଛନ୍ତି। ବଡ ଭଉଣୀ ତଥା ମିସ ଓ୍ବାର୍ଲ୍ଡ ପ୍ରିୟଙ୍କା ପିଟ୍‌ବୁଲ୍‌ଙ୍କ ସହିତ ନିଜର ମ୍ୟୁଜିକ୍‌ ଭିଡିଓ କରିଥିବା ବେଳେ ପରୀ ବଲିଉଡ୍‌ର ମ୍ୟୁଜିକ କମ୍ପୋଜର ଅମାଲ ମଲିକ୍‌ ଏବଂ ଟି ସିରିଜ୍‌ର ଭୂଷଣ କୁମାରଙ୍କ ମ୍ୟୁଜିକ୍‌ ଆଲବମ୍‌ରେ ନଜର ଆସିବେ। ପ୍ରଥମ ଥର ପାଇଁ ମେରି ପ୍ୟାରି ବିନ୍ଦୁରେ ଗୀତ ଗାଇଥିବା ପରିଣୀତି ଏହି ମ୍ୟୁଜିକ୍‌ ଭିଡିଓକୁ ନେଇ ଉତ୍ସାହିତ ଥିବା ସୂଚନା ଦେଇଛନ୍ତି। ଏହି ଆଲବମ୍‌ର ଗୀତ ଲେଖିଛନ୍ତି କୁମାର। ଆଲବମ୍‌ ସମ୍ପର୍କରେ ଖୁବ୍‌ଶୀଘ୍ର ଅଧିକ ସୂଚନା ଦିଆଯିବ ବୋଲି ଟି ସିରିଜ୍‌ ମୁଖ୍ୟ ଭୂଷଣ କୁମାର ସୂଚନା ଦେଇଛନ୍ତି। ଏହି ଆଲବମ୍‌ ବ୍ୟତୀତ ପରୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଜବରିୟା ଯୋଡୀ, ସାଇନା ନେହ୍ବାଲ ବାୟୋପିକ୍‌ ଏବଂ ଦ ଗାର୍ଲ ଅନ ଦ ଟ୍ରେନ୍‌ ହିନ୍ଦି ରିମେକ୍‌ରେ ନଜର ଆସିବେ।

Related posts