Categories
ଆଜିର ଖବର ରାଜ୍ୟ ଖବର

ଭିଡିଓ ବାର୍ତ୍ତା ଜାରି କରି ଜିଲ୍ଲାପାଳଙ୍କୁ କର୍ତ୍ତବ୍ୟର ପାଠ ପଢାଇଲେ ପାଣ୍ଡିଆନ୍‌, ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡିଓଟି

ଭୁବନେଶ୍ବର: କରୋନା ପରି ଏକ ମହାବିପତ୍ତି ସମୟରେ ଜିଲ୍ଲାପାଳମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇଛନ୍ତି ଫାଇଭ୍ ଟି ସଚିବ। ଏହି ଅବସରରେ ଏକ ହୃଦୟସ୍ପର୍ଶୀ ଭିଡିଓ ଜାରି କରି ଜିଲ୍ଲାପାଳଙ୍କୁ ସେମାନଙ୍କର କର୍ତ୍ତବ୍ୟ  ଓ ଦାୟିତ୍ବ ସମ୍ପର୍କରେ ବୁଝାଇଛନ୍ତି। ଜାରି କରାଯାଇଥିବା ଏହି ଭିଡିଓରେ ୧୯୩୫ ମସିହାର ନ୍ୟୁୟର୍କ ଅଦାଲତରେ ଏକ ସତ୍ୟ କାହାଣୀକୁ ଦର୍ଶାଯାଇଛି।

ଏହି ଭିଡିଓ ଶେଷରେ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍‌ ଜିଲ୍ଲାପାଳଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ‘, ‘ଭାରତର ସଶକ୍ତ ଜିଲ୍ଲାପାଳ (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍ ଅନୁଷ୍ଠାନ ଅଛି। ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ। ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ। ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ। ସମସ୍ତ ମାନବିକ କାର୍ଯ୍ୟ ବିପଦମୁକ୍ତ”।’ ଦେଶର ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲାପାଳମାନେ ମାନବିକତା ଆଧାରରେ ନିଜ ଦାୟିତ୍ବ କର୍ତ୍ତବ୍ୟ ପ୍ରତି ସଚେତନ ରହିବାକୁ ଆହ୍ବାନ ଦେଇଛନ୍ତି।

Categories
ଆଜିର ଖବର

ପ୍ରିୟଙ୍କାଙ୍କ ପଥରେ ପରିଣୀତି : ଅମାଲ୍‌ଙ୍କ ସହିତ କରିବେ ମ୍ୟୁଜିକ୍‌ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ନିଜର ପ୍ରଥମ ସିଙ୍ଗିଲ ମ୍ୟୁଜିକ୍‌ ଆଲବମ୍‌ର କାମ ଆରମ୍ଭ କରିବାକୁ ଯାଉଛନ୍ତି। ବଡ ଭଉଣୀ ତଥା ମିସ ଓ୍ବାର୍ଲ୍ଡ ପ୍ରିୟଙ୍କା ପିଟ୍‌ବୁଲ୍‌ଙ୍କ ସହିତ ନିଜର ମ୍ୟୁଜିକ୍‌ ଭିଡିଓ କରିଥିବା ବେଳେ ପରୀ ବଲିଉଡ୍‌ର ମ୍ୟୁଜିକ କମ୍ପୋଜର ଅମାଲ ମଲିକ୍‌ ଏବଂ ଟି ସିରିଜ୍‌ର ଭୂଷଣ କୁମାରଙ୍କ ମ୍ୟୁଜିକ୍‌ ଆଲବମ୍‌ରେ ନଜର ଆସିବେ। ପ୍ରଥମ ଥର ପାଇଁ ମେରି ପ୍ୟାରି ବିନ୍ଦୁରେ ଗୀତ ଗାଇଥିବା ପରିଣୀତି ଏହି ମ୍ୟୁଜିକ୍‌ ଭିଡିଓକୁ ନେଇ ଉତ୍ସାହିତ ଥିବା ସୂଚନା ଦେଇଛନ୍ତି। ଏହି ଆଲବମ୍‌ର ଗୀତ ଲେଖିଛନ୍ତି କୁମାର। ଆଲବମ୍‌ ସମ୍ପର୍କରେ ଖୁବ୍‌ଶୀଘ୍ର ଅଧିକ ସୂଚନା ଦିଆଯିବ ବୋଲି ଟି ସିରିଜ୍‌ ମୁଖ୍ୟ ଭୂଷଣ କୁମାର ସୂଚନା ଦେଇଛନ୍ତି। ଏହି ଆଲବମ୍‌ ବ୍ୟତୀତ ପରୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଜବରିୟା ଯୋଡୀ, ସାଇନା ନେହ୍ବାଲ ବାୟୋପିକ୍‌ ଏବଂ ଦ ଗାର୍ଲ ଅନ ଦ ଟ୍ରେନ୍‌ ହିନ୍ଦି ରିମେକ୍‌ରେ ନଜର ଆସିବେ।

Categories
ଆଜିର ଖବର

ମହିଳା ପ୍ରାର୍ଥୀଙ୍କ ଭାଇରାଲ୍‌ ଭିଡିଓ ପ୍ରସଙ୍ଗ, 2 ଗିରଫ

ନିର୍ବାଚନର ଅବ୍ୟବହତି ପୂର୍ବରୁ କେନ୍ଦୁଝର ଜିଲାର ସାଂସଦ ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ଟାଉନ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବିଷ୍ଣୁଦତ୍ତ ବାରିକ ଓ ଜୟଦେବ ଗିରି। ସୂଚନାଯୋଗ୍ୟ ଯେ, ମହିଳାଙ୍କ ଭିଡିଓ ଭାଇରାଲ ନେଇ ତାଙ୍କ ମାମୁଁ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ମାମଲା ରୁଜୁ ପରେ କାର୍ଯ୍ୟାନୁଷ୍ଠାନ ନେଇଛି। ତେବେ ଏହି ଘଟଣାରେ ଯେଉଁ ଗ୍ରୁପ ଓ ବ୍ୟକ୍ତି ବିଶେଷ ସଂପୃକ୍ତ ଅଛନ୍ତି, ସେମାନକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେବା ନିହାତି ଜରୁରୀ। ସେହିପରି ସୋସିଆଲ୍‌ ମିଡ଼ିଆରେ ଏଭଳି କାର୍ଯ୍ୟକରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ମଧ୍ୟ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଜରୁରୀ।