Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନ୍ୟୁଜ୍‌-୭ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ “ଦି ହିଲିଂ ଟଚ୍‌” ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର
ଆଜିର ଖବର

ନ୍ୟୁଜ୍‌-୭ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ “ଦି ହିଲିଂ ଟଚ୍‌” ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର

April 16, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୁମା ରିୟଲ୍ ମିଡିଆ ପକ୍ଷରୁ ନିକଟରେ ଏକ ଚଳଚ୍ଚିତ୍ର ଉତ୍ସବ ଓ କର୍ମଶାଳାର ଆୟୋଜନ କରାଯିବ। କ୍ଷୁଦ୍ର ଚଳଚ୍ଚିତ୍ର ଗୁଡ଼ିକୁ ନେଇ ଏହି ଉତ୍ସବର ଆୟୋଜନ କରାଯିବ ବୋଲି ‘ନ୍ୟୁଜ୍ ୭’ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର’ ଉତ୍ସବର ଦ୍ୱିତୀୟ ସଂସ୍କରଣ ‘ରିୟା ସୋକେସ୍‌-୨୦୨୧’ ଅବସରରେ ଏହା ଘୋଷଣା କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ଓଡ଼ିଶୀ ଗବେଷଣା କେନ୍ଦ୍ରସ୍ଥିତ ଉତ୍କଳ ରଂଗମଂଚ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ୨୦୨୧ ବର୍ଷ ପାଇଁ ୧୩ ବର୍ଗରେ ବିଭିନ୍ନ କ୍ଷୁଦ୍ର ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଛି।

ଚଳିତ ଦ୍ୱିତୀୟ ସଂସ୍କରଣରେ ୫୪ଟି କ୍ଷୁଦ୍ର ଚଳଚ୍ଚିତ୍ର ଯୋଗ ଦେଇଥିବା ବେଳେ ତନ୍ମଧ୍ୟରୁ ୩୯ଟି ଚଳଚ୍ଚିତ୍ରକୁ ବିଚାରକ ମାନେ ମନୋନୀତ କରିଥିଲେ। ଏହା ମଧ୍ୟରୁ ୧୩ଟି ବର୍ଗରେ ବିଭିନ୍ନ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଛି। ଏହି ୧୩ଟି କ୍ଷୁଦ୍ର ଚଳଚ୍ଚିତ୍ରକୁ ନେଇ ଚଳଚ୍ଚିତ୍ର ଉତ୍ସବ ଓ କର୍ମଶାଳାର ଆୟୋଜନ କରାଯିବ ବୋଲି ଏହି ଅବସରରେ ‘ପ୍ରମେୟ’ ଏବଂ ‘ନୁଜ୍ୟ୭’ ର ଡାଇରେକ୍ଟର (ସେଲ୍ସ ଆଣ୍ଡ ମାର୍କେଟିଙ୍ଗ୍‌) ଶ୍ରୀ ହିମାଂଶୁ ହୋତା ସୂଚନା ଦେଇଥିଲେ।

‘ଦି ହିଲିଂ ଟଚ୍‌’ କୁ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଥିବା ବେଳେ “ଯାହା ମୁଁ କରିଛି ତାହା ମୁଁ ପାଇଛି” ଚଳଚ୍ଚିତ୍ର ନିମନ୍ତେ ବ୍ରଜ ସିଂହଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ “ଦ ହିଲିଂ ଟଚ୍‌” ନିମନ୍ତେ ଗାର୍ଗି ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି।

ସେହିପରି ୨୦୨୧ ବର୍ଷ ପାଇଁ “ଅଭିଳାଷ” କ୍ଷୁଦ୍ର ଚଳଚ୍ଚିତ୍ର ନିମନ୍ତେ କ୍ରିଷ୍ଣା ଚନ୍ଦ୍ର ସାହୁଙ୍କୁ ସ୍ପେଶାଲ୍ ଜୁରୀ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ “ଶିବା” ଚଳଚ୍ଚିତ୍ର ନିମନ୍ତେ ମହେଶ ଏସ୍‌ଟିଆରଙ୍କୁ “ସ୍ପେଶାଲ୍ ଜୁରୀ କନ୍‌ସେପ୍‌ଟ” ପୁରସ୍କାର ପ୍ରଦାନ କରାଯାଇଛି।

ଚଳଚ୍ଚିତ୍ର “ଡଷ୍ଟବିନ୍‌” ନିମନ୍ତେ ଆଲୋକେଶ ରାୟଙ୍କୁ ସ୍ପେଶାଲ୍ ଜୁରୀ ବେଷ୍ଟ ସୋସିଆଲ୍ ମେସେଜ୍‌ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଚଳଚ୍ଚିତ୍ର “ସାଇଲେଂଟ ଲଭ୍‌” ନିମନ୍ତେ ଆର୍ଯ୍ୟାନ୍ ରାୟଙ୍କୁ ଶ୍ରେଷ୍ଠ କ୍ୟାମେରାମ୍ୟାନ୍‌ ଭାବେ ପୁରସ୍କୃତ କରାଯାଇଛି।

ଶ୍ରେଷ୍ଠ ଏଡିଟର ଭାବେ “ଦି ହିଲିଂ ଟଚ୍‌” ନିମନ୍ତେ ଅମ୍ବିକେଶ କୁନାଲ ହୋତାଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ମହ୍ଲାର ମହାପାତ୍ରଙ୍କୁ “ମୁକ୍ତି” ଚଳଚ୍ଚିତ୍ର ନିମନ୍ତେ ପୁରସ୍କୃତ କରାଯାଇଛି।

ସେହିପରି “ବାର୍ଦ୍ଧକ୍ୟ ଭତା” ନିମନ୍ତେ ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ ଭାବେ ଇଚ୍ଛାମୟୀ ଧଳ ଓ ଶ୍ରେଷ୍ଠ “ମୁନୁଷପନ୍‌” ନିମନ୍ତେ ପାଶ୍ୱର୍ ଅଭିନେତା ଭାବେ ସୁତମ ଦାସଙ୍କୁ ସମ୍ମାନିତ କରାଯାଇଛି। “ସାଇଲେଂଟ ଲଭ୍‌” ନିମନ୍ତେ ଆର୍ଯ୍ୟାନ୍ ରାୟଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଗ୍ରହଣ କରିଥିଲେ। “ଦ ହିଲିଂ ଟଚ୍‌”କୁ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ନିମନ୍ତେ ୫୦ ହଜାର ଟଙ୍କାର ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ପୁରସ୍କାର ସ୍ୱରୂପ ୧୦ ହଜାର ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯାଇଛି।

ଏହି ଅବସରରେ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାରର ବିଚାରକ ଭାବେ ଦାୟିତ୍ୱ ସମ୍ପନ୍ନ କରିଥିବା ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ଓ ବରିଷ୍ଠ ସିନେ ନିର୍ଦ୍ଦେଶକ ପ୍ରଣବ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଅନ୍ୟତମ ବିଚାରକ ତଥା ଲେଖିକା ଓ ଚଳଚ୍ଚିତ୍ର ନିର୍ମାତା ଡଃ ବିୟତ୍‌ପ୍ରଜ୍ଞ ତ୍ରିପାଠୀ ବିଦେଶରେ ଥିବାରୁ କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନଥିଲେ।

ଏହି ଅବସରରେ ପ୍ରମେୟ ଓ ନ୍ୟୁଜ୍‌-୭ର ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ‘ନୁଜ୍ୟ୭’ ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, କନ୍ସଲଟିଂ ସମ୍ପାଦକ ସୁବ୍ରତ ଦାସ, ‘ପ୍ରମେୟ’ ଏବଂ ‘ନ୍ୟୁଜ୍ ୭’ର ଡିଜିଟାଲର ମୁଖ୍ୟ ଅମରେଶ ଦାସ, କରେଂଟ ଆଫାୟାର୍ସ ମୁଖ୍ୟ ବିଜୟ କୁମାର ମହାନ୍ତି, ‘ନ୍ୟୁଜ୍ ୭’ ର ସେଲ୍ସ ମୁଖ୍ୟ ସିଦ୍ଧାର୍ଥ ରାୟ, ଡେପୁଟି ଜେନେରାଲ ମ୍ୟାନେଜର ଏସ୍‌.ଏଫ୍‌. ଅଲ୍ଲୀ, ସୋଆ ବିଶ୍ୱ ବିଦ୍ୟାଳୟର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ବରିଷ୍ଠ ଅଭିନେତା ଅଶ୍ରୁମୋଚନ ମହାନ୍ତି, ପୃଥୀରାଜ ନାୟକ, ରୁଦ୍ର ପାଣିଗ୍ରାହୀ, ଅଭିନେତ୍ରୀ ଜିନ୍ନା ସାମଲ ପ୍ରମୁଖ ଉପସ୍ଥିତ ରହି କଳାକାରମାନଙ୍କୁ ସମ୍ମାନିତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୁମା ରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ଶ୍ରୀ ସୁନୀଲ୍ ଦାସ। ‘ନ୍ୟୁକ୍ ୭’ ପକ୍ଷରୁ ଏହି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ୨୦୨୦ରୁ ଆରମ୍ଭ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026
Latest News

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.