Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷିଜାତ ସାମଗ୍ରୀର ରପ୍ତାନୀ/ଆମଦାନୀ ଓ କୀଟନାଶକ ପଞ୍ଜୀକରଣ କାରବାର ପାଇଁ ଅନଲାଇନ ପୋର୍ଟାଲ
ଆଜିର ଖବର

କୃଷିଜାତ ସାମଗ୍ରୀର ରପ୍ତାନୀ/ଆମଦାନୀ ଓ କୀଟନାଶକ ପଞ୍ଜୀକରଣ କାରବାର ପାଇଁ ଅନଲାଇନ ପୋର୍ଟାଲ

April 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର
ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ  କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଆଜି ଦୁଇଟି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ସେଥିରୁ ଗୋଟିଏ କୀଟନାଶକର କମ୍ପ୍ୟୁଟରୀକୃତ ପଞ୍ଜୀକରଣ (କ୍ରପ) ଓ ଅନ୍ୟଟି ପ୍ଲାଣ୍ଟ  କ୍ୱାରାଣ୍ଟାଇନ ଇନଫରେମେସନ୍ ସିଷ୍ଟମ ଓ ପିକ୍ୟୁଆଏଏସ୍। ଏହି ଅବସରରେ ମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି ଯେ କୃଷିକ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ରହିଛି ତାହାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏହି ଦୁଇଟି ପୋର୍ଟାଲକୁ ଆରମ୍ଭ କରାଯାଇଛି। ଏହାଫଳର ଡିଜିଟାଲ କୃଷି ଓ କୃଷି କାରବାରରେ ସୁଗମତା ସମ୍ଭବ ହେବ। ଦେଶର କୃଷିଜାତ ସାମଗ୍ରୀ ରପ୍ତାନୀ ଯଥେଷ୍ଟ ବଢି ଥିବାରୁ ଶ୍ରୀ  ତୋମର ସନ୍ତୋଷ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧାରୀ କହିଥିଲେ  ଯେ  ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଫଳରେ କୃଷି କ୍ଷେତ୍ର ଅଧିକ ଉନ୍ନତ ହେବ। ନୂଆ ପୋର୍ଟାଲ ଦ୍ୱାରା ଚାଷୀ, ରପ୍ତାନୀକାରୀ ଓ ଶିଳ୍ପପତିମାନେ ଉପକୃତ ହେବେ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ(ଡିଏଫଡବ୍ଲୁ) ଫରିଦାବାଦ ପ୍ଲାଣ୍ଟ ପ୍ରୋଟେକନ କ୍ୱାରାଣ୍ଟିାଇନ ଓ ଷ୍ଟୋରେଜ ନିର୍ଦ୍ଦେଶାଳୟ (ଡିପିପିକ୍ୟୁଏସ୍‌) ମାଧ୍ୟମରେ ଭାରତୀୟ କୃଷିଜାତ ସାମଗ୍ରୀ ରପ୍ତାନୀ ଓ ଆମଦାନୀକାରୀଙ୍କ ଆବଶ୍ୟକତା ପୂରଣ କରୁଛି। ଏହା ମଧ୍ୟ ଭାରତୀୟ କୀଟନାଶକ ଉଦ୍ୟୋଗର ଭଲମନ୍ଦ ବୁଝୁଛି। ନୂଆକରି ଉଦ୍‌ଘାଟିତ ପୋର୍ଟାଲ ମାଧ୍ୟମରେ ସେମାନଙ୍କ ଆବଶ୍ୟକତା ପୂରଣ କରାଯିବ।

ଭାରତୀୟ କୃଷିଜାତ ଦ୍ରବ୍ୟର ରପ୍ତାନୀ ଓ ଆମଦାନୀକାରୀ ତଥା କୀଟନାଶକ ଉଦ୍ୟୋଗର ଆବଶ୍ୟକତା ପୂରଣ ପାଇଁ ସେମାନଙ୍କ ପଞ୍ଜୀକରଣ ଆବେଦନ ଉପରେ ତୁରନ୍ତ ନିଷ୍ପତ୍ତି ଗ୍ରହଣର ଆବଶ୍ୟକତା ରହିଛି। ସମନ୍ୱିତ ବ୍ୟବସ୍ଥାରେ ପରିଚାଳିତ ଏହି ଦୁଇ ପୋର୍ଟାଲ ଏହି କାମକୁ ସହଜ କରିପାରିବ। ଅନ୍‌ଲାଇନ ବ୍ୟବସ୍ଥାରେ ଏହା କରାଯିବା ଫଳରେ ଏଥିରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ରକ୍ଷା କରାଯାଇପାରିବ। ଏହା ମାଧ୍ୟମରେ ଇ-ପେମେଣ୍ଟ, ଡକ୍ୟୁମେଣ୍ଟ ଅପଲୋଡ, ପଞ୍ଜୀକରଣ ନବୀକରଣ, ନୂଆ ପଞ୍ଜୀକରଣ, ଅନ୍‌ଲାଇନ ଆକ୍ରେଡିଟେସନ୍‌, ସାର୍ଟିଫିକେଟ ଡାଉନଲୋଡ ସୁବିଧା ଉପଲବ୍ଧ। ହାଇଦରାବାଦର ସିଜିଜି ସଂସ୍ଥା ପୋର୍ଟାଲକୁ ତିଆରି କରିବା ସହିତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି।

ଫସଲକୁ ରୋଗପୋକରୁ ରକ୍ଷା କରିବା ପାଇଁ କିଷାନ ଡ୍ରୋନ ମାଧ୍ୟମରେ କୀଟନାଶକ ସିଂଚନ ନିମନ୍ତେ ୨୦୨୨-୨୩ ବଜେଟ୍‌ରେ ପ୍ରସ୍ତାବ ରହିଛି। ଏଥିପାଇଁ କିଷାନ ଡ୍ରୋନ ବ୍ୟବହାରକୁ ସରକାର ଅନୁମତିି ପ୍ରଦାନ କରିଛନ୍ତି। ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହିତ ବିଚାର ଆଲୋଚନା କରିବା ପରେ କିଷାନ ଡ୍ରୋନର ବ୍ୟବହାର ନିମନ୍ତେ ମାନକ ନୀତି ପ୍ରସ୍ତୁତ ହୋଇଛି। ତଦନୁସାରେ ଏହି ଡ୍ରୋନରୁ ଫସଲ ଉପରେ ନିରାପଦରେ କୀଟନାଶକ ଓ ଅନ୍ୟାନ୍ୟ ପୋଷକତତ୍ୱ ପ୍ରୟୋଗ କରିହେବ। ଯେଉଁସବୁ କୀଟନଶକ ଉତ୍ପାଦକାରୀ କମ୍ପାନୀ ଏବେ ଡ୍ରୋନ ମାଧ୍ୟମରେ କୀଟନାଶକ ପ୍ରୟୋଗ କରୁଛନ୍ତି ସେମାନଙ୍କୁ ଅନ୍ତରୀଣ ବ୍ୟବସ୍ଥା ଭାବେ ଏହା ବ୍ୟବହାର ପାଇଁ ପଞ୍ଜୀକରଣ କରାଯାଇ ଅନୁମତି ପ୍ରଦାନ କରାଯାଇଛି। ଆହୁରି  ମଧ୍ୟ ଏଭଳି ଡ୍ରୋନର ଅଧିକ ନିର୍ମାଣ ଓ ବ୍ୟବହାରକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଚାଷୀଙ୍କ ଖର୍ଚ୍ଚ ହ୍ରାସ କରି ସେମାନଙ୍କ ଆୟ ବଢାଇବାକୁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ।

ଏହି କାର୍ଯକ୍ରମରେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, କୃଷି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ, ସେଣ୍ଟର ଫର ଗଭର୍ଣ୍ଣାନ୍ସର ମହାନିର୍ଦ୍ଦେଶକ ରାଜେନ୍ଦ୍ର ନିମ୍‌ଜେ, ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା (ଆଇସିଏଆର)ର ବୈଜ୍ଞାନିକଗଣ, ବିଭିନ୍ନ ରାଜ୍ୟର ପ୍ରତିନିଧି, ଶିଳ୍ପ ଓ କୃଷକ ସଂଗଠନର ପ୍ରତିନିଧିମାନେ ଭାଗ ନେଇଥିଲେ। (ପିଆଇବି)

ଅନଲାଇନ ପୋର୍ଟାଲ କୃଷିଜାତ ସାମଗ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୧୫ ତାରିଖ ବୁଧବାର ଦିନ ଆଠଟି ରାଶି ଉପରେ ରହିଛି ବିପଦ

July 15, 2026

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026
Latest News

ଜୁଲାଇ ୧୫ ତାରିଖ ବୁଧବାର ଦିନ ଆଠଟି ରାଶି ଉପରେ ରହିଛି ବିପଦ

July 15, 2026

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.