ମାଟ୍ରିକ ପରୀକ୍ଷାର୍ଥୀଙ୍କ ସହିତ ଖେଳିଲେ ଖୋର୍ଦ୍ଧା ଶିକ୍ଷା ଅଧିକାରୀ, ଅଭିଭାବକ ଅସନ୍ତୋଷ

Published: Apr 19, 2022, 2:49 pm IST

ଖୋର୍ଦ୍ଧା: ମାଟ୍ରିକ ପରୀକ୍ଷା କେନ୍ଦ୍ରକୁ ନେଇ ଅସନ୍ତୁଷ୍ଠ ଜାହିରୀ କରିଛନ୍ତି ଛାତ୍ରଛାତ୍ରୀ। କାରଣ ହେଲା ରାଜ୍ୟ ସରକାର ଘୋଷଣା କଲେ ଯେ, ନିଜ ସ୍କୁଲରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କେବଳ ଶିକ୍ଷକମାନେ ପରିବର୍ତ୍ତନ ହେବେ। ହେଲେ ସରକାରଙ୍କ ଏହି ନିୟମକୁ ଫୁ କରି ଉଡାଇ ଦେଲେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ। ବର୍ତ୍ତମାନ ସେମାନେ ଏପରି ନିଷ୍ପତି ନେଇଛନ୍ତି ଯେ, ପିଲାମାନେ ଖରାରେ ଅନ୍ୟ ଏକ ସ୍କୁଲକୁ ପରୀକ୍ଷା ଦେବା ପାଇଁ ଯିବାକୁ ପଡିବ।

ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନରେ ଥିବା ଭାଲେରୀ ହାଇସ୍କୁଲରେ ଘଟିଛି। ଏହି ସ୍କୁଲରେ ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିଲେ। ହେଲେ ହଠାତ ଚଳିତ ବର୍ଷ ଏହି ସ୍କୁଲର ପରୀକ୍ଷା କେନ୍ଦ୍ରକୁ ସ୍ଥାନାନ୍ତରିତ କରି ନିକଟସ୍ଥ ବଡକୂଳ ହାଇସ୍କୁଲକୁ କରାଯାଇଛି। ଏହାର କାରଣ ସଂପର୍କରେ କେହି କିଛି କହୁ ନାହାଁନ୍ତି। ଫଳରେ ଅଭିଭାବକ ତଥା ଛାତ୍ରଛାତ୍ରୀମାନେ ବୋର୍ଡ କର୍ତ୍ତୁପକ୍ଷଙ୍କ ଏପରି ନିଷ୍ପତିକୁ ତୀବ୍ର ବିରୋଧ କରିଛନ୍ତି। ଏ ନେଇ ଆଜି ଅଭିଭାବକମାନେ ଖୋର୍ଦ୍ଧା ଡିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପରୀକ୍ଷା କେନ୍ଦ୍ରକୁ ତୁରନ୍ତ ପରିବର୍ତ୍ତନ କରି ନିଜ ସ୍କୁଲରେ କରିବା ପାଇଁ ଦାବୀ କରାଯାଇଛି।

ଏହାକୁ ନେଇ ଅଭିଭାବକମାନେ ଖୋର୍ଦ୍ଧା ଜିଲ୍ଲାପାଳ, ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଯଦି କେନ୍ଦ୍ର ପରିବର୍ତ୍ତନ ନ ହୁଏ ତେବେ ଭବିଷ୍ୟତରେ ଆନ୍ଦୋଳନ କରାଯିବ ବୋଲି ଅଭିଭାବକମାନେ ଧମକ ଦେଇଛନ୍ତି।

Related posts