ରାଜ୍ୟରେ ମତଦାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ତଥାପି ନିର୍ବାଚନୀ ହିଂସା ଥମିବାର ନାଁ ଧରୁ ନାହିଁ। ଚଳିତ ଥର ନିର୍ବାଚନରେ ଅଧିକ ସଂଖ୍ୟା ହିଂସା ଆକ୍ରମଣ ଦେଖାଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ଛକରେ ଆଜି କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଗାଡ଼ି ଉପରେ ଆକ୍ରମଣ କରି କାଚ ଭାଙ୍ଗିଦେଇଥିବା ଜଣାପଡ଼ିଛି। ଏହା ସହ ଆର୍ଯ୍ୟଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଅଭିଯୋଗ ମଧ୍ୟ ଆସିଛି।





