Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ପୋଲିସ ଦ୍ୱାରା ମାଓବାଦୀ ପ୍ରେମୀ ଯୁଗଳଙ୍କ ବିବାହ ଆୟୋଜିତ
ଆଜିର ଖବର

କଳାହାଣ୍ଡି ପୋଲିସ ଦ୍ୱାରା ମାଓବାଦୀ ପ୍ରେମୀ ଯୁଗଳଙ୍କ ବିବାହ ଆୟୋଜିତ

April 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଭବାନୀପାଟଣା ସହରସ୍ଥିତ ପୋଲିସ ପଡିଆ ମନ୍ଦିର ପ୍ରାଙ୍ଗଣରେ ଆତ୍ମ ସମର୍ପଣ କରିଥିବା ମାଓନେତା ଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ପୋଲିସ ଏସପି ଡଃ ଶ୍ରବଣ ବିବେକ ଏମ ଆଇପିଏସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବିବାହ କାର୍ଯ୍ୟକ୍ରମରେ କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ ଆଇପିଏସ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଆଶୀର୍ବାଦ କରିଥିଲେ। ସିଆରପିଏଫ କମାଣ୍ଡାଂଟ ବିପ୍ଲବ ସରକାର ଏବଂ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ପୋଲିସ ପଦାଧିକାରୀ ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଉପସ୍ଥିତିରେ ଆତ୍ମ ସମର୍ପଣ କରିଥିବା ମାଓ ନେତା କେଶବ ବେଲାଡି ଓରଫ ରାମଦାସ ଏବଂ କଲମଦେଇ ମାଝୀ ଓରଫ ଗୀତା ର ରୀତି ନୀତି ଅନୁସାରେ ବିବାହ ସଂପନ୍ନ ହୋଇଥିଲା।

ସିପିଆଇ ମାଓବାଦୀ ଗୋଷ୍ଠୀର କେକେବିଏନ ଡିଭିଜନ ସଦସ୍ୟ ଏସିଏମ କ୍ୟାଡର ମାଓ ନେତା ଗତ ତା.୧୮.୦୨.୨୦୨୦ ରେ ଆତ୍ମ ସମର୍ପଣ କରିଥିବା ବେଳେ ଓଡିଶା ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଏବଂ ୩ ଲକ୍ଷ ୯୮ ଟଙ୍କା ଅନୁକମ୍ପା ମୂଲକ ସାହାଯ୍ୟ ଯୋଗାଇ ଦିଆଯାଇଥିବାର ପ୍ରକାଶ। ସେହିପରି କମଲ ଦେଇ ଓରଫ ଗୀତା ବିଜିଏନ ଡିଭିଜନ ମାଓବାଦୀ ଗୋଷ୍ଠୀର ସଦସ୍ୟ ଥିବା ବେଳେ ଗତ ୦୫.୦୧.୨୦୧୬ ରେ ଆତ୍ମ ସମର୍ପଣ କରିଥିବା ବେଳେ ତାଙ୍କୁ ମଧ୍ୟ ଓଡିଶା ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଏବଂ ୨ଲକ୍ଷ ୯୮ ଟଙ୍କା ଅନୁକମ୍ପା ମୂଲକ ସାହାଯ୍ୟ ଯୋଗାଇ ଦିଆଯାଇଥିବାର ପ୍ରକାଶ। ପଡୋଶୀ ଛତିଶ ଗଡ ରାଜ୍ୟର ବିଜେପୁର ଜିଲ୍ଲାର ଏକ ଗରିବ ପରିବାର ରୁ ଆସିଥିବା ରାମଦାସ ନିଜ ପରିବାରରେ ଦୁଇ ଭଉଣି ଓ ଜଣେ ଭାଇ ଥିବା ବେଳେ ସେମାନଙ୍କ ସତ ତାର ପରିବାର ଲୋକଙ୍କୁ ରାମଦାସ ୧୦ ବର୍ଷ ହେବ ସାକ୍ଷାତ କରିନଥିବା ଏବଂ କଳାହାଣ୍ଡି ପୋଲିସ ପାଖରେ ଆତ୍ମ ସମର୍ପଣ କରିବା ପରେ ହିଁ ସାକ୍ଷାତ ସମ୍ଭବ ହୋଇପାରିଥିବା ପ୍ରକାଶ।

ରାମଦାସର ବାପାଙ୍କର ମୋତିଆ ବିନ୍ଦୁ ଅପରେସନ ସମୟରେ ରାମଦାସ ଓ କମଲଦେଇର ପରିବାର ଏକାଠି ମିଶିବା ପରେ ଉଭୟଙ୍କ ବିବାହ ସଂପର୍କରେ ଆଲୋଚନା କରି ଉଭୟେ ରାଜି ହେବାପରେ ସେମାନଙ୍କ ବିବାହ ଆୟୋଜନ କରାଯାଇଥିବା ଜଣାପଡିଛି। ଉଭୟେ ଆତ୍ମ ସମର୍ପଣ କରିବା ପରେ ସମାଜରେ ମୂଖ୍ୟ ସ୍ରୋାତରେ ସାମିଲ ହୋଇ କର୍ମସଂସ୍ଥାନ ବ୍ୟବସ୍ତା ପାଇଁ କଳାହାଣ୍ଡି ପୋଲିସ ହେପାଜତରେ ସେମାନଙ୍କ ଇଚ୍ଛା ଅନୁସାରେ ଭୋକେସନାଲ ଟ୍ରେନିଂ କରାଯିବାର ବ୍ୟବସ୍ଥା କରାଯାଇଥିଲା। ମାଓବାଦୀ କାର୍ଯ୍ୟକଳାପରୁ ଦୂରେଇ ରହି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟ ନେଇ ଆଗେଇ ଆସିଥିବା ଉଭୟଙ୍କ ର ବର-କନ୍ୟା ଭଲି ସଂପୂର୍ଣ୍ଣ ଭାବେ ସଜାଇ ହୋଇ ବିବାହ ବେଦୀ ମଣ୍ଡପ ଭୋଜିଭାତର ଆୟୋଜନ କରାଯାଇ କଳାହାଣ୍ଡି ପୋଲିସ ଦ୍ୱାରା ଏକ ସାମାଜିକ ବିବାହ ଉତ୍ସବ ଭଲି ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରଶଂସନୀୟ ହୋଇଥିଲା।

ପୋଲିସ ହେପାଜତରେ ମାଓବାଦୀ ରୁ ସମାଜର ମୂଖ୍ୟ ସ୍ରୋାତରେ ସାମିଲ ହେବାର ଯେଉଁ ମାନସିକ ପରିବର୍ତନ ରେ ଉଭୟ ପୋଲିସ ପଦାଧିକାରୀ ଓ ସରକାରଙ୍କ ଭୂମିକାରେ ଅତ୍ୟନ୍ତ ଉତଫୁଲ୍ଲିତ ହୋଇ ଅନ୍ୟ ମାଓବାଦୀ ମାନଙ୍କୁ ସେଭଲି ଘୃଣ୍ୟ କାର୍ଯ୍ୟ କଳାପରୁ ବାହାରି ଆସି ସମାଜର ମୂଖ୍ୟ ସ୍ରୋାତରେ ସାମିଲ ହେବାକୁ ସେମାନେ ଆହ୍ୱାନ ଜଣାଇଛନ୍ତି।

କଳାହାଣ୍ଡି ପୋଲିସ ପ୍ରେମୀ ଯୁଗଳ ମାଓବାଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.