Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଉପକୂଳ ଦେଇ “ଫୋନି” ଗତିକରିବା ସମ୍ଭାବନା: ମୁଖ୍ୟ ସଚିବଙ୍କ ଦ୍ଵାରା ଜରୁରୀକାଳୀନ ବୈଠକ
ଆଜିର ଖବର

ଓଡିଶା ଉପକୂଳ ଦେଇ “ଫୋନି” ଗତିକରିବା ସମ୍ଭାବନା: ମୁଖ୍ୟ ସଚିବଙ୍କ ଦ୍ଵାରା ଜରୁରୀକାଳୀନ ବୈଠକ

April 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓଡିଶା ରାଜ୍ୟ ପାଇଁ ଆସୁଛି ଆଉ ଏକ ବାତ୍ୟା। ଯାହାର ନାମ ରହିଛି ଫୋନି। ପୂର୍ବରୁ ଏହା ଦକ୍ଷିଣଭାରତର ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ସ୍ଥଳଭାଗ ସ୍ପର୍ଶ କରିବାରଥିଲା, କିନ୍ତୁ ତାହାର ଗତିପଥର ପରିବର୍ତ୍ତନ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୩୦ତାରିଖରେ ଫୋନି ପ୍ରବଳ ବାତ୍ୟାର ରୂପନେବ ବୋଲି ଆଶଙ୍କା କରାଯାଉଛି। ମେ୧ ତାରିଖରେ ଏହା ଉତ୍ତର-ପଶ୍ଚିମ ଦିଗ ପରିବର୍ତ୍ତେ ଉତ୍ତର-ପୂର୍ବ ଦିଗ ଆଡକୁ  ଗତିକରିବାର ସୂଚନା ରହିଛି। ଏହାର ପ୍ରଭାବରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨ତାରିଖ ସୁଦ୍ଧା ପ୍ରବଳ ବର୍ଷ ସହ ୪୦ରୁ୫୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। କିନ୍ତୁ ଆସନ୍ତା ୪ତାରିଖ ସୁଦ୍ଧା ଓଡିଶା ଭୂଭାଗ ସ୍ପର୍ଶ କରିବାର ସମ୍ଭାବନା ନହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଫୋନିକୁ ନେଇ ଓଡିଶା ରାଜ୍ୟ ପାଇଁ ପାଣିପାଗ ବିଭାଗ ସତର୍କତା ଅବଲମ୍ବନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବାବେଳେ, ଏନେଇ ମୁଖ୍ୟସଚିବ ଏକ ଜରୁରୀକାଳୀନ ବୈଠକ ଡକାଇ ସମ୍ପୂର୍ଣ ଭାବରେ ସଜାଗ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟଜିବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିପାଇଁ ୧୨ ଏନଡିଆରଏଫ, ୨୦ ଓଡ୍ରାଫ, ୨୩୦ ଅଗ୍ନିଶମ ବିଭାଗ ଦଳ ସତର୍କ ରହିଛନ୍ତି ବୋଲି ସୂଚନା ରହିଛି। ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି।

foni Odisha thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍‌ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

August 28, 2026

‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

August 28, 2026

ରାଶିଫଳ: ଅଗଷ୍ଟ ୨୮ ତାରିଖରେ ଏହି ରାଶି ଉପରେ ମା’ଲକ୍ଷ୍ମୀଙ୍କ ରହିଛି ଆଶୀର୍ବାଦ

August 28, 2026

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026
Latest News

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍‌ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

August 28, 2026

‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

August 28, 2026

ରାଶିଫଳ: ଅଗଷ୍ଟ ୨୮ ତାରିଖରେ ଏହି ରାଶି ଉପରେ ମା’ଲକ୍ଷ୍ମୀଙ୍କ ରହିଛି ଆଶୀର୍ବାଦ

August 28, 2026

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.