Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଜିଲ୍ଲାରେ ପିଆଜର ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ
ଆଜିର ଖବର

କଳାହାଣ୍ଡି ଜିଲ୍ଲାରେ ପିଆଜର ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ

April 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ରବି ଜାତୀୟ ଫସଲରେ ଯେ ଭଳି ଭାବରେ ବିପିଏଚ୍ ଓ ଗଣ୍ଠି ପୋକ ପରି ଅନେକ ରୋଗ ପୋକରେ ଫସଲ ନଷ୍ଟ ହୋଇଥିବା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଥିବା ବେଳେ ପିଆଜର ଅଭାବୀ ବିକ୍ରି କୁ ନେଇ ଚିନ୍ତାରେ ଏବେ ପିଆଜ ଚାଷୀ। ପିଆଜର ଅଭାବୀ ବିକ୍ରି ସାଙ୍ଗକୁ ସଂରକ୍ଷଣର ଅଭାବ ହେତୁ ଶାଗମାଛ ଦରରେ ପିଆଜ କୁ ଦଲାଲ ଙ୍କ ହାତ କୁ ଟେକି ଦଉଛନ୍ତି ପିଆଜ ଚାଷୀ।

ବର୍ତ୍ତମାନ ଓଡିଶାରେ ପିଆଜ ଚାଷ ଉତ୍ପାଦନ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ତାର ସ୍ୱତନ୍ତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକ, ଧର୍ମଗଡ ବ୍ଲକ, ଜୁନାଗଡ ବ୍ଲକ ଓ କୋକସରା ବ୍ଲକର ପ୍ରାୟ ୭୦ ଭାଗ ଚାଷୀ, ପିଆଜ ଚାଷ ଉପରେ ନିର୍ଭର କରନ୍ତି। ଏବେ କିନ୍ତୁ ପିଆଜ ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ରହିଥିବା ଏହି ଜିଲ୍ଲାରେ ବର୍ତ୍ତମାନ ପିଆଜ ସଂରକ୍ଷଣ ର କୌଣସି ବ୍ୟବସ୍ଥା ନଥିବା ହେତୁ ୫୦ କେ,ଜି ଓଜନର ପିଆଜ ବସ୍ତା କୁ, ୩୫୦ ରୁ ୪୦୦ ଟଙ୍କାରେ ଦଲାଲଙ୍କ ପାଖରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି।

ବିଗତ ଦିନ ମାନଙ୍କରେ ପ୍ରାକୃତିକ ବିପର୍ଯୟ ତଥା ଦୈବୀ ଦୁର୍ବିପାକ, ଓ କାଳ ବୈଶାଖୀ ପରି ଝଡ ବର୍ଷା ଯୋଗୁଁ କ୍ଷତି ସହି ଆସୁଥିବା ପିଆଜ ଚାଷୀ ଙ୍କ ଏବେ ଭଲ ଅମଳ ହୋଥିବା ଯୋଗୁଁ, ଚଳିତ ବର୍ଷ ଠିକ ଦରରେ ପିଆଜ ବିକ୍ରି କରି ପରିବାର ପ୍ରତିପୋଷଣ ପାଇଁ ଆଶା ବାନ୍ଧି ରହିଥିବା ବେଳେ, ଶୀତଳ ଭଣ୍ଡାର ଅଭାବ ହେତୁ ପୁଣି ଅଭାବୀ ବିକ୍ରିର ଶିକାର ହୋଇଛନ୍ତି ଚାଷୀ। ଅନ୍ୟପଟେ ଧର୍ମଗଡ ଉପଖଣ୍ଡ ସ୍ତରରେ ୨୫୦ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିବା ବେଳେ ପ୍ରାୟ ୧୦ହଜାର କୁଇଣ୍ଟାଲ ପିଆଜ ଅମଳ ହେବାର ଆଶା ରଖା ଯାଇଥିବା ସହିତ ପିଆଜ ର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ଧର୍ମଗଡ କୃଷି ଉଦ୍ୟାନ ଉପ ନିର୍ଦ୍ଧେଶକ ସମ୍ବିତ କାଲୋ ପ୍ରକାଶ କରିଛନ୍ତି। କିନ୍ତୁ ଜିଲ୍ଲାରେ ପିଆଜ ସଂରକ୍ଷଣ ପାଇଁ କୌଣସି ଶୀତଳ ଭଣ୍ଡାରର ବ୍ୟବସ୍ତା ନ ଥିବା ହେତୁ ଚାଷି ନାହିଁ ନ ଥିବା ଅସୁବିଧାର ସମ୍ବୁଖିନ ହେଉଛନ୍ତି।

ଜାତୀୟ ଉଦ୍ୟାନ ମିଶନ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ କରି ପିଆଜ ଶୀତଳ ଭଣ୍ଡାର ତିଆରି କରୁଥିବା ସରକାର ଡିଡିମ୍ବ ପିଟୁଥିବା ବେଳେ, ପ୍ରକୃତ ଚାଷୀ ଏହି ଯୋଜନାରୁ ଲାଭ ଉଠାଇ ପାରୁନାହାନ୍ତି। ପିଆଜ ଚାଷୀ ମାନଙ୍କୁ ସରକାରୀ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଉ ନଥିବା ଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଚାଷୀଙ୍କ ଦୁଃଖ ବୁଝିବା ପାଇଁ ସାଧାରଣ ରେ ଦାବି ହେଉଛି।

ଅଭାବୀ ବିକ୍ରି କଳାହାଣ୍ଡି ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀବଳଦେବ ଜୀଉଙ୍କ କ୍ଷେତ୍ରରେ ଦୋଳଯାତ୍ରା ଓ ଛାମୁମେଳଣ ଉଦଯାପିତ

March 9, 2026

“ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” ଜୋନ୍ ସ୍ତରୀୟ ବକ୍ତା ପ୍ରଶିକ୍ଷଣ କର୍ମଶାଳା

March 9, 2026

ପଥପ୍ରାନ୍ତ ନାଟକ ମାଧ୍ୟମରେ ଭାରତର ନୂତନ ଅପରାଧିକ ଆଇନ ସମ୍ପର୍କରେ ସଚେତନତା

March 9, 2026

ଆଜି ମାର୍ଚ୍ଚ ୯ ତାରିଖ ସୋମବାରରେ ଏହି ରାଶି ବ୍ୟକ୍ତିମାନେ ପାଇବେ ସଫଳତା

March 9, 2026
Latest News

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026

ଶ୍ରୀବଳଦେବ ଜୀଉଙ୍କ କ୍ଷେତ୍ରରେ ଦୋଳଯାତ୍ରା ଓ ଛାମୁମେଳଣ ଉଦଯାପିତ

March 9, 2026

“ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” ଜୋନ୍ ସ୍ତରୀୟ ବକ୍ତା ପ୍ରଶିକ୍ଷଣ କର୍ମଶାଳା

March 9, 2026

ପଥପ୍ରାନ୍ତ ନାଟକ ମାଧ୍ୟମରେ ଭାରତର ନୂତନ ଅପରାଧିକ ଆଇନ ସମ୍ପର୍କରେ ସଚେତନତା

March 9, 2026

ଆଜି ମାର୍ଚ୍ଚ ୯ ତାରିଖ ସୋମବାରରେ ଏହି ରାଶି ବ୍ୟକ୍ତିମାନେ ପାଇବେ ସଫଳତା

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.