ଆଚାର୍ଯ୍ୟ ଚାଣକ୍ୟ କହିଲେ, ବିଷଧର ସାପଠାରୁ ଆହୁରି ଭୟଙ୍କର ହେଉଛନ୍ତି ଦୁଷ୍ଟ ଲୋକ

Published: May 1, 2022, 7:04 am IST

ଭୁବନେଶ୍ବର: ଦୁଷ୍ଟ ଲୋକଙ୍କୁ ସବୁବେଳ ସାବଧାନ ରହିବ ବୋଲି ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ବିଷଧର ସାପଠାରୁ ଏହି ଦୁଷ୍ଟ ଲୋକ ବା ଦୁର୍ଜନ ଆହୁରି ଭୟଙ୍କର। କାରଣ ସାପ ଥରେ ଦଂଶନ କଲେ ଲୋକଟି ମରିଯାଏ। ହେଲେ ଦୁଷ୍ଟ ଲୋକ ଆପଣଙ୍କୁ ମାରିବ ନାହିଁ, ହେଲେ ବଞ୍ଚେଇ ବଞ୍ଚେଇ ମାରିବ ବୋଲି ଚାଣକ୍ୟ କହିଛନ୍ତି।

ଆପଣ ସାପକୁ ଦେଖିଲେ ଜାଣିପାରିବେ ଯେ, ଏହା ବିଷଧର। ହେଲେ ଦୁଷ୍ଟ ବା ଦୁର୍ଜନଙ୍କୁ ଆପଣ ସହଜରେ ଚିହ୍ନିପାରିବେ ନାହିଁ। ସେହିପରି ସର୍ପଘାତରୁ ହୁଏତ ଆପଣ ଔଷଧ ବ୍ୟବହାର କରି ରକ୍ଷା ପାଇପାରିବେ। ହେଲେ ଦୁର୍ଜନ ଲୋକଙ୍କ ଦଂଶନର କୌଣସି ଔଷଧ ନାହିଁ।

ଦୁର୍ଜନ ଆପଣଙ୍କୁ ପ୍ରତି ମୂହୁର୍ତ୍ତରେ ବିପଦରେ ପକାଇବାକୁ ଚେଷ୍ଠା କରିବ। ଆପଣଙ୍କର ମାନ ସମ୍ମାନ ସର୍ବ ସମ୍ମୁଖରେ ନଷ୍ଟ କରିଦେବ। ଆପଣଙ୍କୁ ସେ ଏପରି ଅବସ୍ଥା କରିବ ଯେ, ଆପଣ ଭାବିବେ ବଞ୍ଚି ମରିବା ସହିତ ସମାନ। ସେଥିପାଇଁ ଚାଣକ୍ୟ କହିଛନ୍ତି ଦୁର୍ଜନ ହେଉଛନ୍ତି ବିଷଧର ସାପଠାରୁ ଭୟଙ୍କର।

Related posts