ପୋଲିସ ନିକଟରେ ଆତ୍ମସମର୍ପଣ କଲେ ହାର୍ଡ କୋର୍ ମାଓବାଦୀ

Published: May 2, 2022, 10:58 am IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଏରିଆ କମିଟି ସମ୍ପାଦକ ତଥା ଓଡିଶା ରାଜ୍ୟ କମିଟି ବିଜିଏନ୍ ଡିଭିଜନ (CPI) ର ହାର୍ଡ କୋର୍ ମାଓବାଦୀ ଲାଲସୁ ଓରଫ ଲକ୍ଷ୍ମଣ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। କୋରାପୁଟ DIG ରାଜେଶ ପଣ୍ଡିତ ଆଇପିଏସ, କଳାହାଣ୍ଡି ଏସ୍ ପି ଶ୍ରବଣ ବିବେକ ଏମ୍ IPS, ସି ଆର୍ ପି ଏଫ୍ କମାଣ୍ଡାଣ୍ଟ ବିପ୍ଳବ ସରକାରଙ୍କ ଉପସ୍ଥିତିରେ ଲାଲସୁ ଆତ୍ମସମର୍ପଣ କରିଛି। ଲାଲସୁ ୨୦୦୯ ମସିହାରେ ସିପିଆଇ ଏମ୍ ଦଳରେ ଯୋଗଦେଇ ଛତ୍ତିଶଗଡ଼ ଗାଙ୍ଗଲର ଦଲମ୍ ରେ ୧ ବର୍ଷ ୨୦୧୧ ମସିହାରେ କଳାହାଣ୍ଡିର ନିୟମଗିରି କୁ ଆସିଥିଲେ।

୨୦୧୪ ମସିହାରେ କର୍ଲାପାଟ ଠାରେ ଲାଲସୁ ଏରିଆ କମିଟି ସଭ୍ୟ ହେବାପରେ ପରବର୍ତ୍ତୀ ସମୟରେ ଏରିଆ କମିଟି ସମ୍ପାଦକ ଭାବେ ପଦୋନ୍ନତି ପାଇଥିଲା। ସେ କଳାହାଣ୍ଡି ଜିଲ୍ଲାର ପାଞ୍ଚଗୋଟି ସ୍ଥାନରେ କଳାହାଣ୍ଡି ପୋଲିସ ସହ ଗୁଳି ବିନିମୟରେ ସାମିଲ ଥିଲା। ମାଓବାଦୀ ଙ୍କୁ ହିଂସାର ପଥ ପରିତ୍ୟାଗ କରି ସମାଜିକ ସ୍ରୋତରେ ସାମିଲ ହେବା ପାଇଁ ସରକାରଙ୍କ ଆହ୍ଵାନ ପ୍ରତି ସମର୍ଥନ କରିବା ସହ ମାଓ ନେତାମାନଙ୍କ ତଳ କ୍ୟାଡର କର୍ମୀଙ୍କୁ ଓ ମହିଳା କ୍ୟାଡର ଙ୍କୁ ନିର୍ଯ୍ୟାତନା, ନିରିହ ଲୋକଙ୍କୁ ହତ୍ୟା ଆଦି କାର୍ଯ୍ୟକରି ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇଥିବା ଯୋଗୁଁ ଲାଲସୁ ସମାଜର ମୁଖ୍ୟ ସ୍ରୋତକୁ ଫେରିବା ନିଷ୍ପତ୍ତି ନେଇ କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ସରକାରଙ୍କ ମାଓବାଦୀ ଥଇଥାନ ନୀତି ଅନୁଯାୟୀ ଲାଲସୁକୁ ପାଞ୍ଚ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।

Related posts