Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ହେଲା ତ୍ୱରାନ୍ୱିତ, ପଦାରେ ପଡ଼ିଲା ସ୍ଥାନୀୟ ପ୍ରଶାସନର ବିଫଳତା
ଆଜିର ଖବର

ଚିଲିକାରେ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ହେଲା ତ୍ୱରାନ୍ୱିତ, ପଦାରେ ପଡ଼ିଲା ସ୍ଥାନୀୟ ପ୍ରଶାସନର ବିଫଳତା

May 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ଅପରାହ୍ନରେ ଚିଲିକାରେ ଡ଼ଙ୍ଗାବୁଡି ଘଟଣାରେ ୧୧ ଯାତ୍ରୀ ଉଦ୍ଧାର ହୋଇଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଜଣକ ବାଲୁଗାଁ ନିକଟବର୍ତ୍ତୀ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ ଯିଏ କି ମା’ କାଳିଜାଇ ପୀଠରେ ଅବସ୍ଥିତ ଥିବା ଏକ ଦୋକନରେ ସହକାରୀ କର୍ମଚାରୀ ଥିବା ଜଣାପଡିଛି। ତେବେ ଗତକାଲି ରାତିତମାମ ସ୍ଥାନୀୟ ବୋଟ ଆସୋସିଏସନର କର୍ମକର୍ତ୍ତା, ଅଗ୍ନିଶମ ବାହିନୀ ଏବଂ ଓଟିଡ଼ିସି କର୍ମଚାରୀମାନେ ଚିଲିକା ଭିତରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଜାରି ରଖିଥିବା ବେଳେ ଆଜି ସକାଳୁ ଆଇଏନଏସ ଚିଲିକା ସର୍ଚ୍ଚ ଅପେରସନ ଆରମ୍ଭ କରିଛି।

ବର୍ତ୍ତମାନ ବାଣପୁର ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଦୁଇ ଗୋଟି ଟିମ ପୁନଶ୍ଚ ଚିଲିକାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବାର ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଭାବେ ଗୋଟାଏ ଓଡ୍ରାଫ ଟିମ ମଧ୍ୟ ଉକ୍ତ କାର୍ଯ୍ୟରେ ନିୟୋଜିତ ହୋଇଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ କହିଛନ୍ତି। ହେଲେ କାଳବୈଶାଖୀ ସମୟରେ କିପରି ବୋଟ ବୁକିଙ୍ଗ କରାଯାଉଛି ବୋଲି ମା’ କାଳିଜାଇ ମୋଟର ବୋଟ ଆସୋସିଏସନର ସମ୍ପାଦକ କୃଷ୍ଣ ଚନ୍ଦ୍ର ବେହରାଙ୍କୁ ପଚାରିବାରୁ କାଲି ଶେଷ ବୁକିଙ୍ଗ ଦିନ ଗୋଟାଏ ବେଳେ ହୋଇଥିଲା ଏବଂ ତାହାପରେ ବୁକିଙ୍ଗ ବନ୍ଦ କରାଯାଇଥିଲା।

ହେଲେ କାଳବୈଶାଖୀ ସମୟରେ ଡ଼ଙ୍ଗା ଚଳାଚଳ ଗାଇଡଲାଇନ ବିଷୟରେ ସଂଘକୁ ସ୍ଥାନୀୟ ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିବାର କହିଛନ୍ତି ଶ୍ରୀ ବେହେରା। ତେବେ ଏଠି ପ୍ରଶ୍ନ ଉଠୁଛି ତହସିଲଦାର କିପରି ଏତେ ଗୁରୁତ୍ୱପୂର୍ଣ ପ୍ରସଙ୍ଗକୁ ପୁର୍ବରୁ ଧ୍ୟାନ ଦେଲେନାହିଁ? ଚିଲିକାରେ ପ୍ରତିବର୍ଷ ଗ୍ରୀଷଦିନେ ଏପରି ଡ଼ଙ୍ଗାବୁଡ଼ି ଘଟଣା ଘଟୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଆଗୁଆ ପଦକ୍ଷେପ କଣ ପାଇଁ ନେଲାନାହିଁ?

ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ଥାନୀୟ ତହସିଲଦାର ବୋଟ ଆସୋସିଏସନ ସହିତ ଏ ବାବଦରେ କୌଣସି କଥା ହୋଇନଥିବାର କହିଛନ୍ତି ସମ୍ପାଦକ କୃଷ୍ଣ ଚନ୍ଦ୍ର ବେହେରା। ସୌଭାଗ୍ୟବଶତଃ ଗତକାଲି ପୋଲିସ ଠିକ ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ୧୧ ଜଣ ଯାତ୍ରୀଙ୍କୁ ଜୀବନ୍ତ ଉଦ୍ଧାର କରିଥିବାରୁ ସ୍ଥାନୀୟ ପ୍ରଶାସନ ପାଇଁ ତାହା ବଡ଼ ଆଶ୍ବସ୍ତିକର ବିଷୟ ହୋଇଛି।

କିନ୍ତୁ ଏତେ ସବୁ ଘଟିଗଲା ପରେ ମଧ୍ୟ ସ୍ଥାନୀୟ ତହସିଲଦାର ଘଟଣାକୁ ହାଲୁକାରେ ନେବା ସାଧାରଣରେ ନାପସନ୍ଦ କରାଯାଇଛି। ଗୋଟାଏ ପଟେ ଖୋର୍ଦ୍ଧା ଜିଲ୍ଲାପାଳ ଜିଲ୍ଲାର ଉନ୍ନତି ତଥା ଜିଲ୍ଲାବାସିଙ୍କ ସୁରକ୍ଷା ପାଇଁ ଦିନ ରାତି କାର୍ଯ୍ୟ ଜାରି ରଖିଥିବା ବେଳେ ଅପରପକ୍ଷେ ସ୍ଥାନୀୟ ପ୍ରଶାସନର ଖାମଖିଆଲ ନିତି ଲାଗି ଜନସାଧାରଣ ବିପଦ ମୁଖରେ ପଡ଼ୁଛନ୍ତି।

ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ।

ଚିଲିକା ସ୍ଥାନୀୟ ପ୍ରଶାସନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.