ଅଜାନ ପାଇଁ ମସଜିଦରେ ଲାଉଡ ସ୍ପିକର ବ୍ୟବହାର ଏକ ମୌଳିକ ଅଧିକାର ନୁହେଁ: ଆହ୍ଲାବାଦ ହାଇକୋର୍ଟ

Published: May 6, 2022, 2:27 pm IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ସମେତ ସାରା ଦେଶରେ ଲାଉଡ ସ୍ପିକର ଉପରେ ବିବାଦ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଅଜାନ ପାଇଁ ମସଜିଦରେ ଲାଉଡ ସ୍ପିକର ବ୍ୟବହାର କରିବା ଏକ ମୌଳିକ ଅଧିକାର ନୁହେଁ। ହାଇକୋର୍ଟ ଏହାର ନିଷ୍ପତ୍ତି ଦେବାବେଳେ ଲାଉଡ ସ୍ପିକର ବ୍ୟବହାର ପାଇଁ ଅନୁମତି ମାଗିଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ବଦାୟୁଁରେ ନୁରୀ ମସଜିଦର ମୁତୱଲୀଙ୍କ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଏହା ସହିତ ହାଇକୋର୍ଟ ଅଜାନ ପାଇଁ ଲାଉଡ ସ୍ପିକର ଅନୁମତି ଦେବାକୁ ମନା କରିଦେଇଛନ୍ତି। ବଦାୟୁଁନର ବିସୋଲି ତହସିଲର ଦୌରାନପୁର ଗାଁର ନୁରୀ ମସଜିଦର ମୁତୱଲୀ ଇରଫାନଙ୍କ ତରଫରୁ ଏହି ଆବେଦନ କରାଯାଇଥିଲା। ଏହି ଆବେଦନରେ ଏସଡିଏମ ସମେତ ତିନି ଜଣଙ୍କୁ ପକ୍ଷ କରାଯାଇଥିଲା। ଏସଡିଏମ ଦ୍ୱାରା ଲାଉଡ ସ୍ପିକର ବ୍ୟବହାରକୁ ଅନୁମତି ଦେଇଥିବା ଆବେଦନକୁ ଖାରଜ କରିବା ପାଇଁ ଏକ ଚ୍ୟାଲେଞ୍ଜ ଥିଲା।

ଏହି ଆବେଦନରେ ହାଇକୋର୍ଟଙ୍କୁ କୁହାଯାଇଛି ଯେ, ମୌଳିକ ଅଧିକାର ଅଧୀନରେ ଲାଉଡ ସ୍ପିକର ବଜେଇବାକୁ ଅନୁମତି ଦିଆଯାଉ। ବୁଧବାର ଜଷ୍ଟିସ ବିବେକ କୁମାର ବିର୍ଲା ଏବଂ ଜଷ୍ଟିସ ବିକାଶଙ୍କ ଡିଭିଜନ ବେଞ୍ଚରେ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଅଦାଲତ ଏହି ଆବେଦନକୁ ଖାରଜ କରି କହିଛନ୍ତି ଯେ, ଅଜାନ ପାଇଁ ମସଜିଦରେ ଲାଉଡ ସ୍ପିକର ବ୍ୟବହାର ମୌଳିକ ଅଧିକାର ଅଧୀନରେ ଆସେ ନାହିଁ। ଲାଉଡ ସ୍ପିକରକୁ ଅନୁମତି ଦେବା ପାଇଁ ଅନ୍ୟ କୌଣସି ଠୋସ୍ ଗ୍ରାଉଣ୍ଡ ଦିଆଯାଇ ନାହିଁ। ଏହି ମାମଲାରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରି ଦେଇଛନ୍ତି। ଏହା ସହିତ କୋର୍ଟ ଏହି ପିଟିସନରେ ଦିଆଯାଇଥିବା ଦାବିକୁ ଭୁଲ ବୋଲି କହିଥିଲେ ଏବଂ ଆବେଦନକୁ ଖାରଜ କରିଦେଇଥିଲେ।

ଉଲ୍ଲେଖନୀୟ କଥା ହେଉଛି, ମହାରାଷ୍ଟ୍ର ନବ-ନିର୍ମାଣ ସେନା ସଭାପତି ରାଜ ଠାକରେ ଧାର୍ମିକ ସ୍ଥାନରୁ ଲାଉଡ ସ୍ପିକର ହଟାଇବାକୁ ଦାବି କରିଛନ୍ତି। ଏ ବାବଦରେ ଏମଏନଏସ ମୁଖ୍ୟ ଧମକ ଦେଇଥିଲେ ଯେ, ଯେପର୍ଯ୍ୟନ୍ତ ଲାଉଡ ସ୍ପିକର ମାଧ୍ୟମରେ ଅଜାନ ଦିଆଯିବ, ସେପର୍ଯ୍ୟନ୍ତ ହନୁମାନ ଚାଳିଶା ପଢାଯିବ। ଆନ୍ଦୋଳନ ଜାରି ରଖିବାକୁ ସେ ଚେତାବନୀ ଦେଇଛନ୍ତି।

Related posts