
ଭୁବନେଶ୍ବର: ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଅବଗତ କରାଯାଇଛି। କାରଣ ବାତ୍ୟା ଅସାନୀ ସମୁଦ୍ର ଭିତରେ ଗତି କରିବା ବେଳେ ଗୋପାଳପୁର ପାଖ ଦେଇ ଯିବ। ଏହାଫଳରେ ସେହି ଅଞ୍ଚଳର ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ କେବଳ ଗୋପାଳପୁର ବନ୍ଦରକୁ ନଜରରେ ରଖି ୩ ନମ୍ବର ବିପଦ ସଂକେତ ଜାରୀ କରାଯାଇଛି।
ସେହିପରି ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି। କାରଣ ଏହି ବନ୍ଦରଗୁଡିକଠାରୁ ବହୁ ଦୂରରେ ଅସାନୀ ଗତି କରିବ। ଏହି ସମୟରେ ପବନର ବେଗ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।