ମଦୁଆ ସାବଧାନ, ଖୋଲାଖୋଲି ମଦ ପିଇଲେ ବାନ୍ଧିବ ପୋଲିସ

Published: May 12, 2022, 9:11 am IST

ପୁରୀ: ଏଣିକି ମଦୁଆମାନେ ସାବଧାନ ହୋଇଯାଆନ୍ତୁ। କାରଣ ସାଧାରଣ ଜନଗହଳି ବା ସାଧାରଣ ଚଳାଚଳ ସ୍ଥାନରେ ମଦ ପିଇଲେ ପୋଲିସ ବାନ୍ଧିବ ନେବ। ଏ ନେଇ ପୁରୀ ପୋଲିସ ଆରମ୍ଭ କରିଛି ଏକ ବଡ ଅଭିଯାନ। ଏଣିକି ପୁରୀରେ ବା ସମୁଦ୍ରକୂଳରେ ଖୋଲାଖୋଲି ମଦ ପିଇଲେ ସେମାନଙ୍କୁ ଗିରଫ କରାଯିବ।

ସାଧାରଣତଃ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ମଦ ପିଇବା ବେଆଇନ କାର୍ଯ୍ୟ। ହେଲେ ଅନେକ ଏହାକୁ ଖୋଲାଖୋଲି ଉଲଘଂନ କରୁଛନ୍ତି। ବିଶେଷ କରି ପୁରୀ ସମୁଦ୍ର କୂଳରେ ଏହା ବେଶୀ ପରିଲକ୍ଷିତ ହେଉଛି। ଫଳରେ ପୁରୀ ସମୁଦ୍ରକୂଳ ଥାନା ଚଢାଉ କରି ଗତକାଲି ଦଶ ଜଣଙ୍କୁ ଗିରଫ କରିଛି। ଏହି ଅଭିଯାନ ଚାଲୁ ରହିବ ବୋଲି ପୋଲିସ ତରଫରୁ ଜଣାପଡିଛି।

Related posts