Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ଲୁଟ ଘଟଣା: ଅଭିଯୁକ୍ତ କାର ଡ୍ରାଇଭରକୁ ବାନ୍ଧିଲା ପୋଲିସ

ପୁରୀ: ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଲୁଟ ଘଟଣାରେ ପୁରୀ ପୋଲିସକୁ ବଡ ସଫଳତା ମିଳିଛି। ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ଉଲ୍ଲେଖ ଯୋଗ୍ୟ ଯେ, ସୁଦୂର ନେଦରଲାଣ୍ଡରୁ ଅନ୍ଥୋନି ଭାନ୍ ଅର୍କେଲ୍ ନାମକ ଜଣେ ୭୧ ବର୍ଷୀୟ ପର୍ଯ୍ୟଟକ ପୁରୀ ଭ୍ରମଣ ପାଇଁ ଆସିଥିଲେ। ଗତ ୧୦ ତାରିଖରେ ଭ୍ରମଣ ସମୟରେ ସେ ଜଣେ କାର ଡ୍ରାଇଭରଙ୍କ ଠାରୁ ଲୁଟରେ ଶିକାର ହୋଇଥିଲେ। କାର ଡ୍ରାଇଭରଜଣଙ୍କ ବିଦେଶୀ ପର୍ଯ୍ୟଟକ ଅନ୍ଥୋନିଙ୍କ ନିକଟରୁ ୩ ଲକ୍ଷ ୫୦ହଜାର ଟଙ୍କା, ୪୨୦୦ ୟୁରୋ ମୁଦ୍ରା, ଦାମୀ ଘଣ୍ଟା, କ୍ୟାନନ୍ କ୍ୟାମେରା, ହୀରା ମୁଦି ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଲୁଟି ନେଇଥିଲା।

ତେବେ ଏନେଇ ବିଦଶୀ ପର୍ଯ୍ୟଟକଜଣଙ୍କ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ପୁରୀ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରାଯାଇଥିଲା। ଏବଂ ତଦନ୍ତ ସମୟରେ ଅଭିଯୁକ୍ତଙ୍କ ପରିଚୟ ମିଳିପାରିଥିଲା। ସେ କଟକ ଜିଲ୍ଲା କାନପୁର ଥାନା କନରପୂର୍ ଗ୍ରାମର ସାଗର କୁମାର ମଲ୍ଲିକ ବୋଲି ଜଣାପଡିଥିଲା।

ଏହାପରେ ଅଭିଯୁକ୍ତକୁ ପୋଲିସ ଗିରଫ କରାଯିବା ସହ ବ୍ୟବହୃତ କାର ଜବତ କରିଥିଲା। ତେବେ ଗୁରୁବାର ଦିନ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୨ କୁଖ୍ୟାତ ଡକାୟତଙ୍କୁ ବାନ୍ଧିଲା ପୁରୀ ପୋଲିସ

ପୁରୀ: ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ଅଗଷ୍ଟ ମାସରେ ପୁରୀ ଟାଉନର ବିଭିନ୍ନ ଥାନା ଅଞ୍ଚଳରୁ ୫୦ ରୁ ଊର୍ଦ୍ଧ୍ଵ ଅପରାଧୀମାନଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ୧୨ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି।

ପୁରୀ ଟାଉନ ଥାନା, ସମୁଦ୍ରକୂଳ ଥାନା ଏବଂ ବାସେଳୀ ସାହି ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ୧୨ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି। ଉକ୍ତ ଅପରାଧୀ ମାନେ ଡକାୟତି ଯୋଜନା ପାଇଁ ଏକାଠି ହୋଇଥିବା ବେଳେ ପୋଲିସ ସେମାନଙ୍କୁ ମାଡିବସିଥିଲା। ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ କରିଛି ପୋଲିସ।

ତେବେ ଉକ୍ତ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପୋଲିସ କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀ ପୋଲିସ ଦ୍ୱାରା ‘ଦାଦାବଟି କୁ ନା’ ଅଭିଯାନ ଜାରି: ଗିରଫ ହେଲେ ୩ ଅଭିଯୁକ୍ତ

ପୁରୀ: ପୁରୀ ପୋଲିସ ଦ୍ୱାରା ‘ଦାଦାବଟି କୁ ନା’ ଅଭିଯାନ ଜାରି ରହିଛି। ଉକ୍ତ ଅଭିଯାନ ଅନ୍ତର୍ଗତ ଦାଦାବଟି ଆଦାୟ କରୁଥିବା ଅଭିଯୁକ୍ତଙ୍କ ଉପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଏହି ପରିପ୍ରେକ୍ଷୀରେ ପୁରୀ ଟାଉନ ଥାନା ଅଞ୍ଚଳରେ ଦାଦାବଟି ମାଗି ୩ ଅଭିଯୁକ୍ତ ଗିରଫ ହୋଇଥିବାର ଟାଉନ ଥାନାଧିକାରୀ ସୁନୀଲ ପ୍ରଧାନ ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନେ ହେଲେ ଟାଉନ ଥାନା ଗୁଡ଼ିଆ ସାହିର ରବି ନାୟକ (୨୫), ବାସେଳୀ ସାହିର ବିଶ୍ୱଜିତ ପୃଷ୍ଟି (୨୩) ଏବଂ ରାମଜି ମଠର ଅର୍ଜୁନ ପୃଷ୍ଟି (୨୯)।

ଉପରୋକ୍ତ ଅଭିଯୁକ୍ତ ମାନେ ଶ୍ରୀ କୃଷ୍ଣ ସିନେମା ହଲ ଗଳିରେ ଥିବା ବିଭିନ୍ନ ଦୋକାନୀଙ୍କୁ ଲୁହା ରଡ଼ ଓ କାଠ ବାଡ଼ି ଦେଖାଇ ଡରାଇ ଧମକାଇ ଦାଦାବଟି ଆଦାୟ କରୁଥିଲେ। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଲୁହା ରଡ଼, କାଠ ବାଡ଼ି ଓ ୫୦୦ ନକଦ ଟଙ୍କା ଜବତ କରିଥିବା ବେଳେ ସେମାନଙ୍କ ବିରୋଧରେ ଟାଉନ ଥାନାରେ କେସ ନମ୍ବର ୨୭୦/୨୩ ରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ସମୁଦ୍ରକୂଳ ରୋଡରେ ଗାଡି ପାର୍କିଂ କରୁଛନ୍ତି କି ? ତେବେ ଏପରି ହେବ ଅବସ୍ଥା

ପୁରୀ: ବିଭିନ୍ନ ସମୟରେ ଲୋକମାନେ ପୁରୀ ଗଲେ ପ୍ରଭୃ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଟିକିଏ ସମୁଦ୍ରକୂଳ ଆଡେ ବୁଲି ଆସନ୍ତି। ପ୍ରାୟତଃ ସମସ୍ତେ ସମୁଦ୍ରକୂଳ ରୋଡ ଉପରେ ଗାଡି ପାର୍କିଂ କରି ଭିତରକୁ ବୁଲିବାକୁ ଯାଆନ୍ତି। ହେଲେ ସେହି ଗାଡି ପାଇଁ ସେଠାରେ ଟ୍ରାଫିକ ସମସ୍ୟା ହୋଇଯାଏ। ଗାଡିମୋଟର ଜାମ ହୋଇଯାଏ। ଯାହାକୁ ନେଇ ପୁରୀ ପୋଲିସ ନାକେଦନ ହେବାକୁ ପଡେ।

ଏସବୁକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଗତ କିଛିଦିନ ଧରି ସମୁଦ୍ରକୂଳ ରୋଡ ଉପରେ ବେଆଇନ ପାର୍କିଂ ଗାଡିକୁ ସିଧା ଟେକି ନେଇ ଆସୁଛି। ଫଳରେ ଗାଡିମାଲିକ ଗାଡି ପାଖକୁ ଆସିବା ବେଳକୁ ଗାଡି ଉଭାନ। ଏହା ପୂର୍ବରୁ ପୋଲିସ ତରଫରୁ ପାର୍କିଂ ସ୍ଥାନରେ ଗାଡି ରଖିବା ପାଇଁ ସଚେତନ କରାଉଛି। ତଥାପି ଲୋକେ ନ ଶୁଣିବାରୁ ବାଧ୍ୟ ହୋଇ ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀର କୌଣସି ସାଧାରଣ ସ୍ଥାନରେ ମଦ ପିଉଛନ୍ତି କି? ସାବଧାନ, ଏଥର ବାନ୍ଧିବ ପୋଲିସ

ପୁରୀ: ଯେଉଁମାନେ ସାଧାରଣ ଚଳପ୍ରଚଳ ସ୍ଥାନରେ ମଦ ପିଉଛନ୍ତି ସେମାନେ ଏଣିକି ସାବଧାନ ରୁହନ୍ତୁ। କାରଣ ଏହିପରି ବ୍ୟକ୍ତିଙ୍କୁ ବର୍ତ୍ତମାନ ପୋଲିସ ଖୋଜୁଛି। ସଂଧ୍ୟା ହେଲେ ଅନେକ ଲୋକ ସାଧାରଣ ସ୍ଥାନରେ ନିର୍ଭୟରେ ମଦ ପିଉଛନ୍ତି। କେବଳ ସେତିକି ନୁହେଁ ସେମାନେ ମଧ୍ୟ ସାଧାରଣ ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗମାନ ହେବାରେ ଲାଗିଛି।

ଏସବୁ ଅଭିଯୋଗକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ତରଫରୁ ଏକ ଅଭିଯାନ ଆରମ୍ଭ କରାଯାଇଛି। ଯେଉଁମାନେ ସାଧାରଣ ସ୍ଥାନରେ ମଦ ପିଉଛନ୍ତି ସେମାନଙ୍କୁ ଗୋଡାଇ ଗୋଡାଇ ପୋଲିସ ଧରିବା ଆରମ୍ଭ କରିଛି। ଗତକାଲି ରାତିରେ ପୁରୀ କୁମ୍ଭାରପଡା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ପନ୍ଦର ଜଣଙ୍କୁ ଧରିଛି। ଏହି ଅଭିଯାନ ପ୍ରତିଦିନ ଚାଲିବ ବୋଲି ପୁରୀ ପୋଲିସ ନିଷ୍ପତି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ସମୁଦ୍ରକୂଳ ରୋଡରେ ବେଆଇନ ପାର୍କିଂ କରିଥିବା ଗାଡିକୁ ଉଠାଇନେଲା ପୋଲିସ

ପୁରୀ: ଗତକାଲି ରାତିରେ ପୁରୀ ପୋଲିସ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ତାହା ହେଲା ପୁରୀ ସମୁଦ୍ରକୂଳ ରୋଡରେ ବେଆଇନ ପାର୍କିଂ କରିଥିବା ଗାଡି ଜବତ। ରାତିରେ ପୋଲିସ ସ୍ବତନ୍ତ୍ର ଗାଡି ମାଧ୍ୟମରେ ବେଆଇନ ପାର୍କିଂ କରିଥିବା ଗାଡିକୁ ସିଧା ଉଠାଇ ନେଇଛି। ଯାହାକୁ ନେଇ ସାଧାରଣ ଲୋକେ ବେଶ ଖୁସି ପ୍ରକଟ କରିଛନ୍ତି।

ସାଧାରଣତଃ ପୁରୀ ସମୁଦ୍ରକୂଳରେ ସଂଧ୍ୟାବେଳେ ବୁଲିବା ପାଇଁ ସେଠାରେ ପ୍ରବଳ ଭିଡ ହୁଏ। ହେଲେ ଯେଉଁମାନେ ଦୂରଦୂରାନ୍ତରୁ ଆସିଥାନ୍ତି ସେମାନେ ପାର୍କିଂ ସ୍ଥାନରେ ଗାଡି ପାର୍କିଂ ନ କରି ରୋଡ ଉପରେ କରନ୍ତି। ଫଳରେ ସାଧାରଣ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥାଏ। ଏହାକୁ ଲକ୍ଷ ରଖି ପୁରୀ ପୋଲିସ ତରଫରୁ ଏହି କଡା ପଦକ୍ଷେପ ଗ୍ରହଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମଦୁଆ ସାବଧାନ, ଖୋଲାଖୋଲି ମଦ ପିଇଲେ ବାନ୍ଧିବ ପୋଲିସ

ପୁରୀ: ଏଣିକି ମଦୁଆମାନେ ସାବଧାନ ହୋଇଯାଆନ୍ତୁ। କାରଣ ସାଧାରଣ ଜନଗହଳି ବା ସାଧାରଣ ଚଳାଚଳ ସ୍ଥାନରେ ମଦ ପିଇଲେ ପୋଲିସ ବାନ୍ଧିବ ନେବ। ଏ ନେଇ ପୁରୀ ପୋଲିସ ଆରମ୍ଭ କରିଛି ଏକ ବଡ ଅଭିଯାନ। ଏଣିକି ପୁରୀରେ ବା ସମୁଦ୍ରକୂଳରେ ଖୋଲାଖୋଲି ମଦ ପିଇଲେ ସେମାନଙ୍କୁ ଗିରଫ କରାଯିବ।

ସାଧାରଣତଃ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ମଦ ପିଇବା ବେଆଇନ କାର୍ଯ୍ୟ। ହେଲେ ଅନେକ ଏହାକୁ ଖୋଲାଖୋଲି ଉଲଘଂନ କରୁଛନ୍ତି। ବିଶେଷ କରି ପୁରୀ ସମୁଦ୍ର କୂଳରେ ଏହା ବେଶୀ ପରିଲକ୍ଷିତ ହେଉଛି। ଫଳରେ ପୁରୀ ସମୁଦ୍ରକୂଳ ଥାନା ଚଢାଉ କରି ଗତକାଲି ଦଶ ଜଣଙ୍କୁ ଗିରଫ କରିଛି। ଏହି ଅଭିଯାନ ଚାଲୁ ରହିବ ବୋଲି ପୋଲିସ ତରଫରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀର ବିଭିନ୍ନ ହୋଟେଲରେ ପୋଲିସ ଚେକିଂ

ପୁରୀ: ଆଜି ପୁରୀ ପୋଲିସ ତରଫରୁ ବିଭିନ୍ନ ହୋଟେଲଗୁଡକରେ ସର୍ପାଇଜ ଚେକିଂ କରାଯାଇଛି। ଏକ ସ୍ବତନ୍ତ୍ର ଦଳ ବିଭିନ୍ନ ହୋଟେଲକୁ ଯାଇ ସେଠାରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲେ। କାରଣ ଏହି ଠିକ ଭାବେ ଚାଲୁଛି କି ନାହିଁ, ଭଲ ଭାବେ ରେକର୍ଡ ହେଉଛି କି ନାହିଁ ତାହା ଯାଞ୍ଚ କରିଥିଲେ।ସେହିପରି ଅଭ୍ୟର୍ଥନାରେ ରହିଥିବା ଅତିଥି ତାଲିକାକୁ ମଧ୍ୟ ଯାଞ୍ଚ କରାଯାଇଥିଲା। କେଉଁ ଅତିଥି କେଉଁଠାରୁ ଆଉ କେତେବେଳେ ଆସିଛନ୍ତି ତାହାର ମଧ୍ୟ ତଦାରଖ କରିଥିଲେ।

ବିଭିନ୍ନ ସମୟରେ ବାହାରୁ ଦୁର୍ବୁତମାନେ ଆସି ପୁରୀରେ ରହି ବହୁ ଅନୈତିକ କାର୍ଯ୍ୟ କଳାପରେ ଲିପ୍ତ ରହୁଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି। ଏପରିକି ହତ୍ୟାକାଣ୍ଡ ପରି ଘଟଣା ମଧ୍ୟ ଘଟୁଛି। ସେସବୁକୁ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ତରଫରୁ ଏପରି ଅତର୍କିତ ଯାଞ୍ଚ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଦିଗବାରେଣି ଛକରୁ ବ୍ରାଉନ ସୁଗର ଜବତ, ତିନି ଗିରଫ

ପୁରୀ: ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ଦିଗବାରେଣି ଛକରେ ପୋଲିସ ଅତର୍କିତ୍ତ ଚଢ଼ାଉ କରି ୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏଥି ସହିତ ସମ୍ପୃକ୍ତ ସ୍ଥାନୀୟ ତିନିଜଣ ଯୁବକ ଙ୍କୁ ଗିରଫ କରିଛି।

ଅଭିଯୁକ୍ତ ଯୁବକ ମାନେ ହେଲେ ଅବିନାଶ ପଣ୍ଡା (ବାଲିସାହି), ସତ୍ୟ ବେହେରା (ହରଚଣ୍ଡୀ ସାହି) ଓ ସଂଗ୍ରାମ ପଣ୍ଡା (ଗୁଡ଼ିଆ ସାହି) ବୋଲି ସୂଚନା ମିଳିଛି।ସେମାନଙ୍କ ଠାରୁ ଆହୁରି ୨ଟି ସେଲ ଫୋନ, ୨ଟି ମୋଟର ସାଇକେଲ ଓ ନଗଦ ୩୫୦ଟଙ୍କା ପୋଲିସ ଜବତ କରିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ହେଲ୍ପ ଲାଇନ୍ ନମ୍ବର ଜାରି କଲା ପୁରୀ ପୋଲିସ: ଏଣିକି ଯେକୌଣସି ମୁହୂର୍ତ୍ତରେ ଅଭିଯୋଗ କରିପାରିବେ ଲୋକେ

ପୁରୀ: ଆଜି ପୁରୀ ଜିଲ୍ଲା ପାଇଁ ୨୪ ଘଣ୍ଟିଆ ଫାଇଭ-ଟି କଲ ସେଣ୍ଟର ଆରମ୍ଭ କରାଯାଇଛି। ଏହି କଲ ସେଣ୍ଟର ସପ୍ତାହର ସମସ୍ତ ସାତ ଦିନ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଏହି ହେଲ୍ପ ଲାଇନ୍ ନମ୍ବର ସାଧାରଣ ଲୋକଙ୍କ ପାଇଁ ୨୪ ଘଣ୍ଟା ପାଇଁ କାର୍ଯ୍ୟ କରିବ। ଏହା ସହିତ ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସରେ ଏକ ରିସେପସନ୍ ସେଣ୍ଟର କରାଯାଇଛି। ଏବଂ ଅଭିଯୋଗ ଶୁଣାଣି ପାଇଁ ଡିଏସପି ଏଚଆରପିସି ନୋଡାଲ ଅଫିସର ରହିବେ।

ତେବେ ସାଧାରଣ ଜନତା ୭୬୫୩୮୯୧୯୩୦ ରେ କଲ୍ କରି ଅଭିଯୋଗ କରିପାରିବେ କିମ୍ବା ହ୍ୱାଟ୍ସଆପ୍ ମେସେଜ ମାଧ୍ୟମରେ ଅଭିଯୋଗ କରିପାରିବେ। ଅଭିଯୋଗକାରୀଙ୍କୁ ତୁରନ୍ତ ସମ୍ପର୍କ କରିବ ପୋଲିସ। ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ପୋଲିସ ତଦନ୍ତ କରି ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇବ।

ସେହିଭଳି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସରେ ଏକ ରିସେପସନ୍ ସେଣ୍ଟର କରାଯାଇଛି। ଏଥିରେ ଜଣେ ମହିଳା କର୍ମଚାରୀ ଥିବାବେଳେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହା କାର୍ଯ୍ୟ କରିବ। ଯେ କେହିବି ଅଭିଯୋଗ ପାଇଁ ଏସପି ଅଫିସ୍ ଆସିଲେ ରିସେପସନରେ ପଞ୍ଜିକରଣ କରିବେ। ସମସ୍ତ ଅଭିଯୋଗକୁ ପୁରୀ ଏସପି ବ୍ୟକ୍ତିଗତ ଭାବେ ଦେଖିବେ। ଏସପିଙ୍କ ଅନୁପସ୍ଥିତିରେ ଅଭିଯୋଗ ଶୁଣିବେ ଅତିରିକ୍ତ ଏସପି। ସମୟାନୁସାରେ ଆଇନତଃ ଭାବେ ଅଭିଯୋଗ ସମାଧାନ କରାଯିବ।

ଅଭିଯୋଗ ସମାଧାନ ଲାଗି ଡିଏସପି ଏଚଆରପିସି ନୋଡାଲ ଅଫିସର ରହିବେ। ଜିଲ୍ଲା ପୋଲିସ୍ ଅଫିସ୍ ଅଥବା ଫାଇଭ-ଟି କଲ୍ ସେଣ୍ଟରକୁ ଆସୁଥିବା ସମସ୍ତ ଅଭିଯୋଗରେ ଡିଏସପି, ଏଚଆରପିସି ଇନ୍ସପେକ୍ଟର ପ୍ରାଥମିକ ସହାୟତା କରିବେ। ଡିଏସପି ଏଚଆରପିସି ସମସ୍ତ ଅଭିଯୋଗକୁ ଠିକ୍ ସମୟରେ ଓ ଯୁକ୍ତିଯୁକ୍ତ ଭାବେ ସମାଧାନ କରିବା ନିଶ୍ଚିତ କରିବେ।