Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ନୈତିକ ମୂଲ୍ୟବୋଧରେ ପ୍ରେରିତ କରିବା ଉଚିତ୍: ପୂର୍ବତନ ରାଜ୍ୟପାଳ
ଆଜିର ଖବର

ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ନୈତିକ ମୂଲ୍ୟବୋଧରେ ପ୍ରେରିତ କରିବା ଉଚିତ୍: ପୂର୍ବତନ ରାଜ୍ୟପାଳ

May 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଯୁବଗୋଷ୍ଠୀଙ୍କୁ ଶୈକ୍ଷିକ ଏବଂ ବୌଦ୍ଧିକ କ୍ଷେତ୍ରରେ ଶିକ୍ଷିତ କରାଇବା ସହ ସେମାନଙ୍କୁ ଉଚ୍ଚ ମାନର ନୈତିକ ମୂଲ୍ୟବୋଧର ମନ୍ତ୍ର ଦେବା ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଏକ ବଡ ଦାୟିତ୍ୱ ରହିଛି ବୋଲି କହିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌.ଏମ୍‌. ରାଜେନ୍ଦ୍ରନ।

ଦେଶ ଗଠନ ନିମନ୍ତେ ଚରିତ୍ର ଗଠନର ଏକ ପ୍ରମୁଖ ଭୂମିକା ରହିଛି ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମନରେ ନୈତିକ ମୂଲ୍ୟବୋଧର ମଞ୍ଜି ବୁଣିବା ଆବଶ୍ୟକ ବୋଲି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ “ଦ୍ରୁତ ପରିବର୍ତନଶୀଳ ପରିବେଶରେ ଶିକ୍ଷା” ଶୀର୍ଷକ ବକ୍ତୃତା ପ୍ରଦାନ କରିବା ଅବସରରେ ଶ୍ରୀ ରାଜେନ୍ଦ୍ରନ୍ ଏହା କହିଛନ୍ତି।

ସାରା ଦେଶରେ ଆଦର୍ଶ ବ୍ୟକ୍ତିତ୍ୱର ଘୋର ଅଭାବ ଦେଖାଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମନରେ ନୈତିକ ମୂଲ୍ୟବୋଧ ଭରିବାରେ ଶିକ୍ଷକ ମାନଙ୍କର ଏକ ସ୍ୱତନ୍ତ୍ର ଭୂମିକା ରହିଛି ବୋଲି ସେ କହିଥିଲେ। ବର୍ତ୍ତମାନ ସମୟରେ ଲୋକମାନେ ଯେଉଁମାନଙ୍କୁ ନିଜର ଆଦର୍ଶ ବୋଲି ମାନୁଛନ୍ତି ସେମାନେ ପ୍ରକୃତରେ ତାହା ହୋଇପାରୁ ନାହାନ୍ତି। ତେଣୁ ନିଜ ଚରିତ୍ର ଗଠନରେ ଅଭାବ ଯୋଗୁଁ ସବୁଠାରୁ ଶୀର୍ଷରେ ଥିବା ବ୍ୟକ୍ତି ମଧ୍ୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି।

ଯାହା ଆପଣ ଶିକ୍ଷାଦାନ କରୁଛନ୍ତି ତାହା ନିଜେ ମଧ୍ୟ ଅଭ୍ୟାସ କରିବା ଉଚିତ୍। ତାହା ଦ୍ୱାରା ଆପଣ ଆଦର୍ଶ ହୋଇପାରିବେ ବୋଲି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସେ କହିଛନ୍ତି। ବର୍ତ୍ତମାନ ଓଡ଼ିଶା ଗସ୍ତରେ ଥିବା ଶ୍ରୀ ରାଜେନ୍ଦ୍ରନଙ୍କ ଲିଖିତ ପୁସ୍ତକ “ସର୍ଭିସ୍ ଅନ୍‌ଇଂଟରପ୍ଟେଡ୍‌” ଗୁରୁବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଲୋକାର୍ପିତ ହୋଇଛି।

ସ୍ୱାମୀ ବିବେକାନନ୍ଦଙ୍କ ଉକ୍ତିକୁ ଉଦ୍ଧୃତ କରି ସେ କହିଥିଲେ ଯେ ଶିକ୍ଷା ପ୍ରଦାନ ବ୍ୟବସ୍ଥାରେ ଜୀବନ ଗଠନ, ମଣିଷ ଗଠନ ଏବଂ ଚରିତ୍ର ଗଠନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଅନେକ ବର୍ଷ ପୂର୍ବରୁ ସ୍ୱାମୀଜୀ ଯାହା କହିଥିଲେ ତାହା ବର୍ତମାନ ସମୟ ପାଇଁ ମଧ୍ୟ ପ୍ରଯୁଜ୍ୟ ବୋଲି ସେ କହିଥିଲେ।

ଶ୍ରୀ ରାଜେନ୍ଦ୍ରନ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ହୃଦୟଙ୍ଗମ କରିବା ଉଚିତ୍ ଯେ ଯାହା ସେମାନେ ସ୍କୁଲ୍ କିମ୍ବା କଲେଜରେ ଶିକ୍ଷା ଗ୍ରହଣ କରୁଛନ୍ତି କେବଳ ତାହା ଶିକ୍ଷା ନୁହେଁ। ଶିକ୍ଷା ଏକ ଗତିଶୀଳ ଅନୁଭୂତି, ଯାହା ସାରା ଜୀବନ ଗ୍ରହଣ କରିବାକୁ ପଡ଼େ। ଯେତେବେଳେ ଜଣେ ଛାତ୍ର କହେ ମୁଁ ମୋର ଶିକ୍ଷା ସମାପ୍ତ କରିଛି ତାହା ଠିକ୍ ନୁହେଁ। ସେ କେବଳ ଏକ ଡିଗ୍ରୀ ପାଇଲା ମାତ୍ର ଶିକ୍ଷା ଗ୍ରହଣ ଏକ ଗତିଶୀଳ ପ୍ରକ୍ରିୟା।

ବିଶ୍ୱ ସ୍ତରରେ ଦୁର୍ନୀତି ବହୁଳ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଭାରତରେ ସଚ୍ଚୋଟ ଲୋକଙ୍କୁ ସହଯୋଗ ମିଳେ ନାହିଁ ଓ ଅନେକେ ଏହି ଲୋକମାନେ ମିଳୁଥିବା ସୁଯୋଗର ସଦ୍‌ବ୍ୟବହାର କରିବାକୁ ଅକ୍ଷମ ବୋଲି ମନେ କରିଥାନ୍ତି। ଦକ୍ଷତା ମଣିଷକୁ ଶୀର୍ଷକୁ ନେଇପାରେ କିନ୍ତୁ ଚରିତ୍ର ସେହି ଶୀର୍ଷ ସ୍ଥାନରେ ନିଜକୁ ବଜାୟ ରଖିବାରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ।

ଶିକ୍ଷା ଓ ଅନୁସନ୍ଧାନକୁ ଉଚ୍ଚ ପ୍ରଶଂସା କରି ଶ୍ରୀ ରାଜେନ୍ଦ୍ରନ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟ ଅନେକ ମହତ୍ୱପୂର୍ଣ୍ଣ ଗବେଷଣା କାର୍ଯ୍ୟରେ ଲିପ୍ତ ରହିଛି। ଏଭଳି କାର୍ଯ୍ୟ ନିଜ ନାମକୁ ଉଚ୍ଚକୁ ନେଇଯାଏ। ଏହି ବିଶ୍ୱବିଦ୍ୟାଳୟ ନିଜର ପାଟେନ୍‌ଟ ଗୁଡ଼ିକର ସଂଖ୍ୟା ବୃଦ୍ଧି କରିବାରେ ମନୋନିବେଶ କରିବା ଉଚିତ୍। ଯଦିଓ ସୋଆ ଅନେକ ଗୁଡ଼ିଏ ପାଟେନ୍‌ଟ ହାସଲ କରିଛି ତେବେ ଏହାର ସଂଖ୍ୟା ଭବିଷ୍ୟତରେ ବୃଦ୍ଧି ପାଇଲେ ଦେଶର ଖ୍ୟାତି ବଢ଼ିପାରିବ।

କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ଶ୍ରୀ ରାଜେନ୍ଦ୍ରନଙ୍କୁ ସ୍ୱାଗତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଶ୍ରୀ ରାଜନ୍ଦ୍ରେନ୍‌ଙ୍କ ପତ୍ନୀ ସୁଶୀଳା ରାଜେନ୍ଦ୍ରନ ଉପସ୍ଥିତ ଥିଲ। ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ପୂର୍ବତନ ରାଜ୍ୟପାଳ
Share. Facebook Twitter LinkedIn Email WhatsApp Copy Link

Related Posts

SBI Account Safety: ଡାଟା ଲିକ୍‌ ହେଲେ ଆକାଉଣ୍ଟରୁ ଟଙ୍କା ଚୋରି ହୋଇପାରିବ କି?

October 22, 2026

ମୁକ୍ତି ପରେ ବି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP ନେତା

October 22, 2026

ଇଣ୍ଡିଆ କେମ୍ ୨୦୨୬ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

October 22, 2026

ପୂର୍ବ ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର

October 21, 2026
Latest News

SBI Account Safety: ଡାଟା ଲିକ୍‌ ହେଲେ ଆକାଉଣ୍ଟରୁ ଟଙ୍କା ଚୋରି ହୋଇପାରିବ କି?

October 22, 2026

୨୩ରୁ ଅହମଦାବାଦରେ ରାଜ୍ୟଗୋଷ୍ଠୀ କବାଡ଼ି ଚାମ୍ପିଅନ୍‌ଶିପ୍‌

October 22, 2026

ଆଇସିସି ଦିନିକିଆ ରାଙ୍କିଙ୍ଗ୍ : ଦିନିକିଆ ବୋଲର୍‌ଙ୍କ ଟପ୍‌-୫ରେ ସ୍ଥାନ ପାଇଲେ କୁଲଦୀପ୍

October 22, 2026

ମୁକ୍ତି ପରେ ବି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP ନେତା

October 22, 2026

ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନ୍ ବୋଲିଂ କୋଚ୍ ହେଲେ ଅମିତ ମିଶ୍ରା

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.