କେରଳରେ ମୃତ ଶ୍ରମିକର ପାର୍ଥିବ ଶରୀରକୁ ଆଣିବାରେ ସହାୟତା ଦେଲା ଓଡ଼ିଶା-ମୋ ପରିବାର

Published: May 14, 2022, 7:10 am IST

ଭୁବନେଶ୍ୱର : ଗଜପତି ଜିଲ୍ଲା ମୋହାନାର ବାସିନ୍ଦା ୩୭ ବର୍ଷ ବୟସ୍କ ସନ୍ତୋଷ ସୋଭନାୟକ, କେରଳର ଏର୍ନାକୁଲମରେ ରହି କାମ କରୁଥିଲେ । ସେଠାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ଅନୁରୋଧ କ୍ରମେ ତାଙ୍କର ମୃତ ଦେହକୁ କେରଳରୁ ଗଜପତି ଜିଲ୍ଲା ମୋହନାକୁ ବିମାନ ଯୋଗେ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

ବିମାନ ବନ୍ଦରରୁ ମୋହାନାକୁ ସ୍ଥାନାନ୍ତର କରିବା ପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ମୋହନା ବ୍ଲକ ଉନ୍ନୟନ ଅଧିକାରୀ ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ। ଏଥିପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରା ଯାଇଥିଲା । ଆଜି ସନ୍ତୋଷଙ୍କ ମୃତଦେହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାରର ସଦସ୍ୟମାନଙ୍କ ଉପସ୍ଥିତିରେ ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ଓଡ଼ିଶା-ମୋ ପରିବାର ଦ୍ୱାରା ଏକ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରାଯାଇ ମୋହନା ପଠାଇଦିଆଯାଇଛି।

Related posts