Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରୀକୃତ ରାଇଟ୍‌ ଅଫ୍‌ ୱେ ଅନୁମୋଦନ ପାଇଁ ‘‘ଗତିଶକ୍ତି ସଞ୍ଚାର’’ ପୋର୍ଟାଲ ଉନ୍ମୋଚନ
ଆଜିର ଖବର

କେନ୍ଦ୍ରୀକୃତ ରାଇଟ୍‌ ଅଫ୍‌ ୱେ ଅନୁମୋଦନ ପାଇଁ ‘‘ଗତିଶକ୍ତି ସଞ୍ଚାର’’ ପୋର୍ଟାଲ ଉନ୍ମୋଚନ

May 14, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ, ବିଶେଷ କରି ଗ୍ରାମାଞ୍ଚଳରେ ସାର୍ବଜନୀନ ଓ ସମାନତାପୂର୍ଣ୍ଣ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେବା ଉପରେ ଗୁରୁତ୍ବାରୋପ କରି ଆସୁଛନ୍ତି। ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଧାରାରେ, କେନ୍ଦ୍ର ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ଓ ରେଳବାଇ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ରାଇଟ୍‌ ଅଫ୍‌ ୱେ (ଆରଓଡବ୍ଲୁ) ଅନୁମୋଦନ ପାଇଁ ‘‘ଗତିଶକ୍ତି ସଞ୍ଚାର’’ ପୋର୍ଟାଲ (www.sugamsanchar.gov.in)କୁ ଶନିବାର (ମେ ୧୪, ୨୦୨୨ରେ ଉନ୍ମୋଚନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ଆଇଟି ସଚିବଙ୍କ ସମେତ ସାରା ଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ। ବିବିଏନଏଲ, ଭାରତୀୟ ଏୟାରଟେଲ ଲିମିଟେଡ, ବିଏସଏନଏଲ/ଏମଟିଏନଏଲ, ସିଓଏଆଇ, ଡିଆଇପିଏ, ଇଣ୍ଡସ ଟାୱାର୍ସ, ଆଇଏସପିଏଆଇ, ରିଲାଏନ୍ସ ଜିଓ, ଷ୍ଟେରଲାଇଟ, ଭୋଡ଼ାଫୋନ ଆଇଡିଆ ଆଦି ବିଭିନ୍ନ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ/ସିଏମଡି/ଡିଜି/ଅଧ୍ୟକ୍ଷ/ ଉପାଧ୍ୟକ୍ଷମାନେ ସାମିଲ ହୋଇଥିଲେ। ଜାତୀୟ ବ୍ରଡବ୍ୟାଣ୍ଡ ମିଶନକୁ କେନ୍ଦ୍ରରେ ରଖାଯାଇ ଏହି ପୋର୍ଟାଲକୁ ବିକଶିତ କରାଯାଇଛି। ନାଗରିକମାନଙ୍କ ମୌଳିକ ଆବଶ୍ୟକତା ଭାବେ ଏବଂ ଚାହିଦା ଅନୁସାରେ ପ୍ରଶାସନ ଓ ସେବା କ୍ଷେତ୍ରକୁ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେବାକୁ ଏହି ମିଶନରେ ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ବିଶେଷ କରି ନାଗରିକଙ୍କ ଡିଜିଟାଲ ସଶକ୍ତିକରଣ ଉପରେ ଗୁରୁତ୍ବାରୋପ କରାଯାଇଛି।

ଦେଶବ୍ୟାପୀ, ବିଶେଷ କରି ଗ୍ରାମୀଣ ଓ ଉପାନ୍ତ ଅଞ୍ଚଳରେ ସାର୍ବଜନୀନ ଓ ସମାନତାପୂର୍ଣ୍ଣ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଡିସେମ୍ବର ୧୭, ୨୦୧୯ରେ ଜାତୀୟ ବ୍ରଡବ୍ୟାଣ୍ଡ ମିଶନ (ଏନବିଏମ) ପ୍ରତିଷ୍ଠା କରାଯାଇଥିଲା। ଏହି ଲକ୍ଷ୍ୟ ପୂରଣ କରିବା ଲାଗି ଦେଶରେ ସୁଦୃଢ଼ ତଥା ଦକ୍ଷ ଡିଜିଟାଲ ସଞ୍ଚାର ଭିତ୍ତିଭୂମି ନିର୍ମାଣ କରିବାର ଆବଶ୍ୟକତା ରହିଛି। ଏହାକୁ ସୁନିଶ୍ଚିତ କରିବା ଲାଗି ଦୂରସଞ୍ଚାର ବିଭାଗ ପକ୍ଷରୁ ‘‘ଗତିଶକ୍ତି ସଞ୍ଚାର’’ ପୋର୍ଟାଲ ଉନ୍ମୋଚନ କରାଯାଇଛି । ଜାତୀୟ ଡିଜିଟାଲ ସଞ୍ଚାର ନୀତି-୨ରେ କରାଯାଇଥିବା ପରିକଳ୍ପନା ଅନୁଯାୟୀ, ‘‘ସମସ୍ତଙ୍କ ପାଇଁ ବ୍ରଡବ୍ୟାଣ୍ଡ’’ ଲକ୍ଷ୍ୟ ହାସଲ ନିମନ୍ତେ ଏହା ଏକ ଦୃଢ଼ ମଞ୍ଚ ଯୋଗାଇ ଦେବ।

ପୋର୍ଟାଲ ଉନ୍ମୋଚନ ଅବସରରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ କାର୍ଯ୍ୟକାରୀ କରିବା ନିମନ୍ତେ ଦୂରସଞ୍ଚାର ଭିତ୍ତିଭୂମି ପାଇଁ ‘ବ୍ୟବସାୟିକ ସୁଗମତା’’ ଲକ୍ଷ୍ୟ ହାଲ ଦିଗରେ ଏହି ପୋର୍ଟାଲ ସହାୟକ ହୋଇପାରିବ। ବିଭିନ୍ନ ପ୍ରକାର ସେବା ଏବଂ ଭିତ୍ତିଭୂମି ପ୍ରଦାନକାରୀମାନଙ୍କ ପାଇଁ ଆରଓଡବ୍ଲୁ ଆବେଦନ ମଞ୍ଜୁରି ପ୍ରକ୍ରିୟା ଯଥାସମୟରେ ହୋଇପାରିଲେ ଦ୍ରୁତ ଗତିରେ ଭିତ୍ତିଭୂମି ନିର୍ମାଣ ସମ୍ଭବ ହୋଇପାରିବ ଯାହାକି 5ଜି ନେଟୱର୍କର ତ୍ବରିତ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବ। ପ୍ରଶାସନରେ ପ୍ରଯୁକ୍ତି ଉପଯୋଗର ଲାଭ ବିଷୟରେ ସେ ସୂଚନା ଦେଇଥିଲେ। ସମନ୍ବିତ କେନ୍ଦ୍ରୀକୃତ ଗତିଶକ୍ତି ସଞ୍ଚାର ପୋର୍ଟାଲ କାର୍ଯ୍ୟକ୍ଷମ କରିବାରେ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କର ଭୂମିକା ଓ ସହଯୋଗ ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ବାରୋପ କରିଥିଲେ।

ଏହି ପୋର୍ଟାଲ ମାଧ୍ୟମରେ ଟେଲିକମ ସେବା ପ୍ରଦାନକାରୀ ଏବଂ ଭିତ୍ତିଭୂମି ନିର୍ମାଣକାରୀମାନେ ଅପ୍ଟିକାଲ ଫାଇବର କେବୁଲ ବିଛାଇବା ଓ ମୋବାଇଲ ଟାୱାର ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଠାରୁ ସିଧାସଳଖ ଅନୁମତି ପାଇବା ଲାଗି ଗୋଟିଏ ସାଧାରଣ ସିଙ୍ଗଲ ପୋର୍ଟାଲରେ ଆବେଦନ କରିବାର ସୁବିଧା ପାଇବେ। ଆରଓଡବ୍ଲୁ ଆବେଦନର ପ୍ରଭାବୀ ଅନୁଧ୍ୟାନ ଏହି ପୋର୍ଟାଲରେ ଏକ ଡ୍ୟାଶବୋର୍ଡ ସୁବିଧା ରହିଛି ଯାହାକି ରାଜ୍ୟ ଓ ଜିଲ୍ଲାୱାରୀ ବିଳମ୍ବିତ ଆବେଦନର ସ୍ଥିତି ଦର୍ଶାଇଥାଏ।

‘‘ଇଜ୍‌ ଅଫ୍‌ ଡୁଇଂ ବିଜନେସ’’ ବା ବ୍ୟବସାୟିକ ସୁଗମତା ଯୋଗାଇ ଦେବା ଲାଗି ଭାରତ ସରକାର ସଂକଳ୍ପବଦ୍ଧ ଏବଂ ‘‘ଗତିଶକ୍ତି ସଞ୍ଚାର’’ ପୋର୍ଟାଲାର ଶୁଭାରମ୍ଭ କରାଯିବା ଏ କ୍ଷେତ୍ରରେ ଆଉ ଏକ ପଦକ୍ଷେପ। ଏହି ପୋର୍ଟାଲ ରାଜ/କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ମଧ୍ୟ ଅନେକ ସୁବିଧା ଯୋଗାଇ ଦେବ। ଏହା ଆରଓଡବ୍ଲୁ ଅନୁମୋଦନ ପ୍ରକ୍ରିୟାକୁ ସରଳ କରିବ ଯାହାଫଳରେ :

 ଦ୍ରୁତ ବେର୍ଗରେ ଅଧିକ ଅପ୍ଟିକାଲ ଫାଇବର କେବୁଲ ବିଛାଇବା ସମ୍ଭବ ହେବ ଏବଂ ଫାଇବରାଇଜେସନ ତ୍ବରାନ୍ବିତ ହେବ

ଅଧିକ ସଂଖ୍ୟାରେ ଟାୱାର ପ୍ରତିଷ୍ଠା ହେବ ଏବଂ ଟେଲିକମ୍‌ ସେବାର ଗୁଣବତ୍ତାରେ ସୁଧାର ଆସିବ

ଦୂରସଞ୍ଚାର ଟାୱାରଗୁଡ଼ିକର ଫାଇବରାଇଜେସନ ବଢ଼ିବ, ଯାହାକି ସାରା ଦେଶରେ ବ୍ରଡବ୍ୟାଣ୍ଡ ଗତିରେ ସୁଧାର ଆଣିବ

ଡିଓଟି ପକ୍ଷରୁ ମଧ୍ୟପ୍ରଦେଶ ରାଜ୍ୟ ଇଲେକ୍ଟ୍ରୋନିକ୍ସ ବିକାଶ ନିଗମ ଦ୍ବାରା ଏହି ପୋର୍ଟାଲ  ବିକଶିତ କରାଯାଇଛି ଏବଂ ଏହା ଦେଶରା ଆତ୍ମନିର୍ଭର ଭାରତ ଅଭିଯାନକୁ ବଳ ଯୋଗାଇବ। ଦେଶକୁ ଡିଜିଟାଲ ସଶକ୍ତ ସମାଜ ଏବଂ ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥାରେ ପରିଣତ କରିବାରେ ଏହା ଯୋଗଦାନ କରିବ। ଦୂରସଞ୍ଚାର ବିଭାଗର ଏହି ପ୍ରୟାସ ଫଳରେ ଉଭୟ ଗ୍ରାମୀଣ ଓ ସହରାଞ୍ଚଳ ଭାରତରେ ବ୍ରଡବ୍ୟାଣ୍ଡ ସଂଯୋଗ ଦୃଢ଼ ହେବ ଯାହାକି ଦୀର୍ଘସ୍ଥାୟୀ, ଶସ୍ତା ଏବଂ ପରିବର୍ତ୍ତନଶୀଳ ପ୍ରଯୁକ୍ତି ଦ୍ବାରା ପରିଚାଳିତ ବାଧାମୁକ୍ତ ଡିଜିଟାଲ ସଂଯୋଗ, ଡିଜିଟାଲ ସେବା ପ୍ରଦାନ ଏବଂ ସମସ୍ତଙ୍କର ଡିଜିଟାଲ ଅନ୍ତର୍ଭୂକ୍ତୀକରଣ ସୁନିଶ୍ଚିତ କରିବ।

କେନ୍ଦ୍ରୀକୃତ ରାଇଟ୍‌ ଅଫ୍‌ ୱେ ଗତିଶକ୍ତି ସଞ୍ଚାର ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.