
ଭୁବନେଶ୍ବର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନରେ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ଭଚ୍ୟୁୟାଲ ମାଧ୍ୟମରେ ଯୋଗଦେବେ। ଏହି ବୈଠକରେ ୨୦ଟି ପ୍ରସ୍ତାବ କ୍ୟାବିନେଟ୍ର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ।
ତେବେ ଆସନ୍ତା ମଇ 29 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ ହେବ। ସେଥିପାଇଁ ଏହି କ୍ୟାବିନେଟରେ କୌଣସି ଏକ ବଡ ନିଷ୍ପତି ଗ୍ରହଣ କରାଯିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।
Tags: କ୍ୟାବିନେଟ, ରାଜ୍ୟ କ୍ୟାବିନେଟ