ବିଜେପିରେ ଯୋଗ ଦେଲେ ସୁନୀଲ ଜାଖଡ: କଂଗ୍ରେସ ଛାଡିବାର କହିଲେ କାରଣ

Published: May 19, 2022, 2:25 pm IST

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ପଞ୍ଜାବ ନେତା ସୁନୀଲ ଜାଖଡ ବର୍ତ୍ତମାନ ବିଜେପିରେ ଯୋଗ ଦେଇଛନ୍ତି। ସୁନୀଲ ଜାଖଡଙ୍କୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦଳର ସଦସ୍ୟତା ଦେଇଛନ୍ତି। ଏହି ସମୟରେ ନଡ୍ଡା କହିଛନ୍ତି ଯେ, ବିଜେପିରେ ଜାଖଡ ଜୀଙ୍କୁ ବିଜେପିରେ ସ୍ୱାଗତ। ସେ କହିଛନ୍ତି ଯେ, ପଞ୍ଜାବକୁ ମଜବୁତ କରିବା ପାଇଁ ରାଷ୍ଟ୍ରବାଦୀ ଶକ୍ତିର ଆବଶ୍ୟକତା ରହିଛି।

ସୁନୀଲ ଜାଖଡ କହିଛନ୍ତି ଯେ, ପରିବାର ସହ ସମ୍ପର୍କ ଭାଙ୍ଗିବା ପରେ ମୁଁ ଏଠାକୁ ଆସିଛି। କାରଣ ମୁଁ ଜାତି-ଧର୍ମ ନାମରେ ପଞ୍ଜାବକୁ ଭାଙ୍ଗିବା ପାଇଁ ପ୍ରାୟସକୁ ବିରୋଧ କରୁଥିଲି, ସେଥିପାଇଁ ମୋତେ ବିରୋଧ କରାଯାଉଥିଲା। ମୁଁ ଭାବୁଛି ପଞ୍ଜାବ ଏକ ପ୍ରଦେଶ, ଯାହା ଦେଶ ପାଇଁ ଯଥେଷ୍ଟ ଅବଦାନ ଦେଇଛି। ସବୁ ଦୃଷ୍ଟିରୁ ପଞ୍ଜାବ ଏହାର ନାମ ହାସଲ କରିଛି।

ସୁନାଲ ଜାଖଡ କହିଛନ୍ତି ଯେ, ଜଣେ ବ୍ୟକ୍ତି କଥା କହି ସମ୍ପର୍କ ଭାଙ୍ଗି ପାରିବେ ନାହିଁ। ଆମେ ସମ୍ପର୍କ କରିଛୁ। କିନ୍ତୁ ଯେତେବେଳେ ଆମେ ଆମର ସିଦ୍ଧାନ୍ତରୁ ଦୂରେଇ ଯାଉ, ସେତେବେଳେ ଏକ ନୂତନ ଶୈଳୀରେ ଚିନ୍ତା କରିବା ଆବଶ୍ୟକ ପଡେ। ସେଥିପାଇଁ ମୁଁ ଏହି ନିଷ୍ପତ୍ତି ନେଇଛି। ବିଜେପିରେ ଯୋଗଦେବା ବିଷୟରେ ଜାଖଡ କହିଛନ୍ତି ଯେ, ଆପଣମାନେ ସୁନୀଲ ଜାଖଡଙ୍କ ସ୍ୱରକୁ ଦମନ କରିପାରିବେ ନାହିଁ। ସଂସଦ ବ୍ୟତୀତ ମୁଁ ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲି। କରତାରପୁର କରିଡରର ଉଦଘାଟନ କରାଯାଇଥିଲା। ସେହି ସମୟରେ ମୁଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ବସି ଏକ ବାର୍ତ୍ତାଳାପ କରିବାର ସୌଭାଗ୍ୟ ପାଇଥିଲି।

ଜାଖଡ କହିଛନ୍ତି ଯେ ପଞ୍ଜାବକୁ ଏକ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବା ମୋର ସ୍ୱପ୍ନ। ମୁଁ ବିଶ୍ୱାସ କରେ ଯେ ବ୍ୟବହାରିକ ଦୃଷ୍ଟିରୁ ପିଏମ ମୋଦୀ ପଞ୍ଜାବକୁ ସ୍ୱତନ୍ତ୍ର ମାନ୍ୟତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁ ସାହିବଙ୍କ ପ୍ରକାଶ ପର୍ବକୁ କିପରି ପାଳନ କରିଥିଲେ ତାହା ପ୍ରମାଣିତ ହୋଇଥିଲା।

Related posts