କର୍ମଚାରୀମାନେ ଆୟକର ରିହାତି ନ ନେବାକୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଷ୍ପତ୍ତି

Published: May 21, 2022, 7:08 pm IST

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ବ ନେବା ପରେ ଶ୍ରୀ ରାଜୀବ କୁମାର ଆଜି କମିଶନରମାନଙ୍କ ସହିତ ପ୍ରଥମ ସମ୍ମିଳନୀ ଆୟୋଜନ କରିଛନ୍ତି। ଶ୍ରୀ କୁମାରଙ୍କ ସହିତ ନିର୍ବାଚନ କମିଶନର ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସମୟରେ ଶ୍ରୀ କୁମାର ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନର ମାନଙ୍କର ଦରମା ଓ ଭତ୍ତା ସହିତ ସେମାନେ ପାଉଥିବା ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ବିଶ୍ଳେଷଣ କରିଥିଲେ ।

ନିର୍ବାଚନ କମିଶନ (ନିର୍ବାଚନ କମିମଶନରଙ୍କ ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟଶୈଳୀ )ଆଇନ ୧୯୯୧ର ଉପଖଣ୍ଡ ୩ ଅନୁଯାୟୀ ସେମାନେ ମାସିକ ୩୪ହଜାର ଟଙ୍କା ଆୟକର ବିହୀନ ଭତ୍ତା ପାଇଥାନ୍ତି । ଆହୁରି ମଧ୍ୟ ସେମାନେ ଏବଂ ସେମାନଙ୍କ ପରିବାରର ଆଶ୍ରିତମାନଙ୍କ ପାଇଁ ବର୍ଷକୁ ତିନୋଟି ପରିଭ୍ରମଣ ରିହାତି (ଏଲଟିସି) ଉପଭୋଗ କରିଥାନ୍ତି।
ମୁଖ୍ୟ ନିର୍ବାଚନ କମିଶନର ବ୍ୟୟ ସଙ୍କୋଚନ ଉପରେ ଗୁରୁତ୍ୱ ଦେଉଥିବାରୁ ବୈଠକରେ ସମସ୍ତେ ସର୍ବସମ୍ମତ ଭାବରେ ଆୟକର ରିହାତି ନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ତିନୋଟି ଅବକାଶ ପରିଭ୍ରମଣ ରିହାତି ବଦଳରେ ଗୋଟିଏର ସୁବିଧା ନେବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Related posts