Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ନିର୍ବାଚନରେ ୪ ହଜାର ବୁଥରେ ନିଯୁକ୍ତ ହେବେ କେବଳ ମହିଳା କର୍ମଚାରୀ; ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର: ଗତ ତିନିଦିନ ଧରି ଭାରତ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓଡିଶା ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି। ଏହି ତିନିଦିନରେ ସେ ଓଡିଶାର ସମସ୍ତ ରାଜନୈତିକ ଦଳ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ପୃଥକ ବୈଠକ କରିଛନ୍ତି।

ଏହାପରେ ସେ ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ କରିଥିଲେ। ଏଥିରେ ସେ କହିଥିଲେ ଯେ, ଓଡିଶାର ଏକ କାଳିନ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କମିଶନର ପ୍ରସ୍ତୁତ। ବହୁତ ପୂର୍ବରୁ ଏହି ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡିଶା ବିଧାନସଭାର କାର୍ଯ୍ୟକାଳ ଜୁନ 26 ରେ ଶେଷ ହେଉଛି। ସେଥିପାଇଁ ତା ପୂର୍ବରୁ ଆମକୁ ନିର୍ବାଚନ ଶେଷ କରିବାକୁ ପଡିବ।

ସେ କହିଥିଲେ ଯେ, ଓଡ଼ିଶାରେ ମୋଟ୍ ୩ କୋଟି ୩୨ ଲକ୍ଷ ଭୋଟର ଭୋଟ୍ ଦେବେ । ସେଥିପାଇଁ ମୋଟ୍ ୩୭, ୮୦୯ ବୁଥରେ ମତଦାନ କରିବାକୁ ବ୍ୟବସ୍ଥା କରାଯାଇଛି ।ସେଥିମଧ୍ୟରୁ  ୨୨,୬୮୫ ବୁଥରେ ଓ୍ବେବ କାଷ୍ଟି ହେବ। ସେହିପରି ଓଡିଶାର ୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ ବୋଲି ରାଜୀବ କୁମାର କହିଛନ୍ତି।

କେଉଁଠି କିଛି ସମସ୍ୟା ହେଲେ ଲୋକେ ନିର୍ବାଚନ କମିଶନଙ୍କୁ ଜଣାଇପାରିବେ। ନାମ ଗୋପନ ରଖି ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିପାରିବେ। ନିର୍ବାଚନ ନେଇ ଜିଲ୍ଲାପାଳ, ଏସପିଙ୍କୁ  କଡ଼ା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜୀବ କୁମାର କହିଛନ୍ତି।

ସେହିପରି ସେ କହିଛନ୍ତି ଯେ, ପେଡ ନ୍ୟୁଜ ନେଇ କଡା ପଦକ୍ଷେପ ନିଆଯିବ। ଯଦି ତାହା ପ୍ରମାଣିତ ହୁଏ ତେବେ ସଂପୃକ୍ତ ପ୍ରାର୍ଥୀଙ୍କ ଖର୍ଚ୍ଚରେ ସମସ୍ତ ଦେୟ ସାମିଲ କରାଯିବ। ତେବେ ସେ ପ୍ରାରମ୍ଭରେ ଓଡିଶା ଭୋଟରଙ୍କୁ ଏହି ଗଣତନ୍ତ୍ର ପର୍ବରେ ସାମିଲ କରିବା ପାଇଁ ନିବେଦନ କରିଥିଲେ। ଭାରତ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଏକ ସାତ ଜଣିଆ ଟିମ ଓଡିଶା ନିର୍ବାଚନ ପରିଚାଳନା ଉପରେ ଅନୁଧ୍ୟାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’: ପ୍ରତିକ୍ରିୟା ରଖିଲେ ମୁଖ୍ୟ ନିର୍ବାଚନ କମିଶନର

ଭୋପାଳ: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥା ତଥା ଲୋକ ପ୍ରତିନିଧୀ ଆଇନ ଅନୁଯାୟୀ ଭାରତ ନିର୍ବାଚନ ଆୟୋଗ ନିର୍ବାଚନ କରିବାକୁ ପ୍ରସ୍ତୁତ। ଶ୍ରୀ କୁମାର ଏବଂ ଆୟୋଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ବିଜେପି ଶାସିତ ମଧ୍ୟପ୍ରଦେଶର ଭୋପାଳରେ ଅଛନ୍ତି। ରାଜନୈତିକ ଦଳ, ପ୍ରଶାସନ ଏବଂ ବିଭିନ୍ନ କାର୍ଯ୍ୟନିର୍ବାହୀ ଏଜେନ୍ସି ସହିତ ସେଠାରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ତିନି ଦିନିଆ ସମୀକ୍ଷା ବୈଠକ କରିବେ।

ଶ୍ରୀ କୁମାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ କହିଛନ୍ତି ଯେ, ଭୋଟର ତାଲିକାର ଅନ୍ତିମ ପ୍ରକାଶନ ଅକ୍ଟୋବର ୫ ତାରିଖରେ କରାଯିବ। ସେ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ ୫.୫୨ କୋଟି ଭୋଟର ଅଛନ୍ତି, ସେଥିମଧ୍ୟରୁ ୨.୬୭ କୋଟି ମହିଳା ଅଛନ୍ତି। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ସାମ୍ବିଧାନିକ ବ୍ୟବସ୍ଥା ତଥା ଲୋକ ପ୍ରତିନିଧୀ ଅଧିନିୟମ ଅନୁଯାୟୀ ଆୟୋଗକୁ ସମୟ ପୂର୍ବରୁ ନିର୍ବାଚନ କରିବାକୁ ପଡିବ।

ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପାଞ୍ଚ ବର୍ଷ ମଧ୍ୟରେ ନିର୍ବାଚନ ହେବା ଉଚିତ ବୋଲି ଶ୍ରୀ କୁମାର କହିଛନ୍ତି। ନିୟମ ଅନୁଯାୟୀ, ନିର୍ଦ୍ଧାରିତ ପାଞ୍ଚ ବର୍ଷର ଅବଧି ଶେଷ ହେବାର ଛଅ ମାସ ପୂର୍ବରୁ ଆୟୋଗ ସାଧାରଣ ନିର୍ବାଚନ ଘୋଷଣା କରିପାରିବ। ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମାନଦଣ୍ଡ ସମାନ।

ସେ କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ଆୟୋଗ ପ୍ରସ୍ତୁତ ଅଛି। କେନ୍ଦ୍ର ସରକାର ଶନିବାର ଦିନ ଲୋକସଭା, ରାଜ୍ୟସଭା, ପୌରସଂସ୍ଥା ଏବଂ ପଞ୍ଚାୟତ ନିର୍ବାଚନ ଏକାସାଙ୍ଗରେ କରିବା ପ୍ରସଙ୍ଗରେ ଶୀଘ୍ର ସୁପାରିଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଆଠ ଜଣିଆ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

କର୍ମଚାରୀମାନେ ଆୟକର ରିହାତି ନ ନେବାକୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ବ ନେବା ପରେ ଶ୍ରୀ ରାଜୀବ କୁମାର ଆଜି କମିଶନରମାନଙ୍କ ସହିତ ପ୍ରଥମ ସମ୍ମିଳନୀ ଆୟୋଜନ କରିଛନ୍ତି। ଶ୍ରୀ କୁମାରଙ୍କ ସହିତ ନିର୍ବାଚନ କମିଶନର ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସମୟରେ ଶ୍ରୀ କୁମାର ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନର ମାନଙ୍କର ଦରମା ଓ ଭତ୍ତା ସହିତ ସେମାନେ ପାଉଥିବା ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ବିଶ୍ଳେଷଣ କରିଥିଲେ ।

ନିର୍ବାଚନ କମିଶନ (ନିର୍ବାଚନ କମିମଶନରଙ୍କ ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟଶୈଳୀ )ଆଇନ ୧୯୯୧ର ଉପଖଣ୍ଡ ୩ ଅନୁଯାୟୀ ସେମାନେ ମାସିକ ୩୪ହଜାର ଟଙ୍କା ଆୟକର ବିହୀନ ଭତ୍ତା ପାଇଥାନ୍ତି । ଆହୁରି ମଧ୍ୟ ସେମାନେ ଏବଂ ସେମାନଙ୍କ ପରିବାରର ଆଶ୍ରିତମାନଙ୍କ ପାଇଁ ବର୍ଷକୁ ତିନୋଟି ପରିଭ୍ରମଣ ରିହାତି (ଏଲଟିସି) ଉପଭୋଗ କରିଥାନ୍ତି।
ମୁଖ୍ୟ ନିର୍ବାଚନ କମିଶନର ବ୍ୟୟ ସଙ୍କୋଚନ ଉପରେ ଗୁରୁତ୍ୱ ଦେଉଥିବାରୁ ବୈଠକରେ ସମସ୍ତେ ସର୍ବସମ୍ମତ ଭାବରେ ଆୟକର ରିହାତି ନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ତିନୋଟି ଅବକାଶ ପରିଭ୍ରମଣ ରିହାତି ବଦଳରେ ଗୋଟିଏର ସୁବିଧା ନେବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Categories
ବିଶେଷ ଖବର

ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର

ଦିଲ୍ଲୀ: ରାଜୀବ କୁମାର ଆଜି ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନ ଠାରେ ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜୀବ କୁମାର ୧ ସେପ୍ଟେମ୍ବର, ୨୦୨୦ରୁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ରେ ନିର୍ବାଚନ କମିଶନର ଭାବରେ କାର୍ଯ୍ୟ କରି ଆସୁଛନ୍ତି। ନିର୍ବାଚନ କମିଶନର ଭାବରେ ତାଙ୍କର କାର୍ଯ୍ୟକାଳ ସମୟରେ, ୨୦୨୦ରେ ବିହାର ରାଜ୍ୟ ବିଧାନସଭା ନିର୍ବାଚନ, କୋଭିଡର ସମସ୍ୟା ଭିତରେ ମାର୍ଚ୍ଚ – ଏପ୍ରିଲ୍ ୨୦୨୧ରେ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ, ପଶ୍ଚିମବଙ୍ଗ ରାଜ୍ୟରେ ନିର୍ବାଚନ ଏବଂ ଏବେ ୨୦୨୨ର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଆ, ମଣିପୁର, ପଞ୍ଜାବ, ଉତରାଖଣ୍ଡ, ଉତ୍ତର ପ୍ରଦେଶରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଛି।

ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜୀବ କୁମାର କହିଛନ୍ତି ଯେ, ଭାରତୀୟ ସମ୍ବିଧାନ, ଯାହା ଆମ ଗଣତନ୍ତ୍ରକୁ ମଜଭୁତ କରିଥାଏ, ତାହା ଦ୍ୱାରା ଉପହାର ଭାବରେ ଦିଆଯାଇଥିବା ଉତମ ସଂସ୍ଥା ଗୁଡିକ ମଧ୍ୟରୁ ଗୋଟିଏର ନେତୃତ୍ୱ ନେବା ପାଇଁ ଦାୟିତ୍ୱ ଦିଆ ଯାଇଥିବାରୁ ମୁଁ ଗୌରବାନ୍ୱିତ ଅନୁଭବ କରୁଛି। ସେ କହିଥିଲେ ଯେ, ଗତ ସତୁରି ବର୍ଷ ମଧ୍ୟରେ ଆମ ଦେଶର ନାଗରିକ ମାନଙ୍କୁ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ସୁବିଧା ଦେବା ପାଇଁ, ମତଦାତା ମାନଙ୍କର ତାଲିକାର ଶୁଦ୍ଧତାକୁ ସୁନିଶ୍ଚିତ କରିବା ପାଇଁ, ଭ୍ରଷ୍ଟାଚାରକୁ ରୋକିବା ପାଇଁ ଏବଂ ଆମର ନିର୍ବାଚନର ଗୁଣବତ୍ତାକୁ ବୃଦ୍ଧି କରିବା ନିମନ୍ତେ କମିଶନ ଦ୍ୱାରା ବହୁତ କିଛି କରା ଯାଇଛି।

ସେ ଆହୁରି ମଧ୍ୟ କହିଥିଲେ ଯେ, “କମିଶନ ସମ୍ବିଧାନ ନିୟମ ଅନୁସାରେ କୌଣସି ବି ବୃହତ ସଂସ୍କାର ଆଣିବା ନିମନ୍ତେ ପରାମର୍ଶ ଏବଂ ସର୍ବସମ୍ମତି ଭିତିରେ ସମୟ – ପରୀକ୍ଷଣ ଏବଂ ଲୋକତାନ୍ତ୍ରିକ ମାଧ୍ୟମ ଗୁଡିକର ପାଳନ କରିବ, ଭାରତୀୟ ନିର୍ବାଚନ କମିଶନ (ଇସିଆଇ) କଡା ପଦକ୍ଷେପ ନେବା କ୍ଷେତ୍ରରେ ପଛଘୁଂଚା ଦେବ ନାହିଁ।”

ଶ୍ରୀ କୁମାର ଏହା ମଧ୍ୟ କହିଥିଲେ ଯେ, ଉନ୍ନତ ନିର୍ବାଚନ ପରିଚାଳନା ଏବଂ ସଂଚାଳନ ନିମନ୍ତେ ପାରଦର୍ଶିତା ଆଣିବା ଏବଂ ମତଦାତା ସେବାଗୁଡିକୁ ସହଜ କରିବା ନିମନ୍ତେ ପ୍ରକ୍ରିୟା ଗୁଡିକୁ ଏବଂ ପ୍ରଥା ଗୁଡିକୁ ସରଳୀକରଣ କରିବା ନିମନ୍ତେ ପ୍ରଯୁକ୍ତିକୁ ଭବିଷ୍ୟତରେ ପ୍ରମୁଖ ସାଧନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ରାଜୀବ କୁମାରଙ୍କ ନିଯୁକ୍ତି

ନୂଆଦିଲ୍ଲୀ: ସବୁଠୁ ବରିଷ୍ଠ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କୁ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଛନ୍ତି। ମେ ୧୪ ତାରିଖ ୨୦୨୨ରେ ସୁଶୀଲ ଚନ୍ଦ୍ରାଙ୍କ ଅବସର ଗ୍ରହଣ ପରେ ରାଜୀବ କୁମାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ମେ ୧୫ ତାରିଖ ୨୦୨୨ରେ ଦାୟିତ୍ବ ଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର

ଓଡିଶାରେ ମୁଣ୍ଡ ପିଛା ଆୟ ବୃଦ୍ଧି ପାଉଛି: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଆଜି ରାଜ୍ୟ ସରକାର ସହିତ ବୈଠକ ଆରମ୍ଭ କରିଛନ୍ତି। ଏହି ବୈଠକରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର, ସଦସ୍ୟ ଭି କେ ପଲ ଉପସ୍ଥିତ ଥିବା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି। ଏତଦବ୍ୟତୀତ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଅନ୍ୟ ପଦାଧିକାରୀ ଉପସ୍ଥିତ ଅଛନ୍ତି। ତେବେ ଏହି ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଫୋକସ ରାଜ୍ୟ ସହ ଅନ୍ୟ ଦାବି ଉପସ୍ଥାପନ କରାଯିବା ନେଇ ସୂଚନା ରହିଛି।

କିନ୍ତୁ ଓଡିଶା ପହଞ୍ଚିବା ପରେ ନୀତି ଆୟୋଗ ଉପାଧ୍ୟକ୍ଷ ଏକ ବଡ ବୟାନ ଦେଇଥିଲେ। ଓଡିଶାରେ ମୁଣ୍ଡ ପିଛା ଆୟ ବୃଦ୍ଧି ପାଉଛି ବୋଲି ରାଜୀବ କୁମାର କହିଥିଲେ। ୨୦୧୧ ମସିହା ଠାରୁ ୨୦୨୦ ପର୍ଯ୍ୟନ୍ତ ଓଡିଶାର ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଥିବା ନେଇ ସେ କହିଥିଲେ। ଦେଶ ତୁଳନାରେ ଏହା ଅଧିକ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ଅର୍ଥ ସଚିବ ରାଜୀବ କୁମାର ହେଲେ ନୂଆ ନିର୍ବାଚନ କମିଶନର

ନୂଆଦିଲ୍ଲୀ, ଭାରତର ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ ପାଇଛନ୍ତି ପୂର୍ବତନ ଅର୍ଥ ସଚିବ ରାଜୀବ କୁମାର। ଏନେଇ ଆଜି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଥିବା ଅଶୋକ ଲାଭାସା ପୂର୍ବରୁ ଇସ୍ତଫା ଦେଇଛନ୍ତି। ତାଙ୍କର କାର୍ଯ୍ୟକାଳ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ  ରହିଛି। ଏହା ପୂର୍ବରୁ 1984 ବ୍ୟାଚ ଝାଡଖଣ୍ଡ କ୍ୟାଡର ରାଜୀବ କୁମାରଙ୍କୁ ଏହି ନିଯୁକ୍ତି ଦିଆଯାଇଛି।