Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଧିକ ସଂଖ୍ୟାରେ ମହିଳା ଦନ୍ତ ଚିକିତ୍ସକ ଆଗକୁ ଆସନ୍ତୁ: ପ୍ରଫେସର (ଡକ୍ଟର) ସବିତା ଆଚାର୍ଯ୍ୟ
ଆଜିର ଖବର

ଅଧିକ ସଂଖ୍ୟାରେ ମହିଳା ଦନ୍ତ ଚିକିତ୍ସକ ଆଗକୁ ଆସନ୍ତୁ: ପ୍ରଫେସର (ଡକ୍ଟର) ସବିତା ଆଚାର୍ଯ୍ୟ

May 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୂର୍ବରୁ ଦନ୍ତ ଚିକିତ୍ସା କରିବାରେ କେବଳ ପୁରୁଷମାନଙ୍କର ପ୍ରାଧାନ୍ୟ ଥିଲା। ତେବେ ସମୟ ବଦଳିବା ସହ ବିଭିନ୍ନ ପାଶ୍ଚାତ୍ୟ ଦେଶରେ ମଧ୍ୟ ମହିଳା ଦନ୍ତ ଚିକିତ୍ସକ ମଧ୍ୟ ଏ ଦିଗରେ ବେଶ ଆଗକୁ ଆସିଛନ୍ତି। ଭାରତରେ ଦନ୍ତ ଚିକିତ୍ସା ଶିକ୍ଷା ଗ୍ରହଣରେ ଝିଅମାନଙ୍କ ସଂଖ୍ୟା ଅଧିକା ରହୁଥିଲେ ମଧ୍ୟ ଦନ୍ତ ଚିକିତ୍ସକ ଭାବେ ଅଧିକ ସଂଖ୍ୟାରେ ମହିଳା ଆଗକୁ ଆସିବା ଆବଶ୍ୟକ ବୋଲି କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡକ୍ଟର)
ସବିତା ଆଚାର୍ଯ୍ୟ।

ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍‌, ଓଡ଼ିଶା ରାଜ୍ୟ ଶାଖାର ଏକ ପ୍ରମୁଖ ଅଙ୍ଗ ୱିମେନ୍ ଡେଂଟାଲ୍ କାଉନ୍‌ସିଲର ସପ୍ତମ ମହିଳା ଦନ୍ତ ଚିକିତ୍ସକ ବାର୍ଷିକ ସମ୍ମିଳନୀ ‘ୱାଓ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଆଚାର୍ଯ୍ୟ କହିଛନ୍ତି ଯେ, ପ୍ରତ୍ୟେକ ମହିଳା ଜଣେ ଜଣେ ଉଦ୍ୟୋଗୀ । କାରଣ ସେମାନେ ଏକା ସଂଗେ ଅନେକ ଦାୟିତ୍ୱ ନିଭାଇଥାନ୍ତି।

ଶନିବାର ଭୁବନେଶ୍ୱର ସ୍ଥିତ ଲେମନ୍ ଟ୍ରି ପ୍ରିମିୟର ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି ମୁଖ୍ୟ ଅତିଥି ପ୍ରଫେସର ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପ୍ରାରମ୍ଭରେ ଅତିଥି ଓ କର୍ମକର୍ତାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହ କାଉନ୍‌ସିଲ୍‌ର ଚେୟାର ପର୍ସନ୍ ତଥା ଆଇଡିଏସ୍‌ର ଆସୋସିଏଟ୍ ପ୍ରଫେସର ଡଃ ଗାଥା ମହାନ୍ତିଙ୍କ ସ୍ୱାଗତ ଭାଷଣ କାର୍ଯ୍ୟକ୍ରମରେ ଗାମ୍ଭିର୍ଯ୍ୟକୁ ବହୁଗୁଣିତ କରିଥିଲା। ଦନ୍ତ ଚିକିତ୍ସା ଗବେଷଣା ଅଗ୍ରଗତି ପରିପ୍ରେକ୍ଷୀରେ ମହିଳା ଦନ୍ତ ଚିକିତ୍ସକଙ୍କ ଦକ୍ଷତା ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଚାର୍ଯ୍ୟ ମାନବ ଶରୀରର ଅମୂଲ୍ୟ ମୋତି ଦାନ୍ତର ଯତ୍ନ ଏବଂ ଚିକିତ୍ସାର ଉପାଦେୟତା ଓ ସେଥିରେ ମହିଳା ଦନ୍ତ ଚିକିତ୍ସକଙ୍କର ଆନ୍ତରିକ ଅବଦାନର ଭୂୟସୀ ପ୍ରଶଂସା କରି ସମାବେଶର ସଫଳତା କାମନା କରିଥିଲେ।

ବତିଶ ବର୍ଷରୁ ଉର୍ଦ୍ଧ୍ୱ ଉନ୍ନତ ଦନ୍ତ ଚିକିତ୍ସା କରି ଆସୁଥିବା ଡଃ ସୁଜାତା ଦାସଙ୍କୁ ଆଜୀବନ ସେବା ଉପଲବଧି ସମ୍ମାନ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଡାକ୍ତର ଦାସଙ୍କ ପରିଚୟ ପ୍ରଦାନ କରିଥିଲେ ସହ ଆବାହିକା ଡଃ ଯାଜ୍ଞସେନୀ ବିଶ୍ୱାଳ। ଡଃ ଦାସ ତାଙ୍କ ସଂକ୍ଷିପ୍ତ ଭାଷଣରେ ଆବାହିକା ଡଃ ଗାଥା ମହାନ୍ତି ତଥା ଉଭୟ ସହ ଆବାହକ, କାର୍ଯ୍ୟ କାରିଣୀ ସଭ୍ୟ ଏବଂ ଅନୁଷ୍ଠାନର ଉଚ୍ଚ ପ୍ରଶଂସା କରି ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରିଥିବାରୁ କୃତଜ୍ଞତା ଜଣାଇଥିଲେ।

ଆଇଡିଏ ଓଡିଶାର ସଭାପତି ଡଃ ଚନ୍ଦ୍ର ଶେଖର ବସାକ୍ ଓ ସଂପାଦକ ଡଃ ସଂଗ୍ରାମ ପାତ୍ର ସେମାନଙ୍କ ଅଭିଭାଷଣ ରଖିଥିଲେ। ଡବ୍ଳୁ.ଡି.ସି.ର ଅନ୍ୟତମ ସହ – ଆବାହିକା ଡଃ ସୁଦେଷ୍ଣା ହରିଚନ୍ଦନ ସମ୍ମିଳନୀକୁ ସଫଳ କରିଥିବା ସବୁ ସହକର୍ମୀ, ଛାତ୍ରଛାତ୍ରୀ ଏବଂ ବ୍ୟାପାରିକ ଔଷଧୀୟ ସଂସ୍ଥାମାନଙ୍କୁ ଧନ୍ୟବାଦ ଦେଇଥିଲେ।

ଅପରାହ୍ନ ଅଧିବେଶନ ରେ ଏଲ୍ .ଭି.ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ପରାମର୍ଶ ଦାତା ଡଃ ସ୍ମୃତିରେଖା ପ୍ରିୟଦର୍ଶିନୀ “ମହିଳା ମାନଙ୍କ ଦ୍ୱାରା ଚକ୍ଷୁର ଯନ୍ତ୍ର’’ ଓ ଡଃ ସୁବ୍ରାହମ୍ ପାଣି, ସହ ଚିକିତ୍ସା ସୁପରିଟେଂଟ, ବ୍ଲୁହୁଇଲ ହସ୍ପିଟାଲ “ ଡାକ୍ତର ମାନଙ୍କ ସ୍ୱାସ୍ଥ୍ୟ” ଉପରେ ସାରଗର୍ଭକ ଭାଷଣ ଦେଇଥିଲେ। ସମ୍ମିଳନୀ ରେ ଦନ୍ତ ଚିକିତ୍ସାର ବିଭିନ୍ନ ଦିଗ ଓପେନ୍ ପ୍ୟାନେଲ୍‌
ଆଲୋଚନା ଅତ୍ୟନ୍ତ ଶିକ୍ଷଣୀୟ ଥିଲା। ଏହାକୁ ସଂଯୋଜନା କରିଥିଲେ ଡଃ ଗାଥା ଓ ଡଃ ସାଗରିକା। ପ୍ରଫେସର ରିଙ୍କି ମହାନ୍ତି, ଡଃ କମଲତ୍ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଡିଏସ୍‌ର ପ୍ରଫେସର ସୁମିତା ମିଶ୍ର, ମିର୍ନା ଗଡନାୟକ, ସ୍ୱାଗତିକା ପଣ୍ଡା, ଲୋରା ମିଶ୍ର, ଆସୋସିଏଟ୍ ପ୍ରଫେସର ଇପ୍‌ସିତା ମହାନ୍ତି, ସ୍ମିତା ପ୍ରିୟଦର୍ଶିନୀ, ଆସିଷ୍ଟାଂଟ ପ୍ରଫେସର ଅଳକାନନ୍ଦା ସାହୁ, ଦେବାଶ୍ରୁତି ନାୟକ ଏବଂ ଟିଉଟର ନିକିତା ସାହୁ ଓ ଉତ୍କଳିକା ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସନ୍ଧ୍ୟାରେ ଡାକ୍ତର ମାନଙ୍କ ଦ୍ୱାରା ଏକ ରଂଗ ବେରଂଗ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.