Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହ୍ୱାଟ୍ସଅପ୍‌‌ର ମାଇ ଗଭ୍ ହେଲ୍‌ପ ଡେସ୍କରେ ବର୍ତ୍ତମାନ ନାଗରିକ ପାଇପାରିବେ ଡିଜିଲକର ସେବା
ଆଜିର ଖବର

ହ୍ୱାଟ୍ସଅପ୍‌‌ର ମାଇ ଗଭ୍ ହେଲ୍‌ପ ଡେସ୍କରେ ବର୍ତ୍ତମାନ ନାଗରିକ ପାଇପାରିବେ ଡିଜିଲକର ସେବା

May 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସରକାରୀ ସେବାକୁ ସହଜଲଭ୍ୟ, ସ୍ୱଚ୍ଛ ଓ ସରଳ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମାଇଗଭ୍ ହେଲ୍ପ ଡେସ୍କ ହ୍ୱାଟ୍ସସପ ଜରିଆରେ ଡିଜିଲକର ସେବା ଉପଲବ୍ଧ କରିବା ନିମନ୍ତେ ନାଗରିକମାନଙ୍କୁ ସୁବିଧା ଦେଇଛି। ଡିଜିଲକର ଆକାଉଣ୍ଟ ସୃଷ୍ଟି ଓ ବୈଧ କରିବା, ପ୍ୟାନକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଯାନବାହନ  ପ୍ରମାଣପତ୍ର ଇତ୍ୟାଦି ଦସ୍ତାବିଜ୍ ଏଣିକି ହ୍ୱାଟ୍ସସପ ଜରିଆରେ ଡାଉନଲୋଡ କରିହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଡିଜିଟାଲ ଇଣ୍ଡିଆ ମଧ୍ୟରେ ଜନସାଧାରଣଙ୍କ ଜୀବନଯାପନକୁ ସହଜ କରିବା ପାଇଁ କାର୍ଯ୍ୟ କରିଆସୁଛି।

ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ହାତପାଆନ୍ତାରେ ପ୍ରଶାସନ ଓ ସରକାରୀ ସେବା ସୁନିଶ୍ଚିତ କରିବା ପାଇଁ ହ୍ୱାଟ୍ସଅପ୍‌ରେ ମାଇ ଗଭ  ହେଲ୍ପ ଡେସ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଡିଜିଲକର ସେବା ମାଧ୍ୟମରେ ଏବେ ଦେଶର ନାଗରିକଙ୍କୁ ମାଇ ଗଭ ହେଲ୍ପଡେସ୍କ ଅନେକ ଗୁଡିଏ ସେବା ଉପଲବ୍ଧ କରାଇବ। ଏହି ନୂତନ ସେବା ସହାୟତାରେ ଜନସାଧାରଣ ନିମ୍ନଲିଖିତ ଦସ୍ତାବିଜମାନ ସହଜରେ ସୁରକ୍ଷିତଭାବେ ନିଜ ଘରେ ବସି ପାଇପାରିବେ।

୧. ପ୍ୟାନକାର୍ଡ

୨. ଡ୍ରାଇଭିଂ ଲାଇସେନ୍ସ

୩. ସିବିଏସ୍‌ଇ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପ୍ରମାଣପତ୍ର

୪. ଯାନବାହନ ପଞ୍ଜୀକରଣ ପ୍ରମାଣପତ୍ର(ଆରସି)

୫. ଦ୍ୱିଚକିଆ ଗାଡି ବୀମା ପଲିସି

୬. ଦଶମ ଶ୍ରେଣୀ ମାର୍କସିଟ୍‌

୭. ଦ୍ୱାଦଶ ଶ୍ରେଣୀ ମାର୍କସିଟ୍‌

୮. ଡିଜିଲକର ଉପଲବ୍ଧ ଜୀବନ୍ ଓ ଜୀବନ ବିହୀନ ବୀମା ପଲିସି ଦସ୍ତାବିଜ୍

ହ୍ୱାଟ୍‌ଆପ୍ ବ୍ୟବହାରକାରୀମାନେ ଦେଶର ଯେକୌଣସି ସ୍ଥାନରୁ ହ୍ୱାଟ୍ସଅପ ନମ୍ବର +୯୧୯୦୧୩୧୫୧୫୧୫ ଜରିଆରେ କେବଳ ‘ନମସ୍ତେ ହାଏ ବା ଡିଜିଲକର ଲେଖି ଚାଟବଟ ବ୍ୟବହାର କରିପାରିବେ।

ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିବା ମାଇ ଗଭ ହେଲ୍ପଡେସ୍କ (ପୂର୍ବରୁ ମାଇଗଭ କରୋନା ହେଲ୍ପଡେସ୍କଭାବେ ପରିଚିତ) ହ୍ୱାଟସପ ଜରିଆରେ କୋଭିଡ-୧୯ ବୈଶ୍ୱିକ ମହାମାରୀର ମୁକାବିଲା ନିମନ୍ତେ ଲୋକମାନଙ୍କୁ ନିର୍ଭୁଲ କୋଭିଡ ସମ୍ପର୍କୀୟ ତଥ୍ୟ ପ୍ରଦାନ, ଟୀକାକରଣ, ବୁକିଂ ଓ ଟୀକା ପ୍ରମାଣପତ୍ର ଡାଉନଲୋଡ କରିବା ଦିଗରେ ବ୍ୟବହୃତ ହୋଇ ଆସିଛି।

ଏପର୍ଯ୍ୟନ୍ତ ୮୦ନିୟୁତ ଜନସାଧାରଣ ଏହି ହେଲ୍ପ ଡେସ୍କ ରେ ପହଂଚି ପାରିଥିବାବେଳେ, ୩୩ନିୟୁତରୁ ଅଧିକ ଟିକାକରଣ ପ୍ରମାଣପତ୍ର ଡାଉନଲୋଡ ହୋଇଛି ଓ ଦେଶବ୍ୟାପୀ ନିୟୁତ ନିୟୁତ ଟିକାକରଣ ପାଇଁ ବୁକିଂ ହୋଇଛି।

ଡିଜି ଲକର ଭଳି ନୂତନ ସଂଯୋଗ ଫଳରେ ହ୍ୱାଟ୍ସଅପରେ ମାଇ ଗଭ ଚାଟବଟ ଜନସାଧାରଣଙ୍କ ନିମନ୍ତେ ବ୍ୟାପକ ପ୍ରଶାନିକ ସୁବିଧା ଯୋଗାଇବା ଲକ୍ଷ୍ୟ ରଖିଛି। ଏପରିକି ଆବଶ୍ୟକ ସେବା କେବଳ ଡିଜିଟାଲ ମାଧ୍ୟମରେ ପାଇ ହେବ।

ଜନସାଧାରଣଙ୍କୁ ମାଇଁ ଗଭ ହେଲ୍ପ ଡେସ୍କ ଜରିଆରେ ଡିଜିଲକର ସେବା ଉପଲବ୍ଧ କରାଇବା ଦ୍ୱାରା ହ୍ୱାଟ୍ସଅପ ଜରିଆରେ ଏହା ଖୁବ୍ ସରଳ ହୋଇପାରିବ। ଡିଜିଲକରରେ ଦଶକୋଟିରୁ ଅଧିକ ବ୍ୟକ୍ତି ପଞ୍ଜୀକୃତ ହୋଇଥିବା ଓ ଅଦ୍ୟାବଧି ପାଞ୍ଚ ବିଲିୟନ ନଥିପତ୍ର ଜାରି ହୋଇଥିବା ଦୃଷ୍ଟିରୁ ଏହି ହ୍ୱାଟ୍ସଅପ ସେବା କୋଟି କୋଟି ଜନସାଧାରଣଙ୍କୁ ଡିଜିଟାଲ ମାଧ୍ୟମରେ ସଶକ୍ତ କରିବ। ଫଳରେ ସେମାନେ ବିନା ବାଧାରେ ବୈଧ ଦସ୍ତାବିଜ ଓ ତଥ୍ୟ ସିଧାସଳଖ ଫୋନରୁ ପାଇପାରିବେ। ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସେବାପ୍ରଦାନ ଉନ୍ନତି ନେଇ ରଖିଥିବା ଦୂରଦର୍ଶୀ ଲକ୍ଷ୍ୟକୁ ଭିତ୍ତିକରି ଏହି ସେବାକୁ ଜାରି କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଏମଏଲସି ନିର୍ବାଚନ: ୩ ଟି ଆସନ ଜିତିବା ଜରୁରୀ, ନଚେତ୍ ଅଖିଳେଶଙ୍କୁ ହେବ ବଡ଼ କ୍ଷତି

October 27, 2026

ରାଜକୁମାର ଆଲୋଇସଙ୍କ ଭାରତ ଗସ୍ତ : ଭାରତ-ଲିଚଟେନଷ୍ଟାଇନ୍ ସମ୍ପର୍କରେ ନୂଆ ଅଧ୍ୟାୟ

October 27, 2026

PM Awas Yojana: ଦୁଇ ଭାଇ ଅଲଗା ରହୁଥିଲେ ମିଳିବ କି ୨ଟି ଘର? ଜାଣନ୍ତୁ ସରକାରୀ ନିୟମ

October 27, 2026

ତୃତୀୟ ଟି-୨୦ ପାଇଁ ତିନୋଟି ବଡ଼ ପରିବର୍ତ୍ତନ: ଏହି ୧୧ ଖେଳାଳିଙ୍କୁ ସ୍ଥାନ ଦେଲା ଟିମ୍ ଇଣ୍ଡିଆ

October 27, 2026
Latest News

ଏମଏଲସି ନିର୍ବାଚନ: ୩ ଟି ଆସନ ଜିତିବା ଜରୁରୀ, ନଚେତ୍ ଅଖିଳେଶଙ୍କୁ ହେବ ବଡ଼ କ୍ଷତି

October 27, 2026

ରାଜକୁମାର ଆଲୋଇସଙ୍କ ଭାରତ ଗସ୍ତ : ଭାରତ-ଲିଚଟେନଷ୍ଟାଇନ୍ ସମ୍ପର୍କରେ ନୂଆ ଅଧ୍ୟାୟ

October 27, 2026

PM Awas Yojana: ଦୁଇ ଭାଇ ଅଲଗା ରହୁଥିଲେ ମିଳିବ କି ୨ଟି ଘର? ଜାଣନ୍ତୁ ସରକାରୀ ନିୟମ

October 27, 2026

ତୃତୀୟ ଟି-୨୦ ପାଇଁ ତିନୋଟି ବଡ଼ ପରିବର୍ତ୍ତନ: ଏହି ୧୧ ଖେଳାଳିଙ୍କୁ ସ୍ଥାନ ଦେଲା ଟିମ୍ ଇଣ୍ଡିଆ

October 27, 2026

ଗୋପାଳପୁର ଓ ସୁନପୁର ବେଳାଭୂମିକୁ ୨୯ ଯାଏଁ ପର୍ଯ୍ୟଟକଙ୍କୁ ପ୍ରବେଶ ନିଷିଦ୍ଧ

October 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.