ଦୁର୍ନୀତି ଅଭିଯୋଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଗିରଫ କଲା ପଞ୍ଜାବ ପୋଲିସ

Published: May 24, 2022, 2:52 pm IST

ଚଣ୍ଡିଗଡ: ଭ୍ରଷ୍ଟାଚାର ଅଭିଯୋଗରେ ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଦ୍ୱାରା ବହିଷ୍କାର କରାଯାଇଛି। ଏହାର କିଛି ସମୟ ପରେ ଦୁର୍ନୀତି ନିବାରଣ ଶାଖା ସିଙ୍ଗଲାଙ୍କୁ ଗିରଫ କରିଛି। ଦୁର୍ନୀତି ଅଭିଯୋଗ ହେତୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ କ୍ୟାବିନେଟରୁ ହଟାଇ ଦେଇଛନ୍ତି।

ଖବର ଅନୁଯାୟୀ, ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲା ଚୁକ୍ତିନାମା ପ୍ରଦାନ କରିବା ସମୟରେ ୧ ପ୍ରତିଶତ ଭାଗ ଦାବି କରିଥିଲେ। ଯାହା ଫଳରେ ବିଜୟ ସିଙ୍ଗଲାଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାବିନେଟରୁ ବହିଷ୍କୃତ କରିଥିଲେ।

Related posts