Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିସ୍‌କମ୍‌ଗୁଡିକର ପୁରୁଣା ଦେୟ ବୋଝ ଲାଘବ କରିବାକୁ ଶକ୍ତି ମନ୍ତ୍ରଣାଳୟର ଯୋଜନା
ଆଜିର ଖବର

ଡିସ୍‌କମ୍‌ଗୁଡିକର ପୁରୁଣା ଦେୟ ବୋଝ ଲାଘବ କରିବାକୁ ଶକ୍ତି ମନ୍ତ୍ରଣାଳୟର ଯୋଜନା

May 26, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଜୁଳି ଆବଣ୍ଟନକାରୀ କମ୍ପାନୀ ବା ଡିସ୍‌କମ୍‌ଗୁଡିକ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀଙ୍କୁ ଜେନ୍‌କୋ ସମୂହକୁ ନିୟମିତ ଭାବେ ଶକ୍ତିକ୍ରୟ ବାବଦ ପାଉଣା ଦେବାକୁ ଅସମର୍ଥ ହେଉଥିବାରୁ ଶକ୍ତି କ୍ଷେତ୍ରର ସମଗ୍ର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହି ପରିସ୍ଥିତିକୁ ବିଚାରକୁ ନେଇ କେନ୍ଦ୍ର  ଶକ୍ତି ମନ୍ତ୍ରଣାଳୟ ଦେୟ ଦେଇପାରୁ ନ ଥିବା ଡିସ୍‌କମ୍‌ଗୁଡିକର ଆର୍ଥିକ ଦୁଃସ୍ଥିତିକୁ ଲାଘବ କରିବାକୁ ଏକ ଯୋଜନା ପ୍ରସ୍ତୁତ କରୁଛି।

ଡିସ୍‌କମ୍‌ଗୁଡିକ ବିଜୁଳି କ୍ରୟ ବାବଦ ଅର୍ଥ ଠିକ୍ ସମୟରେ ପୈଠ କରୁ ନ ଥିବାରୁ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀଗୁଡିକର ଅର୍ଥ ପ୍ରବାହ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେଉଛି। କୋଇଲା କ୍ରୟ, ଦୈନନ୍ଦିନ ପରିଚାଳନା ଏବଂ ଅନ୍ୟାନ୍ୟା ଆନୁଷଙ୍ଗିକ କାର୍ଯ୍ୟ ପାଇଁ  ଶକ୍ତି ଉତ୍ପାଦନକାରୀ  କମ୍ପାନୀଙ୍କ ପାଖରେ ଯଥେଷ୍ଟ ନଗଦ ଗଚ୍ଛିତ ରହିବାର ଆବଶ୍ୟକତା ରହିଛି। ତେବେ ବିଜୁଳି କିଣୁଥିବା ଡିସ୍‌କମ୍‌ମାନେ ଠିକ୍ ସମୟରେ ଅର୍ଥ ପୈଠ କରୁ ନ ଥିବାରୁ ଉତ୍ପାଦନ ବ୍ୟବସ୍ଥା ଉପରେ ତାହାର ସିଧାସଳଖ ପ୍ରଭାବ ପଡୁଛି। ‘ପ୍ରାପ୍ତୀ ପୋର୍ଟାଲ’ରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୨ ମଇ ୧୮ତାରିଖ ସୁଦ୍ଧା ଡିସ୍‌କମ୍‌ଗୁଡିକ ଶକ୍ତି ଉତ୍ପାଦନକାରୀ କମ୍ପାନୀଙ୍କୁ ୧,୦୦,୦୧୮ କୋଟିରୁ ଅଧିକ ଟଙ୍କା ଦେଇନାହାନ୍ତି। ଏହି ବିପୁଳ ଅର୍ଥ ମଧ୍ୟରେ ବିବାଦୀୟ ଅର୍ଥ ପରିମାଣ ଓ ବିଳମ୍ବିତ ଦେୟଜନିତ ସରଚାର୍ଜ(ଜୋରିମାନା) ଅନ୍ତର୍ଭୁକ୍ତ ହୋଇନାହିଁ। ବିବାଦୀୟ ଓ ବିଳମ୍ବିତ ଦେୟ ଜନିତ ସରଚାର୍ଜର ମୋଟ ପରିମାଣ ୬୮୩୯ କୋଟି ଟଙ୍କା।

ଶକ୍ତି ମନ୍ତ୍ରଣାଳୟ ଏଥିପାଇଁ ଯେଉଁ ସ୍କିମ୍ ପ୍ରସ୍ତୁତ କରୁଛି ସେଥିରେ ନିଜର ବକେୟାକୁ କିସ୍ତି ଆକାରରେ ବିଜୁଳିତ୍ତଉତ୍ପାଦନକାରୀ କମ୍ପାନୀଗୁଡିକ ଦେବାର ବ୍ୟବସ୍ଥା କରାଯାଉଛି। ସମସ୍ତ ପ୍ରକାର ବାକି ଅର୍ଥ ପରିଶୋଧ କରିବାକୁ ଏକକାଳୀନ କୋହଳ ବ୍ୟବସ୍ଥା ସବୁ ଡିସକମ୍ ପାଇଁ ପ୍ରଯୁଜ୍ୟ ହେବ। ସ୍କିମର ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ବିବାଦୀୟ ଓ ବିଳମ୍ବିତ ଦେୟ ଉପରେ ସରଚାଜ୍ ବା ଜୋରିମାନା ଲାଗୁ ହେବ ନାହିଁ। ସମ୍ପୃକ୍ତ ଡିସ୍କକମ୍‌ଗୁଡିକୁ ୪୮ଟି ମାସିକିଆ କିସ୍ତିରେ ସବୁ ବକେୟା ଅର୍ଥ ଉତ୍ପାଦନକାରୀ କମ୍ପାନୀଗୁଡିକୁ ଦେବାକୁ ପଡିବ।

ବାକିଥିବା ଅର୍ଥରାଶିକୁ କିସ୍ତିହାରରେ ପ୍ରଦାନ କରିବାର ସୁବିଧା ଦେବା ସହିତ ବିଳମ୍ବିତ ଦେୟ ବାବଦ ସରଚାର୍ଜ୍‌୍‌କୁ ସ୍ଥଗିତ ରଖି ସରକାର ଡିସ୍‌କମ୍ ଗୁଡିକର ଆର୍ଥିକ ଦୁଃସ୍ଥିତିର ସମାଧାନ ପାଇଁ ପ୍ରୟାସ କରୁଛନ୍ତି। ଏହାଫଳରେ ସମ୍ପୃକ୍ତ ଡିସ୍‌କମ୍‌ଗୁଡିକ ପାଇଁ ଏକ ଉତ୍ତମ ସୁଯୋଗ ସୃଷ୍ଟି ହେବ। ଏହି ପ୍ରକ୍ରିୟାରେ ସେମାନଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ।

ଆହୁରି ମଧ୍ୟ ଏହି ବ୍ୟବସ୍ଥାରେ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀମାନେ ପ୍ରତିମାସରେ ଡିସ୍‌କମ୍‌ଗୁଡିକରୁ ବିଜୁଳି କ୍ରୟ ବାବଦ ଅର୍ଥ ପାଇବା ବ୍ୟବସ୍ଥା ସୁନିଶ୍ଚିତ ହେବ ଓ ସେମାନଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିବ। ତେବେ କୌଣସି ଡିସ୍‌କମ୍ ଯଦି ମାସିକ  କିସ୍ତି ପ୍ରଦାନରେ ବିଳମ୍ବ କରେ ସେ କ୍ଷେତ୍ରରେ ମୋଟ ବକେୟା ଅର୍ଥରାଶି ଉପରେ ସରଚାଜ୍ ଓ ଜୋରିମାନା ଲାଗୁ ହେବ।

ଏହି ପ୍ରସ୍ତାବିତ ଯୋଜନା ଫଳରେ ଡିସ୍‌କମ୍ ସମୂହ ଆସନ୍ତା ୧୨ରୁ ୪୮ ମାସ ମଧ୍ୟରେ ବିଳମ୍ବିତ ଦେୟ ବାବଦ ୧୯, ୮୩୩ କୋଟି ଟଙ୍କାର ସରଚାଜ୍  ବା ଜୋରିମାନା ବଞ୍ଚାଇ ପାରିବେ । ଏହି ଯୋଜନାରେ ତାମିଲନାଡୁ ଓ ମହାରାଷ୍ଟ୍ର ଭଳି ରାଜ୍ୟ ପ୍ରତ୍ୟେକ ୪୫୦୦ କୋଟି ଟଙ୍କା ବଞ୍ଚାଇ ପାରିବେ କାରଣ ଏହି ଦୁଇ ରାଜ୍ୟର ଡିସ୍‌କମ୍‌ଗୁଡିକର ଦେୟ ବାକି ବିପୁଳ । ସେହିଭଳି ଉତ୍ତରପ୍ରଦେଶ ୨୫୦୦ କୋଟି, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ ଓ ତେଲଙ୍ଗାନା ଆଦି ୧୧୦୦ରୁ ୧୭୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଞ୍ଚାଇ ପାରିବେ । ଡିସ୍କମ୍ ଗୁଡିକ ଏ ବାବଦରେ ଯେଉଁ ଅର୍ଥ ବଞ୍ଚାଇବେ ତାହାର ଲାଭ ବିଜୁଳି ଉପଭୋକ୍ତାଙ୍କୁ ମିଳିବ । କାରଣ ସେମାନେ  ଯେଉଁ ଅର୍ଥ ବଂଚାଇବା ତାହାକୁ ଉପଭୋକ୍ତାଙ୍କ କଲ୍ୟାଣ ପାଇଁ ବିନିଯୋଗ କରାଯିବ । ସେମାନେ ଅଧିକ ଲାଭ ପାଇଁ ଏହି ଅର୍ଥ ରାଶିକୁ ଖୁଚୁରା ତାରିଫରେ ମିଶାଇବ ପାରିବେ ନାହିଁ କିମ୍ବା ଖାଉଟିଙ୍କ ଉପରକୁ ନିଜର ଦେୟ ବୋଝ ଠେଲି ଦେଇପାରିବେ ନାହିଁ । ଶକ୍ତି ଉତ୍ପାଦନକାରୀ କମ୍ପାନୀ ଜେନ୍‌କୋଗୁଡିକ ନିୟମିତ ଭାବେ ପ୍ରାପ୍ୟ ଦେବାର ସୁବନ୍ଦୋବସ୍ତ କରିବାକୁ ସରକାରଏହି ପଦକ୍ଷେପ ନେଉଛନ୍ତି । ସେମାନେ ବିଜୁଳି ବିକ୍ରି ବାବଦ ଅର୍ଥ ଡିସ୍‌କମ୍‌ଗୁଡିକଠାରୁ ନିୟମିତ ନ ପାଇଲେ ଶକ୍ତି ଉତ୍ପାଦନ ହ୍ରାସ କରିବାକୁ  ବାଧ୍ୟ ହେବେ । ତେଣୁ ଏହି ଅବସ୍ଥା ସୃଷ୍ଟି ନ ହେବାକୁ ଏଭଳି ପଦକ୍ଷେପ କଥା ଚିନ୍ତା କରାଯାଉଛି ।

ବିଳମ୍ବିତ ଦେୟପ୍ରଦାନ ଜନିତ ସରଚାର୍ଜ (ଏଲପିଏସ୍‌ସି) ଏକ ଜୋରିମାନାଜନିତ ଟିକସ ଯାହା ଠିକ୍ ସମୟରେ ଅର୍ଥ ପ୍ରଦାନ ନ କଲେ ଡିସ୍‌କମ୍ ଉପରେ ଲାଗୁ ହୋଇଥାଏ । ପ୍ରଥମ ମାସ ବିଳମ୍ବରେ ଏହି ସରଚାର୍ଜ ବେସରେଟ୍‌ରେ ଲାଗୁ ହୁଏ । ତା’ପରେ କ୍ରମାଗତ ଦେୟ ପ୍ରଦାନରେ ବିଳମ୍ବ ଘଟିଲେ ଏହି ସରଚାର୍ଜ ୦.୫ ଶତାଂଶ ହିସାବରେ ବଢିଚାଲେ । ତେବେ ଏହି ସରଚାର୍ଜ ପରିମାଣ ବେସରେଟ ବା ମୂଳ ଜୋରିମାନାର ସର୍ବାଧିକ ୩ ଶତାଂଶ ପର୍ଯ୍ୟନ୍ତ ବୃଦ୍ଧି ହେବାର ବ୍ୟବସ୍ଥା ରହିଛି । ତାହାଠାରୁ ଅଧିକ ସରଚାର୍ଜ ଲାଗୁ କରାଯାଇପାରିବ ନାହିଁ ।

ଶକ୍ତି ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026
Latest News

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.