Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ଅନୁଷ୍ଠିତ ହେବ ୬୭ ତମ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ
ଆଜିର ଖବର

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ୬୭ ତମ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ

May 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ବର: ୬୭ ତମ ଜାତୀୟ ରେଳ ପୁରସ୍କାର ଉତ୍ସବ-୨୦୨୨ କୁ ଚଳିତ ବର୍ଷ ପୂର୍ବ ତଟ ରେଳପଥ ୨୮ ମଇ ୨୦୨୨ ଦିନ ଆୟୋଜନ କରୁଅଛି।

ଅଶ୍ୱିନୀ ଵୈଷ୍ଣବ, ରେଳବାଇ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ; ରେଳବାଇ, କୋଇଲା ଏବଂ ଖଣି ବିଭାଗର ମାନ୍ୟବର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରାଓସାହେବ ପାଟିଲ ଡାନଭେ; ରେଳବାଇ ଏବଂ ଟେକ୍ସଟାଇଲର ମାନ୍ୟବର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଦର୍ଶନା ଜରଦୋଶ ୨୮ ମଇ ୨୦୨୨ ରେ ଓଡ଼ିଶା ଗସ୍ତରେ ଆସି ପୂର୍ବତଟ ରେଳପଥ ଆନୁକୂଲ୍ୟରେ ଭୁବନେଶ୍ୱରର ରେଳବାଇ ଅଡିଟୋରିୟମ ଠାରେ ଆୟୋଜିତ ହେବାକୁଥିବା ୬୭ ତମ ଜାତୀୟ ରେଳ ପୁରସ୍କାରର ଉପସ୍ଥାପନା ସମାରୋହରେ ଯୋଗଦାନ କରିବେ।

ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ସମସ୍ତ ଜୋନାଲ ରେଳବାଇର ମହାପ୍ରବନ୍ଧକମାନେ, ରେଳବାଇର ଉତ୍ପାଦନ ୟୁନିଟ୍ ଗୁଡିକର ମହାପ୍ରବନ୍ଧକ ଏବଂ ରେଳବାଇର ପିଏସୟୁ ଗୁଡିକର ମୁଖ୍ୟ ମାନଙ୍କ ପରି ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ରହିବେ।

ରେଳବାଇରେ ଉଲ୍ଲେଖନୀୟ ସେବା ପାଇଁ ମୋଟାମୋଟି ଭାବେ, ବିଭିନ୍ନ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ରେଳବାଇର ପିଏସୟୁ ଗୁଡିକର ୧୫୫ ଜଣ ରେଳବାଇ କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯିବାକୁ ଥିବାବେଳେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପାଇଁ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ରେଳବାଇ ପିଏସୟୁ ଗୁଡିକୁ ସର୍ବମୋଟ ୨୧ ଟି ସିଲ୍ଡ ପୁରସ୍କୃତ କରାଯିବ।

ଭାରତୀୟ ରେଳବାଇର ଏହା ହେଉଛି ଏକ ପ୍ରମୁଖ କାର୍ଯ୍ୟ ଯେଉଁଠାରେ ଭୁବନେଶ୍ୱରରେ ରେଳ ମନ୍ତ୍ରଣାଳୟର ଏକ ସମ୍ପୂର୍ଣ୍ଣ କାର୍ଯ୍ୟବଳର ମୁଖ୍ୟମାନେ ଉପସ୍ଥିତ ରହିବେ। ପୂର୍ବ ତଟ ରେଳପଥ ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକୁ ଆୟୋଜନ କରିଥିବାରୁ ଗର୍ବିତ ଅନୁଭବ କରୁଛି।

ଭାରତୀୟ ରେଳବାଇ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି

March 8, 2026
Latest News

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି

March 8, 2026

ଆଜି ମାର୍ଚ୍ଚ ୮ ତାରିଖ ରବିବାରରେ ଏହି ରାଶି ବ୍ୟକ୍ତିମାନେ ହେବେ ଭାଗ୍ୟବାନ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.