ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍

Published: May 28, 2022, 10:38 pm IST

ଭୁବନେଶ୍ବର: ଆଜି ବଲିଉଡ ତାରକା ତଥା ସମାଜସେବୀ ସୋନୁ ସୁଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସରେ ସେ ଏହି ସାକ୍ଷାତ କରିଛନ୍ତି। ସେ କିଛି ସମୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ହକିର ଏକ ଜର୍ସି ଉପହାର ଦେଇଥିଲେ।

ସାକ୍ଷାତ ପରେ ସୋନୁ କହିଛନ୍ତି ଯେ, ସେ ଓଡିଶାକୁ ବେଶ୍ ଭଲ ପାଆନ୍ତି। କରୋନା ସମୟରେ ସେ ଓଡିଶା ଲୋକଙ୍କ ସଂପର୍ଶରେ ଆସିଥିଲେ। କରୋନା ସମୟରେ ସେ ମୁମ୍ବାଇ ଏବଂ କେରଳର କିଛି ଲୋକଙ୍କୁ ଓଡିଶା ଫେରାଇ ଆଣିବାରେ ସାହାଯ୍ୟ କରିଥିଲେ ବୋଲି କହିଥିଲେ। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କି ପାଣ୍ଡିୟାନ ଉପସ୍ଥିତ ଥିଲେ।

Related posts