Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇକନିକ ସପ୍ତାହ ଉତ୍ସବ ପାଳନ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ
ଆଜିର ଖବର

ଆଇକନିକ ସପ୍ତାହ ଉତ୍ସବ ପାଳନ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ

May 30, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: “ଆଜାଦି କା ଅମୃତ ମହୋତ୍ସବ” (ଏକେଏଏମ୍‍) ର ଅଂଶ ଭାବରେ ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ୬ ରୁ ୧୧ ଜୁନ୍‌, ୨୦୨୨ ସପ୍ତାହ ବ୍ୟାପି ସେମାନଙ୍କର ‘ଆଇକନିକ୍ ସପ୍ତାହ’ ଉତ୍ସବ ପାଳନ ଲାଗି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ମାର୍ଚ୍ଚ ୨୦୨୧ ରେ ଆଜାଦି କା ଅମୃତ ମହୋତ୍ସବ (ଏକେଏଏମ୍‍) ର ଉଦଘାଟନ କରିଥିଲେ, ଯାହାକି ୨୦୨୨ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭାରତର ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ ପାଇଁ ୭୫ ସପ୍ତାହ ଗଣନା କରାଯାଇଥିଲା। ଏହା ପରେ ବି ଏକେଏଏମ୍‍ ଉତ୍ସବ ଏକ ବର୍ଷ ପର୍ଯ୍ୟନ୍ତ ୧୫ ଅଗଷ୍ଟ, ୨୦୨୩ ପର୍ଯ୍ୟନ୍ତ ଜାରି ରହିବ।

ଭାରତର ୭୫ ତମ ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରିବାର ଏକ ଅଂଶ ଭାବରେ ଏକ \’ଧନ୍ୟବାଦ\’ (ସୁକ୍ରିଆ) ଗୀତ ମୁକ୍ତିଲାଭ କରିଥିଲା ଯାହାକି କୋଭିଡ-୧୯ ମହାମାରୀ ବିରୁଦ୍ଧ ଲଢେଇରେ ଅନାଲୋଚିତ ଭାବେ ରହିଥିବା ହିରୋମାନଙ୍କୁ ଉତ୍ସାହିତ କରିଥିଲା ଏବଂ ଯେଉଁମାନେ ଆର୍ଥିକ ବ୍ୟବସ୍ଥାକୁ ସବୁଠାରୁ ସଙ୍କଟ ସମୟରେ ଚାଲୁ ରଖିଥିଲେ।

ସପ୍ତାହରେ ଘଟୁଥିବା ଘଟଣାଗୁଡ଼ିକର ସ୍ନାପସଟ୍ ପ୍ରଦାନ କରିବାକୁ ଏକ ଇ-ବୁକଲେଟ୍ ମଧ୍ୟ ଉପସ୍ଥାପିତ କରାଯାଇଥିଲା ଯେଉଁଥିରେ ଦୁଇ ମନ୍ତ୍ରଣାଳୟ – କର୍ପୋରେଟ୍ ବ୍ୟାପାର ଏବଂ ଅର୍ଥ କେବଳ ସେମାନଙ୍କର ସଫଳତା, ନୂତନ ପଦକ୍ଷେପ ପ୍ରଦର୍ଶନ କରିବ ନାହିଁ, ବରଂ ସେମାନଙ୍କର ଅଭିବୃଦ୍ଧି ଏବଂ ବର୍ଷବ୍ୟାପି ସମୀକ୍ଷାକୁ ଏକ ଆକର୍ଷଣୀୟ ଯାତ୍ରା ମାଧ୍ୟମରେ ଅତିକ୍ରମ କରିବ। କାର୍ଯ୍ୟକ୍ରମଣ୍ଟଗୁଡିକର କାର୍ଯ୍ୟସୂଚୀକୁ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୬ ଜୁନ୍ ୨୦୨୨ ରେ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ। ଭାରତର ସ୍ୱାଧୀନତାର ୭୫ ବର୍ଷର ଆବେଗକୁ ଦୃଷ୍ଟିରେ ରଖି ୬ ଜୁନ୍ ସମାରୋହ ସମଗ୍ର ଭାରତର ୭୫ଟି ସହରରେ ଏକକାଳୀନ ସିଧା ପ୍ରସାରଣ ମାଧ୍ୟମରେ ପାଳନ କରାଯିବ।

ଆଜାଦି କା ଅମୃତ ମହୋତ୍ସବର ଆଇକନିକ୍ ସପ୍ତାହରେ, କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟର ପ୍ରତ୍ୟେକ ବିଭାଗ ସେମାନଙ୍କର ସମୃଦ୍ଧ ଇତିହାସ ଏବଂ ଉତ୍ତରାଧିକାରୀ ପ୍ରଦର୍ଶନ କରିବା ସହିତ ଆଗାମୀ ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବେ। ଉଦାହରଣ ସ୍ୱରୂପ, ୮ ଜୁନ୍ ୨୦୨୨, ତୃତୀୟ ଦିନରେ ଭାରତର ସିକ୍ୟୁରିଟି ବଜାରର ବିକାଶ ଉପରେ ଏକ ଡକ୍ୟୁମେଣ୍ଟାରୀ ରିଲିଜ୍ ହେବ ଏବଂ ଶେଷ ଦିନ, ୧୧ ଜୁନ୍ ୨୦୨୨ ରେ, ଜାତୀୟ କଷ୍ଟମସ ଏବଂ ଜିଏସଟି ସଂଗ୍ରହାଳୟ, ‘ଧରୋହର’, ଯାହା ଜବତ ସାମଗ୍ରୀ, ପୁରାତନ ସାମଗ୍ରୀ ଏବଂ କଷ୍ଟମ ଐତିହ୍ୟର ପ୍ରଦର୍ଶନ କରିଥାଏ ତାହା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ।

ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଆଇକନିକ୍ ସପ୍ତାହ ଉତ୍ସବରେ ଅନ୍ୟ କେତେକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ମଧ୍ୟରେ ଡାଟା ଆନାଲିଟିକ୍ସ ଉପରେ ଆନ୍ତର୍ଜାତୀୟ ସମ୍ମିଳନୀ ଅନ୍ତର୍ଭୂକ୍ତ କରିବ ଯାହା ସର୍ବସାଧାରଣ କ୍ରୟ କ୍ଷେତ୍ରରେ ସର୍ବୋତ୍ତମ ଆନ୍ତର୍ଜାତୀୟ ଅଭ୍ୟାସ ଉପରେ ବିଚାର କରିବ ଏବଂ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପାଇଁ ସାର୍ବଜନୀନ କ୍ରୟ କ୍ଷେତ୍ରରେ ଟଙ୍କାର ଅଧିକ ମୂଲ୍ୟ ଅଣିବାକୁ ଆଗକୁ ବଢିବ। ସାଧାରଣ ଖର୍ଚ୍ଚ ପରିଚାଳନା ଏବଂ ଟିକସ କ୍ଷେତ୍ରରେ କିଛି ପ୍ରମୁଖ ପଦକ୍ଷେପ ସ୍ୱରୂପ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ମଧ୍ୟ ପ୍ରଦର୍ଶିତ ହେବ।

ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଆଇକନିକ୍ ସପ୍ତାହର ଉତ୍ସବ ପାଳନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳୀନୀରେ ଅର୍ଥ ସଚିବ ତଥା ସଚିବ ବ୍ୟୟ, ଡକ୍ଟର ଟି.ଭି. ସୋମନାଥନ୍ ପୌରହିତ କରିଥିଲେ। ଉପସ୍ଥିତ ଅନ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଡିଆଇପିଏଏମ୍‍ ସଚିବ ତୁହିନ୍ କାନ୍ତ ପାଣ୍ଡେ, ଆର୍ଥିକ ବ୍ୟାପାର ସଚିବ ଅଜୟ ସେଠ୍‍, କର୍ପୋରେଟ୍ ବ୍ୟାପାର ସଚିବ ରାଜେଶ ବର୍ମା; ଡିପିଇ ସଚିବ ଅଲି ରାଜା ରିଜଭି; ଡିଏଫ୍‍ଏସ୍‍ ସଚିବ ସଞ୍ଜୟ ମାଲହୋତ୍ରା, ସିବିଆଇସି ଅଧ୍ୟକ୍ଷ ବିବେକ ଜୋହରୀ, ଏବଂ ସିବିଡିଟିର ଅଧ୍ୟକ୍ଷ (ଅତିରିକ୍ତ ଦାୟିତ୍ୱ) ସଙ୍ଗୀତା ସିଂହଙ୍କ ସହିତ ଅର୍ଥ ଓ କର୍ପୋରେଟ୍ ବ୍ୟାପାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଜାଦି କା ଅମୃତ ମହୋତ୍ସବ ସାମ୍ବାଦିକ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026
Latest News

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.