ଦେଶରେ ୨୩୩୮ ଟି ନୂଆ ଆକ୍ରାନ୍ତ ଚିହ୍ନଟ, ୧୭ ହଜାର ଅତିକ୍ରମ କଲା ସକ୍ରିୟ ମାମଲା

Published: May 31, 2022, 10:32 am IST

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଦୈନିକ ୨ ହଜାରରୁ ଅଧିକ ପଞ୍ଜିକୃତ ହେଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୩୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି ଏବଂ ୨ ହଜାର ୧୩୪ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଗତ କିଛି ଦିନ ହେବ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି, ଯେଉଁ କାରଣରୁ ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୧୭ ହଜାର ଅତିକ୍ରମ କରିଛି। ଭାରତରେ ମୋଟ ସକ୍ରିୟ ମାମଲା ୧୭ ହଜାର ୮୮୩ ରେ ପହଞ୍ଚିଛି।

କରୋନା ମହାମାରୀ ଆରମ୍ଭରୁ ମୋଟ ୪ କୋଟି ୩୧ ଲକ୍ଷ ୫୮ ହଜାର ୮୭ ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୫ ଲକ୍ଷ ୨୪ ହଜାର ୬୩୦ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୪ କୋଟି ୨୬ ଲକ୍ଷ ୧୫ ହଜାର ୫୭୪ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

Related posts