Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାୟପୁରଠାରେ ଉପଆଞ୍ଚଳିକ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ
ଆଜିର ଖବର

ଆଜି ରାୟପୁରଠାରେ ଉପଆଞ୍ଚଳିକ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

June 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ବର୍ଷରେ ଦେଶ ଆଗାମୀ ୨୫ବର୍ଷ ନିମନ୍ତେ ନିଜର ଲକ୍ଷ୍ୟ ସ୍ଥିର କରୁଛି। ସମ୍ପୂର୍ଣ୍ଣ ଉତ୍ସାହ ଓ ଅଙ୍ଗୀକାରବଦ୍ଧତା ସହ ଏକ ଉଜ୍ଜ୍ୱଳ ଭବିଷ୍ୟତକୁ ଦେଖୁଥିବା ବେଳେ ବର୍ତ୍ତମାନ ସଫଳତା ଉପରେ ଆଲୋକପାତ କରି ବିପୁଳ ଉତ୍ସାହର ସହ ଏହାକୁ ପାଳନ କରିବାର ସମୟ ଉପନୀତ ହୋଇଛି। ଏହି ଲକ୍ଷ୍ୟରେ ମହିଳା  ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଧାରାବାହିକ ଭାବେ ଆଞ୍ଚଳିକ ଓ ଉପ ଆଞ୍ଚଳିକ ବୈଠକ ଦେଶବ୍ୟାପୀ ଜୁନ ୪, ୨୦୨୨ ଠାରୁ ଆୟୋଜନ କରୁଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ଉପ ଆଞ୍ଚଳିକ ବୈଠକ ଆସନ୍ତାକାଲି (୦୪.୦୬.୨୦୨୨) ଛତିଶଗଡର ରାୟପୁରଠାରେ ଆୟୋଜିତ ହେଉଛି। ଏଥିରେ ଛତିଶଗଡ, ପଶ୍ଚିମବଙ୍ଗ ଓ ଓଡିଶା ରାଜ୍ୟ ଅଂଶ ଗ୍ରହଣ କରିବେ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ ଏଥିରେ ଅଧ୍ୟକ୍ଷତା କରିବେ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମଞ୍ଜପାରା ମହେନ୍ଦ୍ରଭାଇ ମଧ୍ୟ ଏଥିରେ ଯୋଗଦେବେ। ବୈଠକରେ ସଂସଦ ସଦସ୍ୟ, ଅଂଶଗ୍ରହଣକାରୀ ରାଜ୍ୟଗୁଡିକର ସମାଜ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେ ମଧ୍ୟ ଯୋଗଦେବେ। ରାଜ୍ୟ ବିଧାନସଭାରେ ରାୟପୁର ଜିଲ୍ଲାର ବିଧାୟକମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବେ। ପ୍ରଧାନ ଶାସନ ସଚିବ ମହିଳା ଓ ଶିଶୁ ବିକାଶ ଏବଂ ସମାଜ ମଙ୍ଗଳ ବିଭାଗ ସଚିବ ଓ ରାଜ୍ୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ମଧ୍ୟ ଏଥିରେ ଯୋଗଦେବେ। ଏଥିରେ ଜିଲ୍ଳା ପରିଷଦ ଓ ପଞ୍ଚାୟତ ମୁଖ୍ୟମାନେ ମଧ୍ୟ ଯୋଗଦେବେ। ଏନସିଡବ୍ଲ୍ୟୁ, ଏସସିଡବ୍ଲୁ, ଏନସିପିଆରି, ଏସସିପିଆର ଓ ଆନ୍ତର୍ଜାତିକ ସଂସ୍ଥା ଯେପରିକି ବିଶ୍ୱବ୍ୟାଙ୍କ, ୟୁନିସେଫ, ଜାତିସଂଘ ମହିଳା ଓ ବେସାମରିକ ସମାଜ ସଂଗଠନଗୁଡିକ ମଧ୍ୟ ଏଥିରେ ଯୋଗ ଦେବେ।

ଦେଶର ମହିଳା ଓ ଶିଶୁମାନଙ୍କୁ  ସଶକ୍ତ କରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତିନୋଟି ନୂତନ ଅଭିଯାନ ଆରମ୍ଭ କରିଛି। ମିଶନ ସକ୍ଷମ,  ଅଙ୍ଗନବାଡି ଓ ପୋଷଣ ୨.୦, ମିଶନ ଶକ୍ତି,  ମିଶନ ବାତ୍ସଲ୍ୟ। ମିଶମ ସକ୍ଷମ ଅଙ୍ଗନବାଡି ଓ ପୋଷଣ ୨.୦ ମହିଳା ଓ ଶିଶୁଙ୍କ ସମ୍ପୂର୍ଣ୍ଣ ପୋଷ୍ଟିକତା ସୁନିଶ୍ଚିତ କରିବାକୁ ଥିବାବେଳେ ମିଶନ ଶକ୍ତି, ମହିଳା ସୁରକ୍ଷା, ଥଇଥାନ ଓ ସଶକ୍ତିକରଣ ଉପରେ ବ୍ୟାପକ ସମାଧାନର  ପନ୍ଥା ବାହାର କରିବ। ମିଶନ ବାତ୍ସଲ୍ୟ ଶିଶୁ କଲ୍ୟାଣ ଓ ବିକାଶ ସହ ସେମାନଙ୍କ ନିରାପତ୍ତା ମଧ୍ୟ ସୁନିଶ୍ଚିତ କରିବ।

ବୈଠକ କାର୍ଯ୍ୟକ୍ରମ କେବଳ ହାସଲ ହୋଇଥିବା ସଫଳତାକୁ ନେଇ  ଉତ୍ସବ ମୁଖର ନ ହୋଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ମହିଳା ଓ ଶିଶୁ  ବିକାଶ ଓ ସଶକ୍ତିକରଣ ଉପରେ ନିଆଯାଉଥିବା ନିରବଚ୍ଛିନ୍ନ ପ୍ରୟାସ ଓ ଅଙ୍ଗୀକାରବଦ୍ଧତା କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରାଯିବ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାୟପୁର ସ୍ମୃତି ଜୁବିନ ଇରାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026
Latest News

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.