Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣା ଠାରେ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା ଉଦଘାଟିତ
ଆଜିର ଖବର

ଭବାନୀପାଟଣା ଠାରେ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା ଉଦଘାଟିତ

June 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସ୍ଥାନୀୟ ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ଜୀବ ନିରୋଧ ନିଷ୍ଠୁରତା ସମିତି ଅଧ୍ୟକ୍ଷ ଡ଼ ଗାଭାଲି ପରାଗ ହର୍ଷଦ୍  ଭବାନୀପାଟଣା ପୌରପରିଷଦ ପାଇଁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏକ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବାର ଶୁଭ ଉଦଘାଟନ କରିଛନ୍ତି।

ଏହି ଆମ୍ବୁଲାନ୍ସ ସେବାର ମୁଖ୍ୟ ଆଭିମୁଖ୍ୟ ଭବାନୀପାଟଣା ମ୍ୟୁନିସିପାଲଟି ଅଞ୍ଚଳରେ ଅସୁସ୍ଥ ଓ ଦୁର୍ଘଟଣାଗ୍ରସ୍ତ ବୁଲା ଜୀବଜନ୍ତୁଙ୍କୁ ଜରୁରୀ ଚିକିତ୍ସା ଯୋଗାଇଦେବା ଏବଂ ଏଥିପାଇଁ ଟୋଲ ଫ୍ରି ନଂ ୧୯୬୨ କୁ ଯେ କୌଣସି ବ୍ୟକ୍ତି ଫୋନ କରି ଜଣାଇପାରିବେ। ଏହି ସେବା ସକାଳ ୬.୦୦ଘଣ୍ଟା ରୁ ରାତ୍ର ୧୦.୦୦ଘଣ୍ଟା ପର୍ଯ୍ୟନ୍ତ ନିଃଶୁଳ୍କ ରେ ଉପଲବ୍ଧ ହୋଇପାରିବ।

ଏହି ଆମ୍ବୁଲାନ୍ସ ସେବାରେ ୨ ଜଣ ପ୍ରାଣୀ ଚିକିତ୍ସକ,୨ ଜଣ ପ୍ରାଣୀ ସହାୟକ ଏବଂ ୨ ଜଣ ସହାୟକ ୨ଟି ସିଫ୍ ରେ ସେବା ଯୋଗାଇବେ। ଖୁସିର ବିଷୟ ରାଜ୍ୟର ୧୧ ଟି ମ୍ୟୁନିସିପାଲଟି ମଧ୍ୟରୁ ଭବାନୀପାଟଣା ମ୍ୟୁନିସିପାଲଟି ଆଜିଠୁ ଏହି ସେବାରେ ଅନ୍ତର୍ଭୁକ୍ତ ହେଲା।

ସୂଚନା ଯୋଗ୍ୟ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ସମସ୍ତ ମ୍ୟୁନିସିପାଲଟିରେ ଅତିଶିଘ୍ର ଏହି ପ୍ରାଣୀ ଆମ୍ବୁଲାନ୍ସ ସେବାର ରାଜ୍ୟସ୍ତରୀୟ ଶୁଭ ଉଦଘାଟନ କରିବେ। ଏହି ଆମ୍ବୁଲାନ୍ସ ସେବାରେ ପରିଚାଳନା ସହଯୋଗର ହାତ ବଢାଇଛନ୍ତି ସ୍ଥାନୀୟ ” ଦାପ୍ତା” ସ୍ଵେଚ୍ଛା ସେବୀ ଅନୁଷ୍ଠାନ।

ଉକ୍ତ ଉଦଘାଟନ ସମାରୋହରେ ସି ଡି ଭି ଓ ଡ ଚୈତନ୍ୟ ଚରଣ ସେଠୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ଅଶୋକ ଚନ୍ଦ୍ର ପଣ୍ଡା, ଏଭିଡିଓ ଡ ଦୟା ସାଗର ଦୁରୀୟା, ଉପ ନିର୍ଦ୍ଦେଶକ, ପ୍ରାଣୀସମ୍ପଦ ଡ ଧର୍ମାନନ୍ଦ ମହାନ୍ତି, ଜିଲ୍ଲା ତାଲିମ ସଂଯୋଜକ ଡ କେଦାରନାଥ ଖମାରୀ, ଡିଆଈପିଆର୍ ଓ ମନୋଜ ବେହେରା, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ବଳୟ ଦେହୁରୀ, ଦାପ୍ତା ସମ୍ପାଦକ ରାଜୁ ଶର୍ମାଙ୍କ ସମେତ ପ୍ରାଣୀସମ୍ପଦ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ।

କଳାହାଣ୍ଡି ନବୀନ ପଟ୍ଟନାୟକ ଭବାନୀପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ଆରୋଗ୍ୟ ଏଆଇ ଦ୍ୱାରା କେବଳ କିଛି ମିନିଟ୍‌ରେ ସ୍ୱାସ୍ଥ୍ୟ ସ୍କ୍ରିନିଂ, ଏଆଇ କ୍ଲିନିକ୍ ମଡେଲ୍ ପ୍ରସ୍ତୁତ

February 18, 2026

ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍‍ କ୍ରିଷ୍ଣନ୍‍

February 18, 2026

ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

February 18, 2026

ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ୱିକେଟର ପତନ: ବିଜେପିରେ ଯୋଗଦେବେ ଭୁପେନ ବୋରା

February 18, 2026
Latest News

ଜିଓ ଆରୋଗ୍ୟ ଏଆଇ ଦ୍ୱାରା କେବଳ କିଛି ମିନିଟ୍‌ରେ ସ୍ୱାସ୍ଥ୍ୟ ସ୍କ୍ରିନିଂ, ଏଆଇ କ୍ଲିନିକ୍ ମଡେଲ୍ ପ୍ରସ୍ତୁତ

February 18, 2026

ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍‍ କ୍ରିଷ୍ଣନ୍‍

February 18, 2026

ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

February 18, 2026

ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ୱିକେଟର ପତନ: ବିଜେପିରେ ଯୋଗଦେବେ ଭୁପେନ ବୋରା

February 18, 2026

ଏଏନଆଇକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାର

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.