ନାଚୁଣୀ: ବିଦ୍ୟୁତ ସଂସ୍ପର୍ଶରେ ଆସି ଲଣ୍ଡ୍ରି ଦୋକାନୀଙ୍କ ପ୍ରାଣହାନୀ, ଅନ୍ୟ ଜଣେ ଗୁରୁତର

Published: Jun 8, 2022, 7:28 pm IST

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ବଜାରରେ ଏକ ବଡ଼ ଅଘଟଣ ଘଟିଯାଇଛି।  ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣକ ଅବସ୍ଥା ଗୁରୁତର ଅଛି।

ଖବର ମୁତାବକ ନାଚୁଣୀ ବଜାର ଅଞ୍ଚଳର ଦେବରାଜ ସେଠି ନାମକ ଜଣେ ବ୍ୟକ୍ତି ଏକ ଲଣ୍ଡ୍ରି ଦୋକାନ ଦେଇଥିଲେ। ତେବେ ଆଜି ଅପରାହ୍ନରେ ଲଣ୍ଡ୍ରି ଦୋକାନ ପାର୍ଶ୍ଵରେ ଥିବା ମନପୁରମ ଗୋଲଡ଼ ଲୋନ ଅଫିସର ଲୁହା ସିଡିରେ ପ୍ରତିଦିନ ଭଳି ବସିଥିବା ବେଳେ ହଠାତ ସିଡିରେ କେଉଁ କାରଣରୁ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା। ଫଳରେ ଦେବରାଜ ଚିତ୍କାର କରିବାରୁ ଉପର ଥିବେ ମନପୁରମ ଅଫିସର ମୁଖ୍ୟ ରାକେଶ ମହାନ୍ତି ତଳକୁ ଆସିଲା ବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ।

ଉଭୟଙ୍କୁ ଟାଙ୍ଗୀ ମେଡିକାଲ ପଠାଯାଇଥିବା ବେଳେ ଦେବରାଜଙ୍କ ମୃତ୍ୟୁ ଘଟିଥିଲା ଏବଂ ରାକେଶଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।  ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହରା ଏବଂ ଅନ୍ୟ ପୋଲିସ କର୍ମୀମାନେ ଉପସ୍ଥିତ ଅଛନ୍ତି।

Related posts