ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶିତ : ଟପ୍ପର ତାଲିକାରେ କରିଶ୍ମା ଓ ହଂସିକା

Published: May 2, 2019, 1:48 pm IST

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌ (ସିବିଏସ୍‌ଇ) ପକ୍ଷରୁ ଏହାର ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ତାଲିକାରେ ପୁଅଙ୍କ ଅପେକ୍ଷା ଝିଅ ବାଜି ମାରିଥିବା ବେଳେ ଦୁଇ ଜଣ ଝିଅ ଟପ୍ପର ତାଲିକାରେ ରହିଛନ୍ତି। ମେ ୨ରେ ପ୍ରକାଶିତ ପରୀକ୍ଷା ଫଳରେ ଡିପିଏସ୍‌ ଗାଜିଆବାଦର କରିଶ୍ମା ଅରୋରା ଏବଂ ମୁଜାଫରନଗରର ହଂସିକା ଶୁକ୍ଲା ଟପ୍ପର ରହିଛନ୍ତି। ଉଭୟ ୯୮.୮ ପ୍ରତିଶତ ମାର୍କ ରଖିଛନ୍ତି। ୫୦୦ ମାର୍କରୁ ଉଭୟ ୪୯୯ ମାର୍କ ରଖିଛନ୍ତି। ସିବିଏସ୍‌ଇ ଓ୍ବେବ୍‌ସାଇଟ୍‌ ଅନୁଯାୟୀ ତ୍ରିଭେନ୍ଦ୍ରମରେ ସର୍ବାଧିକ ପାଶହାର ୯୮.୨ ପ୍ରତିଶତ ରହିଥିବା ବେଳେ ଚେନ୍ନାଇରେ ଏହା ସର୍ବନିମ୍ନ ୨୯.୯୩ ପ୍ରତିଶତ ରହିଛି। ଦିଲ୍ଲୀରେ ପାଶ୍‌ ହାର ୯୧.୮୭ ପ୍ରତିଶତ ରହିଛି। ଚଳିତ ବର୍ଷ ୮୮.୭ ପ୍ରତିଶତ ଝିଅ ପାଶ୍‌ କରିଥିବା ବେଳେ ପୁଅଙ୍କ ପାଶ୍‌ ହାର ୭୯.୪ ପ୍ରତିଶତ ରହିଛି।

Related posts