Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରକାଶ ପାଇବ କି ଦଶମ ଏବଂ ଦ୍ୱାଦଶ ବୋର୍ଡ ଫଳାଫଳ?, ଏହା ହେଉଛି ଅପଡେଟ

ନୂଆଦିଲ୍ଲୀ: CBSE ଦଶମ ଏବଂ ଦ୍ୱାଦଶ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଖୁସି ଖବର ଅଛି। ବୋର୍ଡ ଏଥର ଶୀଘ୍ର ଫଳାଫଳ ପ୍ରକାଶ କରିପାରେ। ଏହା ପଛର କାରଣ ହେଉଛି ଲୋକସଭା ନିର୍ବାଚନ। ଚଳିତ ବର୍ଷ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୩ ତାରିଖ ମଧ୍ୟରେ ବୋର୍ଡ ପରୀକ୍ଷା କରାଯାଇଥିଲା।

ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ଚଳିତ ବର୍ଷ ମେ ମାସର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ଗତ ବର୍ଷ ଏହି ଫଳାଫଳ ମଇ ୧୨ ତାରିଖ ଅର୍ଥାତ୍ ମେ ମାସର ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇଥିଲା।

ଏହା କୁହାଯାଉଛି ଯେ, ମେ ୫ ତାରିଖରେ NEET ପରୀକ୍ଷା ପରେ ବୋର୍ଡ ଶୀଘ୍ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିବ। ମଇ ୬ ତାରିଖରୁ ମଇ ୧୧ ତାରିଖ ମଧ୍ୟରେ ଯେକୌଣସି ଦିନ ଦଶମ ଫଳାଫଳ ପ୍ରକାଶ ପାଇପାରିବ। ପ୍ରଥମ ସପ୍ତାହରେ ଏହା ଘୋଷଣା ହେବାର ସମସ୍ତ ସମ୍ଭାବନା ଅଛି। ଛାତ୍ରଛାତ୍ରୀମାନେ CBSE ର ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ: ଶ୍ୟାମସୁନ୍ଦର ପଟେଲ ଏମ.ଟେକ ଟପ୍ପର

ଭୁବନେଶ୍ବର: ଆଜି ଚଳିତ ବର୍ଷର ଓଜେଇଇ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ଵାରା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ୪୯ ହଜାର ୨୬୭ ଜଣ ପରୀକ୍ଷାର୍ଥୀଙ୍କୁ ମିଳିଲା ର‌୍ୟାଙ୍କ୍‌। ଶୋଭିତ ପଟେଲ ବି.ଟେକ ଟପ୍ପର ହୋଇଥିବା ବେଳେ ଶ୍ୟାମସୁନ୍ଦର ପଟେଲ ଏମ.ଟେକ ଟପ୍ପର ହୋଇଛନ୍ତି। ସେହିପରି ଶୁଭକାନ୍ତ ସାହୁ ଏମବିଏରେ ଟପ୍ପର ହୋଇଥିବା ବେଳେ ଜୟଦୀପ ଦେ ଏମସିଏ ରେ ଟପ୍ପର ହୋଇଛନ୍ତି। ସୌମ୍ଯରଞ୍ଜନ ରାଉତରାୟ ବି ଫାର୍ମାରେ ଏବଂ ପରିମିତା ସାହୁ ଏମ ଫାର୍ମାରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି।

Categories
ଆଜିର ଖବର

ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶିତ : ଟପ୍ପର ତାଲିକାରେ କରିଶ୍ମା ଓ ହଂସିକା

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌ (ସିବିଏସ୍‌ଇ) ପକ୍ଷରୁ ଏହାର ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ତାଲିକାରେ ପୁଅଙ୍କ ଅପେକ୍ଷା ଝିଅ ବାଜି ମାରିଥିବା ବେଳେ ଦୁଇ ଜଣ ଝିଅ ଟପ୍ପର ତାଲିକାରେ ରହିଛନ୍ତି। ମେ ୨ରେ ପ୍ରକାଶିତ ପରୀକ୍ଷା ଫଳରେ ଡିପିଏସ୍‌ ଗାଜିଆବାଦର କରିଶ୍ମା ଅରୋରା ଏବଂ ମୁଜାଫରନଗରର ହଂସିକା ଶୁକ୍ଲା ଟପ୍ପର ରହିଛନ୍ତି। ଉଭୟ ୯୮.୮ ପ୍ରତିଶତ ମାର୍କ ରଖିଛନ୍ତି। ୫୦୦ ମାର୍କରୁ ଉଭୟ ୪୯୯ ମାର୍କ ରଖିଛନ୍ତି। ସିବିଏସ୍‌ଇ ଓ୍ବେବ୍‌ସାଇଟ୍‌ ଅନୁଯାୟୀ ତ୍ରିଭେନ୍ଦ୍ରମରେ ସର୍ବାଧିକ ପାଶହାର ୯୮.୨ ପ୍ରତିଶତ ରହିଥିବା ବେଳେ ଚେନ୍ନାଇରେ ଏହା ସର୍ବନିମ୍ନ ୨୯.୯୩ ପ୍ରତିଶତ ରହିଛି। ଦିଲ୍ଲୀରେ ପାଶ୍‌ ହାର ୯୧.୮୭ ପ୍ରତିଶତ ରହିଛି। ଚଳିତ ବର୍ଷ ୮୮.୭ ପ୍ରତିଶତ ଝିଅ ପାଶ୍‌ କରିଥିବା ବେଳେ ପୁଅଙ୍କ ପାଶ୍‌ ହାର ୭୯.୪ ପ୍ରତିଶତ ରହିଛି।