ଆଜି ପ୍ରକାଶ ପାଇବ କି ଦଶମ ଏବଂ ଦ୍ୱାଦଶ ବୋର୍ଡ ଫଳାଫଳ?, ଏହା ହେଉଛି ଅପଡେଟ

Published: Apr 15, 2024, 3:03 pm IST

ନୂଆଦିଲ୍ଲୀ: CBSE ଦଶମ ଏବଂ ଦ୍ୱାଦଶ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଖୁସି ଖବର ଅଛି। ବୋର୍ଡ ଏଥର ଶୀଘ୍ର ଫଳାଫଳ ପ୍ରକାଶ କରିପାରେ। ଏହା ପଛର କାରଣ ହେଉଛି ଲୋକସଭା ନିର୍ବାଚନ। ଚଳିତ ବର୍ଷ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୩ ତାରିଖ ମଧ୍ୟରେ ବୋର୍ଡ ପରୀକ୍ଷା କରାଯାଇଥିଲା।

ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ଚଳିତ ବର୍ଷ ମେ ମାସର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ଗତ ବର୍ଷ ଏହି ଫଳାଫଳ ମଇ ୧୨ ତାରିଖ ଅର୍ଥାତ୍ ମେ ମାସର ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇଥିଲା।

ଏହା କୁହାଯାଉଛି ଯେ, ମେ ୫ ତାରିଖରେ NEET ପରୀକ୍ଷା ପରେ ବୋର୍ଡ ଶୀଘ୍ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିବ। ମଇ ୬ ତାରିଖରୁ ମଇ ୧୧ ତାରିଖ ମଧ୍ୟରେ ଯେକୌଣସି ଦିନ ଦଶମ ଫଳାଫଳ ପ୍ରକାଶ ପାଇପାରିବ। ପ୍ରଥମ ସପ୍ତାହରେ ଏହା ଘୋଷଣା ହେବାର ସମସ୍ତ ସମ୍ଭାବନା ଅଛି। ଛାତ୍ରଛାତ୍ରୀମାନେ CBSE ର ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।

Related posts