Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗ୍ନିପଥ ଯୋଜନାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସହଯୋଗୀ ହେବ- ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଅଗ୍ନିପଥ ଯୋଜନାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସହଯୋଗୀ ହେବ- ଧର୍ମେନ୍ଦ୍ର ପ୍ରଧାନ

June 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସେନାବାହିନୀରେ ନିୟୋଜିତ ହୋଇ ଦେଶ ସେବା କରିବା ଲାଗି ଆରମ୍ଭ ହୋଇଥିବା ‘ଅଗ୍ନିପଥ ଯୋଜନା’ରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସହଯୋଗୀ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଏକ ସୁଦୃଢ଼ ଓ ଭବିଷ୍ୟତ ପାଇଁ ପ୍ରତିରକ୍ଷା ବଳ ପ୍ରସ୍ତୁତ କରିବା, କୁଶଳୀ ଯୁବପିଢିଙ୍କୁ ସାମରିକ ନୈତିକତା ଓ ଅନୁଶାସନରେ ଗଢ଼ିବା ଏବଂ ଅଗ୍ନିବୀର ଭାବରେ ଦେଶର ସେବା କରିବା ପାଇଁ ଯୁବପିଢିଙ୍କୁ ସମର୍ଥ କରିବା ପାଇଁ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଗ୍ନିପଥ ଯୋଜନା ସହ ସହଯୋଗୀ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ମିଶି ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ କାମ କରିବ। ଏହା ଦ୍ୱାରା ଅଗ୍ନିପଥ ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ସାମରିକ ବଳର ବିଭିନ୍ନ ସୁଯୋଗ ସୃଷ୍ଟି ହେବ। ଏହାସହ ଛାତ୍ରଛାତ୍ରୀ ମାନଙ୍କୁ ଅତିରିକ୍ତ କୌଶଳ ସହ ସେମାନଙ୍କୁ ସେନାବାହିନୀ ନିଯୁକ୍ତିରେ ରହିବା ପାଇଁ ଅଧିକ ଦକ୍ଷ କରିବା ଦିଗରେ ସହଯୋଗ କରିବ।

ସମସ୍ତ ଅଗ୍ନିବୀର ମାନଙ୍କୁ ସେବାରେ ରହିବା ସମୟରେ ସ୍କିଲ ଇଣ୍ଡିଆ ସାର୍ଟିଫିକେଟ୍ ଯୋଗାଇ ଦିଆଯିବ। ଯାହା ସେମାନଙ୍କୁ ଉଦ୍ୟୋଗ ଏବଂ ଚାକିରି ଭୂମିକା ଗୁଡିକରେ ଅନେକ ପ୍ରକାରର ସୁଯୋଗ ପାଇବା ନିମନ୍ତେ ସକ୍ଷମ କରାଇବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଥିବା ସମସ୍ତ ସଂସ୍ଥା ଗୁଡ଼ିକ ଡ଼ାଇକ୍ଟରେଟ୍ ଜେନେରାଲ ଅଫ୍ ଟ୍ରେନିଂ(ଡିଜିଟି), ନ୍ୟାସନାଲ ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ(ଏନଏସଡ଼ିସି), ଦ ନ୍ୟାସନାଲ୍ କାଉନସିଲଂ ଅଫ୍ ଭୋକେସନାଲ୍ ଏଜୁକେସନ ଆଣ୍ଡ୍ ଟ୍ରେନିଂ(ଏନସିଭିଇଟି),  ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଏଣ୍ଟର ପ୍ରିନୟରସିପ୍ ଆଣ୍ଡ୍ ସ୍ମଲ୍ ବିଜନେସ୍ ଡ଼େଭଲପମେଣ୍ଟ (ଏନଆଇଇଏସବିୟୁଡ଼ି), ସେକ୍ଟର ସ୍କିଲ୍ କାଉନସିଲ (ଏସଏସସି), ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରପ୍ରିନରସିପ୍ (ଆଇଆଇଇ) ଭଳି ଅନେକ ସଂସ୍ଥା ଗୁଡ଼ିକ ଏହି ମିଶନ ସହ ଯୋଡ଼ିହେବେ।

ଏହି ସଂସ୍ଥା ଗୁଡ଼ିକ ଦ୍ୱାରା ଅଗ୍ନିବୀରମାନେ ସେବାରେ ଥିବା ସମୟରେ ସମ୍ପୃକ୍ତ ଆବଶ୍ୟକ ଦକ୍ଷତା ପ୍ରମାଣପତ୍ର ପ୍ରାପ୍ତ କରିପାରିବେ। ଆମର ଅଗ୍ନିବୀରମାନେ ପ୍ରତିରକ୍ଷା କ୍ଷେତ୍ରରେ ଆମର ସମ୍ପତ୍ତି ହେବେ ଏବଂ ଦେଶକୁ ଆଧୁନିକ, ଟେକ୍ନୋଲୋଜି ଆଧାରିତ, ୟୋଥ୍ ଗ୍ଲୋବାଲ୍ ସୁପରପାଓ୍ୱାର କରିବାର ନିକଟତର ହେବେ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଅଗ୍ନିପଥ ଯୋଜନା ଦକ୍ଷତା ବିକାଶ ଏବଂ ଉଦ୍ୟମିତାମନ୍ତ୍ରୀ ଧର୍ମେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026
Latest News

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.