
ନୂଆଦିଲ୍ଲୀ: ଆସନ୍ତା କିଛି ଦିନ ମଧ୍ୟରେ ଦେଶର ନୂତନ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ଏହି ପଦ ପାଇଁ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସର୍ବଶେଷ ସୂଚନା ଅନୁଯାୟୀ, ଯଶବନ୍ତ ସିହ୍ନାଙ୍କ ନାମ ବିରୋଧୀ ଦଳ ସ୍ଥିର କରିଛନ୍ତି। ବାସ୍ତବରେ ଯଶବନ୍ତ ସିହ୍ନା ଆଜି ବିରୋଧୀ ସଭାରେ ଯୋଗଦେବାକୁ ଯାଉଛନ୍ତି।
ସୂଚନାନୁସାରେ, ଦିଲ୍ଲୀରେ ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚନ ପାଇଁ ଅପରାହ୍ନ ୨.୩୦ରେ ବିରୋଧୀଦଳର ଏକ ବୈଠକ ହେବ, ଯେଉଁଥିରେ ଯଶୱନ୍ତ ଯୋଗଦେବେ। ଏଥି ସହିତ, ଏହି ବୈଠକରେ ଯୋଗଦେବା ପୂର୍ବରୁ ଯଶୱନ୍ତ ଟ୍ୱିଟ୍ କରି କହିଛନ୍ତି ଯେ, ତାଙ୍କୁ ଦିଆଯାଇଥିବା ସମ୍ମାନ ଓ ପ୍ରତିଷ୍ଠା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଦେଉଛି। ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଦଳ ବ୍ୟତୀତ ଏକ ବଡ଼ ଉଦ୍ଦେଶ୍ୟରେ କାମ କରିବାକୁ ପଡ଼ିବ।
ସେହିଭଳି ଆଜି ଶାସକ ଦଳ ଦ୍ୱାରା ଏକ ବୈଠକ ଡକାଯାଇଛି। ଆଜି ସନ୍ଧ୍ୟାରେ ବିଜେପି ଏକ ସଂସଦୀୟ ଦଳ ବୈଠକ ଡାକିଛି। ଏହି ବୈଠକକୁ ମନ୍ଥନ ସଭା ଭାବରେ ନାମିତ କରାଯାଇଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ସଭାରେ ଯୋଗ ଦେଇପାରନ୍ତି।
ଏହାପୂର୍ବରୁ ଦଳର ସଭାପତି ଜେପି ନାଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିରୋଧୀ ଦଳର ବହୁ ବଡ ନେତାଙ୍କ ସହ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମରେ ସହମତି ପ୍ରକାଶ ପାଇଁ ଆଲୋଚନା କରିଛନ୍ତି।