Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ରପତି ନିର୍ବାଚନ: ବିରୋଧୀ ଦଳର ପ୍ରାର୍ଥୀ ହୋଇପାରନ୍ତି ବିଜେପିର ପୂର୍ବତନ ନେତା ଯଶୱନ୍ତ ସିହ୍ନା
ଆଜିର ଖବର

ରାଷ୍ଟ୍ରପତି ନିର୍ବାଚନ: ବିରୋଧୀ ଦଳର ପ୍ରାର୍ଥୀ ହୋଇପାରନ୍ତି ବିଜେପିର ପୂର୍ବତନ ନେତା ଯଶୱନ୍ତ ସିହ୍ନା

June 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତା କିଛି ଦିନ ମଧ୍ୟରେ ଦେଶର ନୂତନ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ଏହି ପଦ ପାଇଁ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସର୍ବଶେଷ ସୂଚନା ଅନୁଯାୟୀ, ଯଶବନ୍ତ ସିହ୍ନାଙ୍କ ନାମ ବିରୋଧୀ ଦଳ ସ୍ଥିର କରିଛନ୍ତି। ବାସ୍ତବରେ ଯଶବନ୍ତ ସିହ୍ନା ଆଜି ବିରୋଧୀ ସଭାରେ ଯୋଗଦେବାକୁ ଯାଉଛନ୍ତି।

ସୂଚନାନୁସାରେ, ଦିଲ୍ଲୀରେ ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚନ ପାଇଁ ଅପରାହ୍ନ ୨.୩୦ରେ ବିରୋଧୀଦଳର ଏକ ବୈଠକ ହେବ, ଯେଉଁଥିରେ ଯଶୱନ୍ତ ଯୋଗଦେବେ। ଏଥି ସହିତ, ଏହି ବୈଠକରେ ଯୋଗଦେବା ପୂର୍ବରୁ ଯଶୱନ୍ତ ଟ୍ୱିଟ୍ କରି କହିଛନ୍ତି ଯେ, ତାଙ୍କୁ ଦିଆଯାଇଥିବା ସମ୍ମାନ ଓ ପ୍ରତିଷ୍ଠା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଦେଉଛି। ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଦଳ ବ୍ୟତୀତ ଏକ ବଡ଼ ଉଦ୍ଦେଶ୍ୟରେ କାମ କରିବାକୁ ପଡ଼ିବ।

ସେହିଭଳି ଆଜି ଶାସକ ଦଳ ଦ୍ୱାରା ଏକ ବୈଠକ ଡକାଯାଇଛି। ଆଜି ସନ୍ଧ୍ୟାରେ ବିଜେପି ଏକ ସଂସଦୀୟ ଦଳ ବୈଠକ ଡାକିଛି। ଏହି ବୈଠକକୁ ମନ୍ଥନ ସଭା ଭାବରେ ନାମିତ କରାଯାଇଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ସଭାରେ ଯୋଗ ଦେଇପାରନ୍ତି।

ଏହାପୂର୍ବରୁ ଦଳର ସଭାପତି ଜେପି ନାଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିରୋଧୀ ଦଳର ବହୁ ବଡ ନେତାଙ୍କ ସହ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମରେ ସହମତି ପ୍ରକାଶ ପାଇଁ ଆଲୋଚନା କରିଛନ୍ତି।

ବିଜେପି ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଲଙ୍କା ପାଇଁ ଭାରତର ଟେଷ୍ଟ ଦଳ ଘୋଷଣା: ଫେରିଲେ ଜାଡେଜା

July 28, 2026

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026
Latest News

ଶ୍ରୀଲଙ୍କା ପାଇଁ ଭାରତର ଟେଷ୍ଟ ଦଳ ଘୋଷଣା: ଫେରିଲେ ଜାଡେଜା

July 28, 2026

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.