Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରିଲାଏନ୍ସ ଫାଉଣ୍ଡେସନ ଦେଲା ୨୫ କୋଟି ଟଙ୍କା
ଆଜିର ଖବର

ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରିଲାଏନ୍ସ ଫାଉଣ୍ଡେସନ ଦେଲା ୨୫ କୋଟି ଟଙ୍କା

June 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଚଳିତ ବନ୍ୟାରେ ଆସାମ ଲୋକଙ୍କ ସହିତ ଛିଡ଼ା ହୋଇ ରିଲାଏନ୍ସ ଫାଉଣ୍ଡେସନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶୁକ୍ରବାର ୨୫ କୋଟି ଟଙ୍କା ପ୍ରଦାନ କରିଛି। ଆସାମ ମୁଖ୍ୟମନ୍ତ୍ରୀ ଡ.ହିମନ୍ତ ବିଶ୍ୱ ଶର୍ମା ଏଥିପାଇଁ ସାମାଜିକ ଗଣମାଧ୍ୟମରେ କୃତଜ୍ଞତା ପ୍ରକାଶ କରିଛନ୍ତି। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତରେ ଆସାମ ଲୋକଙ୍କ ସହିତ ଛିଡ଼ା ହୋଇଥିବାରୁ ସେ ମୁକେଶ ଅମ୍ବାନି ଓ ଅନନ୍ତ ଅମ୍ବାନୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ବନ୍ୟାଜନିତ ରିଲିଫ ପ୍ରଦାନରେ ଏହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ ପୂର୍ବରୁ ରିଲାଏନ୍ସ ଫାଉଣ୍ଡେସନ ଆସାମ ସରକାର ଓ ନାଗରିକ ସମାଜ ସଂଗଠନ ଗୁଡ଼ିକ ସହିତ ମିଶି ଆସାମର ଲୋକମାନଙ୍କୁ ପ୍ରାୟ ମାସେ ହେଲା ରିଲିଫ କାର୍ଯ୍ୟରେ ସହାୟତା ପ୍ରଦାନ କରୁଛି। ବନ୍ୟା ଆରମ୍ଭରୁ ରିଲାଏନ୍ସର ଏକ ଟିମ୍ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ, ପ୍ରାଣୀ ସଂପଦ ଓ ଭେଟେରେନାରୀ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟ ନାଗରିକ ସମାଜ ସଂଗଠନ ସହ ମିଶି କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ପ୍ରଦାନ ଓ ସେମାନଙ୍କ ଅସୁବିଧା ଦୂର ପାଇଁ କାର୍ଯ୍ୟ କରିଆସୁଛି। କଚର ଜିଲ୍ଲାର ସିଲଚର, କାଲାଇନ, ବୋରଖୋଲା ଓ କାଟିଗୋରହ ବ୍ଲକରେ ତୁରନ୍ତ ରିଲିଫ ସହାୟତା ପ୍ରଦାନ କରିଥିବାବେଳେ ନାଗାଓଁ ଜିଲ୍ଲାର କାଠିଆଟୋଲି, ରାହା, ନାଗାଓଁ ସଦର ଓ କାମପୁର ବ୍ଲକରେ ରିଲିଫ କାର୍ଯ୍ୟ ଚାଲୁ ରଖିଛି। ମେଡିକାଲ ଶିବିର ଆୟୋଜନ ସହିତ ଜରୁରୀକାଳୀନ ରିଲିଫ କିଟ୍ ବଂଟନ କରୁଛି।

ଏହାବ୍ୟତୀତ ଗୋରୁଗାଈଙ୍କ ପାଇଁ ମଧ୍ୟ କଚର ଓ ନାଗାଓଁ ଜିଲ୍ଲାରେ ପଶୁ ଚିକିତ୍ସା ଶିବିରମାନ ଆୟୋଜନ କରିଛି। ରାଜ୍ୟରେ ଦୀର୍ଘଦିନ ଧରି ଅବିରତ ବର୍ଷା ହେବା ଫଳରେ ଏହି ଦୁଇ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଜୁନ ୧ ତାରିଖରୁ ମେଡିକାଲ କ୍ୟାମ୍ପ ଆରମ୍ଭ ହୋଇଛି। ସେବେଠାରୁ ବନ୍ୟାଜନିତ ଅସୁବିଧାରୁ ଦେଖାଦେଇଥିବା ସ୍ୱାସ୍ଥ୍ୟବସ୍ଥା ପାଇଁ ୧୯୦୦ରୁ ଅଧିକ ଲୋକଙ୍କୁ ଯାଂଚ କରାଯାଇ ସେମାନଙ୍କୁ ଚିକିତ୍ସିତ କରାଯାଇଛି।

ପଶୁ ଚିକିତ୍ସା ଶିବିରରେ ୧୦,୪୦୦ରୁ ଅଧିକ ଗୋରୁଗାଈଙ୍କ ଚିକିତ୍ସା କରାଯାଇଛି। ମେଡିକାଲ ଶିବିର ସହିତ ରିଲାଏନ୍ସ ଫାଉଣ୍ଡେସନ ପରିବାରଗୁଡ଼ିକୁ ରିଲିଫ କିଟ୍‌, ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଂଟନ କରୁଛି। ଆଜି ସୁଦ୍ଧା ୫୦୦୦ ପରିବାରକୁ କିଟ୍ ଯୋଗାଇ ଦିଆଯାଇଛି। ୨୦୨୧ରେ ବାତ୍ୟା ଓ ବନ୍ୟା ଭଳି ୮ଟି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ ରିଲିଫ ସହାୟତା ଯୋଗାଇ ଦେଇଥିଲା। ବିପର୍ଯ୍ୟୟ ଆସିବା ପୂର୍ବରୁ ଓ ପରେ ବିଭିନ୍ନ ପରାମର୍ଶବଳୀ ଜାରି କରିବା ସହିତ ରିଲିଫ ପ୍ରଦାନ କରି ଫାଉଣ୍ଡେସନ ୧.୭ ଲକ୍ଷ ଲୋକଙ୍କ ନିକଟରେ ପହଂଚିଥିଲା।

ଆସାମ ମୁଖ୍ୟମନ୍ତ୍ରୀ ରିଲାଏନ୍ସ ଫାଉଣ୍ଡେସନ ରିଲିଫ ପାଣ୍ଠି
Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026

ବୌଦ୍ଧରେ ଗଞ୍ଜେଇ କାରବାର ନେଇ ଭାଇରାଲ୍ ଅଡିଓ: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

August 24, 2026

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026
Latest News

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026

ବୌଦ୍ଧରେ ଗଞ୍ଜେଇ କାରବାର ନେଇ ଭାଇରାଲ୍ ଅଡିଓ: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

August 24, 2026

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.