Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗ୍ନିବୀର ହେବାକୁ ଯୁବକମାନଙ୍କ ମଧ୍ୟରେ ଉତ୍ସାହ, ଜାଣନ୍ତୁ ୩ ଦିନରେ କେତେ ଜଣ କଲେ ଆବେଦନ
ଆଜିର ଖବର

ଅଗ୍ନିବୀର ହେବାକୁ ଯୁବକମାନଙ୍କ ମଧ୍ୟରେ ଉତ୍ସାହ, ଜାଣନ୍ତୁ ୩ ଦିନରେ କେତେ ଜଣ କଲେ ଆବେଦନ

June 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ବାୟୁସେନା
ପଛରେ ପଡ଼ିଲା ଚୀନ: ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ହେଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଅଧୀନରେ ବାୟୁସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଗ୍ନିପଥ ଯୋଜନା ଅଧୀନରେ ଗତ ତିନି ଦିନ ମଧ୍ୟରେ ଭାରତୀୟ ବାୟୁସେନାରେ ଅଗ୍ନୀବୀର ହେବା ପାଇଁ ମୋଟ ୯୪ ହଜାର ୨୮୧ ଟି ଆବେଦନ ଗ୍ରହଣ କରାଯାଇଛି।

ବାୟୁସେନା ଅନୁଯାୟୀ, ଜୁନ୍ ୨୭ ତାରିଖ ସକାଳ ୧୦.୩୦ ପର୍ଯ୍ୟନ୍ତ ସମୁଦାୟ ୯୪ ହଜାର ୨୮୧ ପ୍ରାର୍ଥୀ ବାୟୁସେନା ୱେବସାଇଟରେ ବାୟୁ-ଅଗ୍ନିବୀର୍ ପାଇଁ ଅନ୍ଲାଇନରେ ପଞ୍ଜୀକରଣ କରିଛନ୍ତି। ଅନଲାଇନ୍ ଆବେଦନ ଜୁନ୍ ୨୪ ତାରିଖ ସକାଳରୁ ଆରମ୍ଭ ହୋଇଥିଲା ଯାହା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। କହିବାକୁ ଗଲେ, ଭାରତୀୟ ବାୟୁସେନାରେ ଅଗ୍ନିପଥ ଯୋଜନା ଅଧୀନରେ ଏହା ହେଉଛି ପ୍ରଥମ ନିଯୁକ୍ତି ପ୍ରକ୍ରିୟା। ସୂଚନା ଅନୁଯାୟୀ, ଅଗ୍ନିପଥ ଯୋଜନା ଅଧୀନରେ ସେନା ଏବଂ ନୌସେନାରେ ଅଗ୍ନିବୀର ହେବା ପାଇଁ ଆବେଦନ ଜୁଲାଇ ୧ ତାରିଖରୁ ଆରମ୍ଭ ହେବ।

ଅଗ୍ନିପଥ ଯୋଜନା ଅନୁଯାୟୀ, ଭାରତୀୟ ବାୟୁସେନାରେ ଅଗ୍ନିବୀର ନିଯୁକ୍ତି ୪ ବର୍ଷ ପାଇଁ କରାଯିବ। ପ୍ରକାଶ ଥାଉ କି ଅଗ୍ନିବୀର୍ ବାୟୁ ଭାରତୀୟ ବାୟୁସେନାରେ ଏକ ପୃଥକ ପଦବୀରେ ରହିବେ, ଯାହାକି ଅନ୍ୟ ବିଦ୍ୟମାନ ପଦବୀଠାରୁ ଭିନ୍ନ। ବାୟୁ ଅଗ୍ନୀବୀରଙ୍କୁ ଚାରି ବର୍ଷ ସେବା ପରେ ଭାରତୀୟ ବାୟୁସେନାରେ ସ୍ଥାୟୀ ଚାକିରି ପାଇଁ ଆବେଦନ କରିବାର ସୁଯୋଗ ଦିଆଯିବ।

ଉଲ୍ଲେଖନୀୟ କଥା ହେଉଛି, ଅନେକ ରାଜନୈତିକ ଦଳ ଆରମ୍ଭରୁ ଭାରତୀୟ ସେନାର ତିନି ପକ୍ଷରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂତନ ନୀତିକୁ ବିରୋଧ କରିଛନ୍ତି। ଅଗ୍ନିପଥ ଯୋଜନା ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ହିଂସାତ୍ମକ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ ବିକ୍ଷୋଭକାରୀମାନେ ଏହି ଯୋଜନାକୁ ବିରୋଧ କରି ଅନେକ ଜନସାଧାରଣ ସ୍ଥାନକୁ ଭଙ୍ଗାରୁଜା କରିଥିଲେ। ଏହି ଯୋଜନାକୁ ସବୁଠାରୁ ବଡ ବିରୋଧ ବିହାରରେ ଦେଖିବାକୁ ମିଳିଥିଲା। ଯେଉଁଠାରେ ଦୁର୍ବୃତ୍ତମାନେ ଅଗ୍ନିପଥ ଯୋଜନା ବିରୁଦ୍ଧରେ ଟ୍ରେନ୍ ରେ ନିଆଁ ଲଗାଇ ଦେଇଥିଲେ। ଏହି ଯୋଜନା ବିରୋଧ ପ୍ରଦର୍ଶନରେ ରେଳବାଇ ସର୍ବାଧିକ କ୍ଷତି ସହିଛି। ଯେଉଁଥିରେ କୋଟି କୋଟି ଟଙ୍କାର ରେଳବାଇର ସମ୍ପତ୍ତି ନଷ୍ଟ ହୋଇଯାଇଛି।

ଅଗ୍ନିପଥ ଯୋଜନା ଅଗ୍ନିବୀର ନିଯୁକ୍ତି ଆବେଦନ ପ୍ରକ୍ରିୟା ବାୟୁସେନା
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Latest News

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.