
ଭୁବନେଶ୍ଵର: ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ର ବଡ କାର୍ଯ୍ୟାନୁଷ୍ଠାନ। ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡ଼ବ୍ଲ୍ୟୁ ଗିରଫ କରିଛି। ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଠକେଇ ଓ ଜାଲିଆତି ଅଭିଯୋଗରେ ଗିରଫ କରାଯାଇଛି। ନୟାଗଡ଼ ଓଡ଼ଗାଁରୁ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ ଗିରଫ କରିଛି। ଏନେଇ ଇଓଡ଼ବ୍ଲ୍ୟୁ ଏସପି ସୂଚନା ଦେଇଛନ୍ତି।
ଆସନ୍ତା କାଲି ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡ଼ବ୍ଲ୍ୟୁ ନୋଟିସ୍ ଜାରି କରିବା ସହ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ହାଜର ହୋଇନଥିଲେ। ଏହାପରେ ଗତକାଲି ତାଙ୍କ ବାସଭବନ ଉପରେ ଇଓଡ଼ବ୍ଲ୍ୟୁ ଚଢ଼ାଉ କରିଥିଲେ ମଧ୍ୟ ଅର୍ଦ୍ଧେନ୍ଦୁ ଦାସ ଫେରାର ହୋଇଯାଇଥିଲେ। ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ସହ ଯୋଗାଯୋଗ ସମ୍ଭବ ନହେବାରୁ ଗତକାଲି ଅପରାହ୍ନରେ ଇଓଡ଼ବ୍ଲ୍ୟୁ ର ଏକ ପାଞ୍ଚ ଜଣିଆ ଟିମ୍ ବଡ଼ଗଡ଼ ଟଙ୍କପାଣି ରୋଡ୍ ସ୍ଥିତ ‘ବଡ଼ ଖବର’ ଅଫିସରେ ଚଢାଉ କରିଥିଲା।