Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିବ ଭଗବାନଙ୍କଠାରୁ ମାତା ପାର୍ବତୀଙ୍କୁ ନେଇଗଲା ରାବଣ, ଜାଣନ୍ତୁ କାହିଁକି, କ’ଣ ହେଲା ଏହାର ପରିଣାମ
ଆଜିର ଖବର

ଶିବ ଭଗବାନଙ୍କଠାରୁ ମାତା ପାର୍ବତୀଙ୍କୁ ନେଇଗଲା ରାବଣ, ଜାଣନ୍ତୁ କାହିଁକି, କ’ଣ ହେଲା ଏହାର ପରିଣାମ

July 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉପେନ୍ଦ୍ର ବଳିୟାରସିଂହ

ଥରେ ଧନପତି କୁବେର କୈଳାଶ ପର୍ବତକୁ ଶିବ ଭଗବାନଙ୍କ ଦର୍ଶନ ପାଇଁ ଗଲେ। ପ୍ରଭୁ, ”ମୁଁ ଆପଣଙ୍କର କି ପ୍ରକାର ସେବା କରିପାରିବି, ଆଦେଶ ଦିଅନ୍ତୁ।” କୁବେର ଭଗବାନଙ୍କୁ ପ୍ରଶ୍ନ କଲେ।

ଶିବ ଭଗବାନ କହିଲେ, “ମୁଁ ଜଣେ ସଚ୍ଚା ବୈଷ୍ଣବ ଭାବରେ ଅନ୍ୟର ସେବା ଗ୍ରହଣ କରିପାରିବି ନାହିଁ। ତୁମେ ସେସବୁ କିଛି ଚିନ୍ତା ନକରି ଶ୍ରୀରାମଙ୍କର ନାମ ଜପ କର। କିନ୍ତୁ ମାତା ପାର୍ବତୀ କୁବରଙ୍କୁ କହିଲେ, “ଧନପତି ତୁମେ ମୋ ପାଇଁ ଏକ ସୁବର୍ଣ୍ଣ ମହଲ ନିର୍ମାଣ କର। କୁବେର ଗୋଟିଏ ଅତି ସୁନ୍ଦର ସୁବର୍ଣ୍ଣର ମହଲ ଟିଏ ନିର୍ମାଣ କଲେ। ବାସ୍ତୁ ପୂଜା ନକରି ନୂତନ ଗୃହରେ ପ୍ରବେଶ କରାଯାଏ ନାହିଁ। ତେଣୁ ଶିବଙ୍କର ବଡ ଭକ୍ତ ରାବଣଙ୍କୁ ବାସ୍ତୁ ପୂଜା ପାଇଁ ଆମନ୍ତ୍ରଣ କରାଗଲା। ପୂଜା ପରେ ଦକ୍ଷିଣା ଦେବା କଥା।

ଶିବ ଭଗବାନ କହିଲେ, “ରାବଣ ତୁମକୁ କି ଦକ୍ଷିଣା ଦରକାର। କୁହ ତୁମକୁ ଦିଆଯିବ।”

ରାବଣ କହିଲା, “ପ୍ରଭୁ! ମୋତେ ଏହି ସୁବର୍ଣ୍ଣ ମହଲକୁ ଦକ୍ଷିଣା ଭାବରେ ଦାନ କରନ୍ତୁ। ଶିବ ଜୀ କହିଲେ, ଠିକ ଅଛି ନେଇଯାଅ।

ପାର୍ବତୀ କହିଲେ, “ହେ ଭୋଳାନାଥ କିଛି ବି ନିଜ ପାଇଁ ରଖିବେ ନାହିଁ? ମହଲ ନେବା ପରେ ମୂର୍ଖ ରାବଣ ଶିବ ଜୀଙ୍କୁ କହିଲା, “ପ୍ରଭୁ ଏହି ସୁନ୍ଦର ମହଲ ତ ଦେଲେ, ଏବେ ଏ ପାର୍ବତୀଙ୍କୁ ମୋତେ ଦେଇଦିଅନ୍ତୁ।

ଭଗବାନ କହିଲେ, “ଯଦି ତୁମର ଦରକାର ଅଛି, ତେବେ ତୁମେ ନେଇଯାଅ।” ଜଗତର ଏପରି ଦାନ ବୀର କେହି ଆଉ ନାହାନ୍ତି। ରାବଣ ମାତା ପାର୍ବତୀଙ୍କୁ କାନ୍ଧରେ ବସାଇ ନେଲା ବେଳେ ସେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ। ଶ୍ରୀକୃଷ୍ଣ ଗଉଡ ବେଶରେ ପ୍ରକଟ ହୋଇ ରାସ୍ତାରେ ରାବଣଙ୍କୁ ଭେଟ ହେଲେ।

ରାବଣଙ୍କୁ ପଚାରିଲେ, “ଲଙ୍କାପତି! ତୁମେ କାହାକୁ ନେଇଯାଉଛ? ରାବଣ କହିଲା, ” ଶିବ ଭଗବାନ ମୋତେ ପାର୍ବତୀଙ୍କୁ ଦେଇଦେଲେ। ଶ୍ରୀକୃଷ୍ଣ କହିଲେ, ଆରେ ବୋକା! ଶିବ ତୋତେ ପାର୍ବତୀଙ୍କୁ ଦେଇଦେବେ? ତୁ ଯାହାକୁ ନେଇଯାଉଛୁ, ସେ ପାର୍ବତୀଙ୍କ ଦାସୀ ଅଟେ। ଅସଲୀ ପାର୍ବତୀଙ୍କୁ ସେ ପାତାଳରେ ଲୁଚାଇ ରଖିଛନ୍ତି। ତୋତେ ଶୀବଜୀ ଠକି ଦେଲେ। ଶ୍ରୀକୃଷ୍ଣ କହିଲେ, “ଆରେ ଏ ଯଦି ପ୍ରକୃତ ପାର୍ବତୀ ହୋଇଥାନ୍ତେ, ଏହାଙ୍କ ଶରୀରରୁ ପଦ୍ମ ଫୁଲର ସୁଗନ୍ଧ ବାହାରିଥାନ୍ତା।”

ରାବଣ ଦ୍ଵିବିଧାରେ ପଡିଗଲା। ମାତା ପାର୍ବତୀ ସେହି ସମୟରେ ନିଜ ଶରୀରରୁ ପ୍ରବଳ ଦୁର୍ଗନ୍ଧ ବାହାର କଲେ। ରାବଣ ସେହିଠାରେ ତାଙ୍କୁ ଛାଡିଦେଇ ଚାଲିଗଲା। ସେହି ସ୍ଥାନରେ ପ୍ରଭୁ ଶ୍ରୀକୃଷ୍ଣ ଏକ ମନ୍ଦିର ତିଆରି କରି ଦେବୀଙ୍କୁ ସ୍ଥାପନ କଲେ। ଏବେ ସେ ଦ୍ଵୟୀପାୟନୀ ଦେବୀ ଭାବରେ ପୂଜା ପାଉଛନ୍ତି।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା

କୈଳାଶ ପର୍ବତ ମାତା ପାର୍ବତୀ ରାବଣ
Share. Facebook Twitter LinkedIn Email WhatsApp Copy Link

Related Posts

ଚାଷୀଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ହିଁ ପିଏମ୍ଡିଡିକେୱାଇର ସଫଳତାର ମାପକାଠି: କେନ୍ଦ୍ର କୃଷିମନ୍ତ୍ରୀ

October 13, 2026

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ପୁସ୍ତକ ଉନ୍ମୋଚିତ

October 13, 2026

ଆଜି ୧୩ ଅକ୍ଟୋବରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଖୋଲିଲା

October 13, 2026

ପୁଞ୍ଚରେ ଅନୁପ୍ରବେଶ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଆତଙ୍କବାଦୀ ନିହତ

October 12, 2026
Latest News

ଚାଷୀଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ହିଁ ପିଏମ୍ଡିଡିକେୱାଇର ସଫଳତାର ମାପକାଠି: କେନ୍ଦ୍ର କୃଷିମନ୍ତ୍ରୀ

October 13, 2026

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ପୁସ୍ତକ ଉନ୍ମୋଚିତ

October 13, 2026

ଆଜି ୧୩ ଅକ୍ଟୋବରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଖୋଲିଲା

October 13, 2026

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ପୁଞ୍ଚରେ ଅନୁପ୍ରବେଶ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଆତଙ୍କବାଦୀ ନିହତ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.